ETV Bharat / state

ଅପରେସନ ଗ୍ରୀନ ଡ଼ାଇମଣ୍ଡ, ନଷ୍ଟ ହେଲା 1626 ଏକର ଗଞ୍ଜେଇ ଚାଷ - ଗ୍ରିନ ଡ଼ାଇମଣ୍ଡ

ଅପରେସନ ଗ୍ରୀନ ଡ଼ାଇମଣ୍ଡରେ ନଷ୍ଟ ହେଲା 1626 ଏକର ଗଞ୍ଜେଇ ଚାଷ । ଅଧିକ ପଢନ୍ତୁ...

operation green diamond started in rayagada
ଅପରେସନ ଗ୍ରିନ ଡ଼ାଇମଣ୍ଡ ,ନଷ୍ଟ ହେଲା 1626 ଏକର ଗଞ୍ଜେଇ ଚାଷ
author img

By

Published : Jan 22, 2021, 10:30 PM IST

ରାୟଗଡା: ଜିଲ୍ଲାରେ ଅପରେସନ ଗ୍ରୀନ ଡ଼ାଇମଣ୍ଡ । ନଷ୍ଟ ହୋଇଛି 1626 ଏକରର ଗଞ୍ଜେଇ ଚାଷ । ଗତ ନଭେମ୍ବରରୁ ଆରମ୍ଭ ହୋଇଥିବା ଅପରେସନ ଗ୍ରୀନ ଡ଼ାଇମଣ୍ଡକୁ ଆଶାତିତ ସଫଳତା ମିଳିଛି । ଏଥି ପାଇଁ ପୋଲିସ, ଅବକାରୀ ବିଭାଗ, ରାଜସ୍ବ ଓ ବନ ବିଭାଗର ମିଳିତ ଉଦ୍ୟମରେ ରାୟଗଡ଼ା ଏସପିଙ୍କ ତତ୍ବାବଧାନରେ ଏହି ଅଭିଯାନ ଚାଲିଛି ।

ଅପରେସନ ଗ୍ରିନ ଡ଼ାଇମଣ୍ଡ ,ନଷ୍ଟ ହେଲା 1626 ଏକର ଗଞ୍ଜେଇ ଚାଷ

ତେବେ ଏହି ଅଞ୍ଚଳ ମାଓ ପ୍ରବଣ ହୋଇଥିବାରୁ କଡ଼ା ସୁରକ୍ଷା ମଧ୍ୟରେ ଗଞ୍ଜେଇ ଗଛ କଟା ଅଭିଯାନକୁ ଯୋରଦାର କରାଯାଇଥିବା କହିଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା । ବିଭିନ୍ନ ବିଭାଗକୁ ନେଇ ଗଠିତ ହୋଇଛି ସ୍ବତନ୍ତ୍ର ଟିମ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଚନ୍ଦ୍ରପୁର, ପୁଟାସିଂ, ପଦ୍ମପୁର, ଗୁଡ଼ାରୀ ଓ କେନ୍ଦୁଗୁଡ଼ାରୁ ଆଜି ସୁଦ୍ଧା ୧୬୨୬ ଏକରର ଜମିରେ ଲାଗିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି । ସେଥିମଧ୍ୟରୁ ପଦ୍ମପୁର ଥାନା ଅଞ୍ଚଳରୁ ୫୧୫ ଏକର, ଚନ୍ଦ୍ରପୁର ଥାନା ଅଞ୍ଚଳରୁ ୬୮୭, ଗୁଡ଼ାରୀ ଅଞ୍ଚଳରୁ ୫୫ ଏକର, ପୁଟାସିଂ ଅଞ୍ଚଳରୁ ୨୬୨ ଏକର ଓ ମୁନିଗୁଡ଼ା ଥାନା ଅଞ୍ଚଳରୁ ୫୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧୬୨ କୋଟି ହେବ ବୋଲି ସୁଚନା ଦେଇଛନ୍ତି ଏପି ଶର୍ମା ।

ସେହିଭଳି ୨୦୨୦ ମସିହାରେ ୬୭୯୯ କୁଇଣ୍ଟାଲ ଓ ୨୦୨୧ ମସିହା ପ୍ରଥମ ମାସରେ ବର୍ତ୍ତମାନ ସୁଦ୍ଧା ୩୨୮ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରା ପଡ଼ିଛି । ଏସବୁ ମାମଲାରେ ବର୍ତ୍ତମାନ ସୁଦ୍ଧା ୩୬ ଜଣ ଗିରଫ ହୋଇଛନ୍ତି । ଏଥିରେ ବ୍ୟବହୃତ ୧୧ଟି ମୋଟର ସାଇକେଲ, ୬ଟି ଚାରି ଚକିଆ ଯାନ ଏବଂ ୬ ଟି ଟ୍ରକ ଜବତ ହୋଇଥିବା ସୁଚନା ଦେଇଛନ୍ତି ଏସପି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.