ETV Bharat / state

ଆମ୍ବୁଲାନ୍ସ ଚକା ପମ୍ପଚର, ନେଲା ମହିଳାଙ୍କ ଜୀବନ - ଅଧା ବାଟରେ ମହିଳାଙ୍କ ମୃତ୍ୟୁ

ଅଧାବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ...

ଆମ୍ବୁଲାନ୍ସ ଚକା ପମ୍ପଚର, ନେଲା ମହିଳାଙ୍କ ଜୀବନ
author img

By

Published : Oct 17, 2019, 4:13 AM IST

ରାୟଗଡା: ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା । ଅଧାବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ।

କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରାପା ଗାଁର ସମନାଥ ବିଡିକାଙ୍କ ସ୍ତ୍ରୀ କଲ୍ୟାଣୀ ବିଡ଼ିକା ଝାଡା, ବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ପ୍ରଥମେ ଉକ୍ତ 108 ଆମ୍ବୁଲାନ୍ସ ଜରପା ଗାଁରେ ବିଳମ୍ବରେ ପହଞ୍ଚିଥିଲା । ସେଠାରୁ କଲ୍ୟାଣୀଙ୍କୁ ନେଇ ମେଡ଼ିକାଲ ପହଞ୍ଚିବାର ଅଧା ବାଟରେ ଟାୟାର ପମ୍ପଚର ହେଇଯାଇଥିଲା । ଏ ମଧ୍ୟରେ କଲ୍ୟାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ଅନ୍ୟ ବ୍ୟବସ୍ଥା କରି ମେଡ଼ିକାଲ ନେବାକୁ ଚାହଁଥିଲେ ପରିବାର ଲୋକେ । ହେଲେ ଅନ୍ୟ ଏକ ଆମ୍ବୁଲାନ୍ସ ଆସୁଛି କହି ବିଳମ୍ବ କରିବାରୁ ସେଠାରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ସମନାଥ ।

ଆମ୍ବୁଲାନ୍ସ ଚକା ପମ୍ପଚର, ନେଲା ମହିଳାଙ୍କ ଜୀବନ

ତେବେ କଲ୍ୟାଣୀ ଝାଡା ବାନ୍ତିରେ ଆକ୍ରାନ୍ତ ହେଇଥିଲେ ଏବଂ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଦୀପକ କୁମାର ନାୟକ କହିଛନ୍ତି ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅର୍ତବନ୍ଧୁ ନାୟକ କହିଛନ୍ତି, କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଲା? ଆମ୍ବୁଲାନ୍ସ ପମ୍ପଚର ହେବାପରେ ତୁରନ୍ତ କାହିଁକି ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଗଲା ନାହିଁ? ସେନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ କର୍ଯାନୁଷ୍ଠାନ ଗ୍ରହଣ କରାଯିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଆମ୍ବୁଲାନ୍ସ ପଞ୍ଚର, ଚିକିଛାରେ ବିଳମ୍ବ ଯୋଗୁଁ ଅଧା ବାଟରେ ମହିଳାଙ୍କ ମୃତ୍ୟୁ।Body: ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା । ଅଧାବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରାପା ଗାଁର ସମନାଥ ବିଡିକା ଙ୍କ ସ୍ତ୍ରୀ କଲ୍ୟାଣୀ ବିଡ଼ିକା ଝାଡା ବାନ୍ତିରେ ଆକ୍ରାନ୍ତ ହଇ ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ପ୍ରଥମେ ଉକ୍ତ 108 ଆମ୍ବୁଲାନ୍ସ ଜରପା ଗାଁରେ ବିଳମ୍ବରେ ପହଞ୍ଚିଥିଲା ସେଠାରୁ କଲ୍ୟାଣୀଙ୍କୁ ନେଇ ମେଡ଼ିକାଲ ପହଞ୍ଚିବାର ଅଧା ବାଟରେ ଟାୟାର ପଞ୍ଚର ହେଇଯାଇଥିଲା । କଲ୍ୟାଣୀଙ୍କ ଅବସ୍ତା ଗୁରୁତର ହେବାରୁ ଅନ୍ୟ ବ୍ୟବସ୍ଥା କରି ମେଡ଼ିକାଲ ନେବାକୁ ଚାହଁଥିଲେ ପରିବାର ଲୋକେ । ହେଲେ ଅନ୍ୟ ଏକ ଆମ୍ବୁଲାନ୍ସ ଆସୁଛି କହି ବିଳମ୍ବ କରିବାରୁ ମହିଳାଙ୍କ ମୃତ୍ୟୁ ହେଇଯାଇଛି ବୋଲି ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ସମନାଥ । ତେବେ କଲ୍ୟାଣୀ ଝାଡା ବାନ୍ତିରେ ଆକ୍ରାନ୍ତ ହେଇଥିଲେ ଏବଂ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଦୀପକ କୁମାର ନାୟକ କହିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିସ୍ଛା ଅଧିକାରୀ ଅର୍ତବନ୍ଧୁ ନାୟକ କହିଛନ୍ତି ଯେ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଲା , ଆମ୍ବୁଲାନ୍ସ ପଞ୍ଚର ହେବାପରେ ତୁରନ୍ତ କାହିଁକି ଅନ୍ୟ ବିକଳ୍ପ ବ୍ୟବସ୍ତା କରାଗଲା ନହିଁ ସେ ନେଇ ତଦନ୍ତ ନିର୍ଦ୍ଧେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ କର୍ଯାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି । Conclusion:ଆମ୍ବୁଲାନ୍ସ ପଞ୍ଚର, ଚିକିଛାରେ ବିଳମ୍ବ ଯୋଗୁଁ ଅଧା ବାଟରେ ମହିଳାଙ୍କ ମୃତ୍ୟୁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.