ETV Bharat / state

ପୁଣି ଓଲଟିଲା ଶ୍ରମିକ ବସ, ଅଳ୍ପକେ ବର୍ତ୍ତିଲେ ୫୮ ଜଣ ଯାତ୍ରୀ

author img

By

Published : Sep 10, 2020, 3:10 PM IST

Updated : Sep 10, 2020, 8:10 PM IST

ରାୟଗଡା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ଏକ ବସ୍ ଓଲଟି ପଡିଛି । ଫଳରେ ବସରେ ବସିଥିବା ଶ୍ରମିକଙ୍କ ମଧ୍ୟରୁ 9 ଜଣ ଆହତ ହୋଇଥିବା ଜଣାପଡିଛି ।

ପୁଣି ଓଲଟିଲା ଶ୍ରମିକ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡା: ଗୁମା ଘାଟିରେ ଓଲଟିଲା ବସ । ଅଳ୍ପକେ ବର୍ତିଲେ ୫୮ ଜଣ ଶ୍ରମିକ । ରାୟଗଡା ଥାନା ଅନ୍ତର୍ଗତ ଗୁମ୍ମା ଘଟିରେ ଏକ ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ ହୋଇ 9 ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ତା ଗୁରୁତର ରହିଛି ।

ପୁଣି ଓଲଟିଲା ଶ୍ରମିକ ବସ, ଅଳ୍ପକେ ବର୍ତ୍ତିଲେ ୫୮ ଜଣ ଯାତ୍ରୀ

ଆହତ ମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି (ଗୁରୁବାର) ବିହାର, ରାଉରକେଲା, ବୌଦ୍ଧ, କଣ୍ଟାମାଳ, ବଲାଙ୍ଗୀର ପ୍ରଭୃତି ଅଞ୍ଚଳରୁ 50 ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ନେଇ ଏକ ବସ ତାମିଲନାଡୁ ଯାଉଥିଲା । ତେବେ ରାୟଗଡା କୋରାପୁଟ 326 ନମ୍ବର ଜାତୀୟ ରାଜପଥର ଗୁମ୍ମା ଘାଟିରେ ବସଟି ବ୍ରେକ ଫେଲ ହୋଇଯିବା ଫଳରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଡ୍ରାଇଭର ଉପସ୍ଥିତ ବୁଦ୍ଧି ଯୋଗୁଁ ବସରେ ଥିବା 58 ଜଣ ଶ୍ରମିକ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ 9 ଜଣ ଶ୍ରମିକ ଆହତ ହୋଇଛନ୍ତି ।

ଦୁର୍ଘଟଣା ଖବର ପାଇ ରାୟଗଡା ଥାନା ପୋଲିସ ଓ ଗୁମ୍ମା ଫାଣ୍ଡି କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ଆହତ ମାନଙ୍କୁ ରାୟଗଡ଼ା ମୂଖ୍ୟ ଡାକ୍ତର ଖାନାରେ ଭର୍ତି କରାଯାଇ ଚିକିତ୍ସା ଚାଲିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 10, 2020, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.