ETV Bharat / state

ରୋଗୀଙ୍କୁ କାନ୍ଧରେ ବୋହି ନଦୀପାର କଲେ ଗ୍ରାମବାସୀ - ରାୟଗଡାରେ ରୋଗୀଙ୍କୁ କାନ୍ଧରେ ବୋହିଲେ

ରାୟଗଡା ଜିଲ୍ଲା କେରେଡା ପଞ୍ଚାୟତ ଖିଲିମିଶିଗୁଡା ଗ୍ରାମକୁ ଗମନାଗମନର ନଗ୍ନ ଚିତ୍ର । ଗ୍ରାମକୁ ଯିବାକୁ ପୋଲଟିଏ ନିର୍ମାଣ ହୋଇପାରୁ ନ ଥିବାରୁ ରୋଗୀଙ୍କୁ କାନ୍ଧରେ ବୋହି ନଦୀପାର କରିବାକୁ ପଡୁଛି ଅଞ୍ଚଳବାସୀଙ୍କୁ । ଅଧିକ ପଢନ୍ତୁ...

ରୋଗୀଙ୍କୁ କାନ୍ଧରେ ବୋହି ନଦୀପାର କଲେ ଗ୍ରାମବାସୀ

author img

By

Published : Oct 17, 2020, 10:31 PM IST

ରାୟଗଡା: ନଦୀରେ ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ନେଲେ ଗ୍ରାମବାସୀ । ପୋଲ ନଥିବା କାରଣରୁ ପାଣି ଭିତରେ କାନ୍ଧରୋ ରୋଗୀଙ୍କୁ ବୋହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଏକ ଘଟଣା ରାୟଗଡା ଜିଲ୍ଲା କେରେଡା ପଞ୍ଚାୟତ ଖିଲିମିଶିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ।

ରୋଗୀଙ୍କୁ କାନ୍ଧରେ ବୋହି ନଦୀପାର କଲେ ଗ୍ରାମବାସୀ

ସୂଚନା ଅନୁଯାୟୀ ଗ୍ରାମର ଜଣେ ଯୁବକ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଗ୍ରାମବାସୀ ତାଙ୍କୁ କାନ୍ଧରେ ବୋହି ନଦୀ ପାର କରିବା ପରେ ଡାକ୍ତରଖାନାରେ ପହଞ୍ଚାଇଛନ୍ତି ।

ତେବେ ନାଗାବଳୀ ନଦୀ ଆରପାରିରେ ଥିବା ଖିଲିମିଶିଗୁଡାକୁ ରାସ୍ତା ନ ଥିବାରୁ ନଦୀ ପାର ହୋଇଯିବାକୁ ପଡିଥାଏ । ନଦୀ ଉପରେ ଥିବା ପୋଲଟି ବହୁଦିନ ଧରି ନିର୍ମାଣଧୀନ ଅବସ୍ଥାରେ ପଡିରହିଛି । ଫଳରେ ଗ୍ରାମବାସୀ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.