ETV Bharat / state

ଗିଳିଦେବ ନାଗାବଳୀ ! 60 ମିଟରରୁ କାନ୍ଦୁଛି ଅଣ୍ଟାରିଗୁଡା - ରାୟଗଡା ପୌରାଞ୍ଚଳର ୧୧ ନମ୍ବର ୱାଡ଼ର ଅଣ୍ଟାରିଗୁଡା

ଗାଁ ଲୋକଙ୍କୁ ଘାରିଛି ଏବେ ନାଗାବଳୀ ନଦୀର ଭୟ । ଟିକିଏ ବର୍ଷା ହେଲେ କୁଳ ଖାଉଛି ନାଗାବଳୀ । ଫଳରେ ବର୍ଷା ଦିନରେ ନଦୀକୁଳିଆ ଲୋକଙ୍କ ନିଦ ହଜିଯାଉଛି। ଲଗାଣ ବର୍ଷାରେ ନଦୀ ଫୁଲୁଥିବା ବେଳେ ନଦୀ କୂଳଖାଇ ମାଟି ଅତଡା ଖସିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏ ହେଉଛି ରାୟଗଡା ଜିଲ୍ଲା ସଦର ମହକୁମାରେ ଥିବା ରାୟଗଡା ପୌରାଞ୍ଚଳର ୧୧ ନମ୍ବର ୱାଡ଼ର ଅଣ୍ଟାରିଗୁଡା ଗାଁ ଦୃଶ୍ୟ । ଦେଖନ୍ତୁ ଏହି ରିପୋର୍ଟ...

ଅଣ୍ଟାରିଗୁଡାକୁ ନାଗାବଳୀ ଭୟ
ଅଣ୍ଟାରିଗୁଡାକୁ ନାଗାବଳୀ ଭୟ
author img

By

Published : Jun 26, 2020, 3:12 PM IST

Updated : Jun 27, 2020, 7:49 AM IST

ରାୟଗଡା: ଡରାଉଛି ନାଗାବଳୀ । ଟିକିଏ ବର୍ଷା ହେଲେ କୁଳଖାଉଛି ନଦୀ । ରାୟଗଡା ଜିଲ୍ଲାର ଜୀବନ ରେଖା ବୋଲାଉଥିବା ନାଗବଳୀ ବର୍ଷାଦିନ ଆସିଲେ ନଦୀକୁଳିଆଙ୍କ ନିଦ ହଜାଉଛି । । ନଦୀର ଉପରମୁଣ୍ଡରେ ତୁହାକୁ ତୁହା ବର୍ଷା ଯୋଗୁଁ ନାଗାବଳୀ ନଦୀରେ ବନ୍ୟାଜଳ ଆସି ନଦୀ କୂଳ ଖାଉଥିବା ଦେଖିବାକୁ ମିଳିଛି । ଏହା କୈଣସି ଦୁର୍ଗମ ଅଞ୍ଚଳର ଚିତ୍ର ନୁହେଁ ବରଂ ରାୟଗଡା ଜିଲ୍ଲା ସଦର ମହକୁମାରେ ଥିବା ୧୧ ନମ୍ବର ୱାଡ଼ର ଅଣ୍ଟାରିଗୁଡା ଗାଁର ଦୃଶ୍ୟ । ଯେଉଁଠି ବାସ କରୁଛନ୍ତି 60 ପରିବାର । ପ୍ରତିବର୍ଷ ମାଟି ଧସୁଥିବା ନେଇ ଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ମନ୍ତ୍ରୀ ଓ ଲୋକ ପ୍ରତିନିଧିଙ୍କୁ ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ପ୍ରତିଦିନ ଡରିଡରି ବଞ୍ଚୁଛନ୍ତି ଏଠାକାର ବାସିନ୍ଦା ।

ଗିଳିଦେବ ନାଗାବଳୀ ! 60 ମିଟରରୁ କାନ୍ଦୁଛି ଅଣ୍ଟାରିଗୁଡା

ଗତ ୧୦ ବର୍ଷ ତଳେ ନଦୀଠାରୁ ଗ୍ରାମର ଦୂରତା ମାତ୍ର ୨୫୦ ମିଟର ରହିଥିବା ସ୍ଥଳେ ବିଗତ କିଛି ବର୍ଷ ମଧ୍ୟରେ ଏହି ଦୂରତା କମି ମାତ୍ର ୧୦୦ ମିଟରରେ ରହିଛି । ଏଥର ପ୍ରବଳ ବର୍ଷାରେ ନାଗାବଳୀ କୂଳ ୪୦ ମିଟର ଧସିଯିବା ଫଳରେ ନଦୀଠାରୁ ଗାଁ ମାତ୍ର ୬୦ ମିଟର ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ବର୍ଷା ଲାଗି ରହେ ତେବେ ଯେକୌଣସି ସମୟରେ ନାଗାବଳୀ ନଦୀ ଗର୍ଭରେ ଅଣ୍ଟାରିଗୁଡା ଗ୍ରାମ ଲୀନ ହୋଇଯିବା ଏଥିରେ ସନ୍ଦେହ ନାହିଁ ।

ଗତବର୍ଷ ରାୟଗଡ଼ା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷା ତଥା ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆଲ ସ୍ଥିତି ପରକ୍ଷୀ ତୁରନ୍ତ ଅଡ଼ିବନ୍ଧ ନିର୍ମାଣ ପ୍ରତିଶୃତି ଦେଇଥିଲେ । ହେଲେ ତାହା ପ୍ରତିଶୃତିରେ ହିଁ ରହିଯାଇଛି । ସେପଟେ ବିଷମ କଟକ ବିଧାୟକ ତଥା ସ୍ଥାନୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଜଙ୍ଗଲ ବିଭାଗ ଏବଂ ଜଳସେଚନ ବିଭାଗ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jun 27, 2020, 7:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.