ETV Bharat / state

ରାୟଗଡ଼ା ଥାନା ପରିସରରୁ ପୋଲିସ ପାଟ୍ରୋଲିଂ ଗାଡି଼ ଚୋରି, ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର

ଥାନା ପରିସରରୁ ପୋଲିସ ପାଟ୍ରୋଲିଂ ଗାଡ଼ି ଚୋରି । ରାୟଗଡ଼ା ଥାନା ପରିସରରୁ ଚୋରି ହୋଇଥିବା ପୋଲିସ ପାଟ୍ରୋଲିଂ ଗାଡ଼ି ଆନ୍ଧ୍ର ପ୍ରଦେଶରୁ ଜବତ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Nov 6, 2022, 2:27 PM IST

Updated : Nov 6, 2022, 3:37 PM IST

patrolling vehicle stolen from rayagada police station rescue from andhra pradesh
ରାୟଗଡ଼ା ଥାନା ପରିସରରୁ ପୋଲିସ ପାଟ୍ରୋଲିଂ ଗାଡି଼ ଚୋରି, ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର

ରାୟଗଡ଼ା: ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଥାନା ପରିସରରୁ ପୋଲିସ ପାଟ୍ରୋଲିଂ ଗାଡ଼ି ଚୋରି । ତାପୁଣି ଜଣେ ଅଭିଯୋଗକାରୀ । ପୋଲିସ ଜଣେ ଅଭିଯୋଗ ନଶୁଣିବାରୁ ଅଭିଯୋଗକାରୀଙ୍କ ଅଭିଯୋଗକାରୀ ଜଣକକ ରାଗରେ ପୋଲିସ ଗାଡି ଚୋରି କରିନେଇଥିବା ଜଣାଯାଇଛି । ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ରାୟଗଡ଼ାରେ । ରାୟଗଡ଼ା ଥାନା ପରିସରରୁ ପୋଲିସ ପାଟ୍ରୋଲିଂ ଗାଡ଼ି ଚୋରି ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶରୁ ଜବତ ହୋଇଛି ।

ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଧରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ରାୟଗଡ଼ା ଥାନା ପରିସରରୁ ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ବୋଲେରୋ ଚୋରି ହୋଇଥିବା ଜଣାପଡ଼ିଥିଲା । ଅପରାହ୍ନରେ ପାଟ୍ରୋଲିଂ ଯିବା ପାଇଁ ବୋଲେରୋ ଖୋଜିବା ସମୟରେ ତାହା ନଥିଲା । ବହୁ ଖୋଜାଖୋଜି କରିବା ପରେ ଗାଡ଼ି ନମିଳିବାରୁ ନିକଟସ୍ଥ ସମସ୍ତ ଥାନା ସମେତ ଆନ୍ଧ୍ରପ୍ରଦେଶ ପୋଲିସକୁ ସୂଚନା ଦିଆଯାଇଥିଲା ।

ଦୁର୍ବୃତ୍ତମାନେ ପୋଲିସ ଗାଡି ଚୋରି କରି ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ-କୋମରଡା ରାସ୍ତାରେ ଯାଉଥିଲେ । ଖବର ପାଇ ଆନ୍ଧ୍ର ପ୍ରଦେଶ ପୋଲିସ ପାର୍ବତୀପୁରମ-କୋମରଡା ରାସ୍ତାରେ ଏକ ବୋଲେରୋ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରିବା ପରେ ଗାଡ଼ି ଉଦ୍ଧାର ହୋଇଛି । ଏନେଇ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ରାୟଗଡ଼ା ଥାନାକୁ ସୂଚନା ଦିଆଯାଇଛି । ଖବର ପାଇ ରାୟଗଡ଼ା ଥାନାରୁ ଏକ ଟିମ ଆନ୍ଧ୍ର ପ୍ରଦେଶ ଯାଇ ଯାଞ୍ଚ କରୁଛି ।

ଘଟଣା ସମ୍ପର୍କରେ ଏସଡିପିଓ ଦେବଜୋତି ଦାସ କହିଛନ୍ତି ଯେ, "ଆମେ ଖବରପାଇ ଘଟଣାର ତଦନ୍ତ କରୁଛୁ । ଆନ୍ଧ୍ର ପ୍ରଦେଶ ପୋଲିସର ସୂଚନା ପାଇ ଆମ ଟିମ ସେଠାକୁ ଯାଇ ଚୋରି ବୋଲେରୋ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି ।" ରାଜମହେନ୍ଦ୍ରୀର ରୁଦ୍ର ଶିବା ନାମକ ବ୍ୟକ୍ତି ଏହାକୁ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ସେ କୌଣସି କାମରେ ରାୟଗଡ଼ା ଆସିଥିବା ବେଳେ ତାଙ୍କ ପାଖରେ ଥିବା ଟଙ୍କା ଚୋରି ହୋଇଯାଇଥିଲା ।" ଏନେଇ ଥାନାରେ ଅଭିଯୋଗ ଦେବାପାଇଁ ଯାଇଥିବା ବେଳେ ତାଙ୍କ ଅଭିଯୋଗ ପୋଲିସ ଶୁଣି ନଥିବାରୁ ସେ ରାଗରେ ଗାଡି ଚୋରି କରିନେଇଥିବା ଆନ୍ଧ୍ର ପୋଲିସ ଆଗରେ କହିଛନ୍ତି ।

ଅନ୍ୟପଟେ ରାୟଗଡ଼ା ପୋଲିସ ଏହାକୁ ଖଣ୍ଡନ କରିଛି । ସିସିଟିଭି ଫୁଟେଜ ଆଧାରରେ ସେ ଥାନାକୁ ଆସିନଥିବା ଏବଂ ଗେଟ ବାହାରରେ ଥିବା ପାଟ୍ରୋଲିଂ ଗାଡିକୁ ଚୋରି କରି ନେଇ ଯାଇଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନ କହିଛନ୍ତି । ତେବେ ଥାନା ଭିତରୁ ପୋଲିସ ଗାଡି ଚୋରୀ ହେବା ଘଟଣା ସାଧାରଣ ବେଶ ଚର୍ଚ୍ଚା ହେଉଛି । ଥାନା ପରିସରରେ ଖୋଦ ପୋଲିସ ପାଟ୍ରୋଲିଂ ଗାଡି ସୁରକ୍ଷିତ ନଥିବା ବେଳେ ସହରରେ କିଭଳି ପୋଲି ପାଟ୍ରୋଲିଂ ହେଉଥିବା ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Nov 6, 2022, 3:37 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.