ETV Bharat / state

ଅନଲାଇନ କ୍ରିକେଟ ବେଟିଂର ବାଦଶାହକୁ ବାନ୍ଧିଲା ପୋଲିସ - ପି.ଇଶ୍ବର ରାଓ

ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଅନଲାଇନ କ୍ରିକେଟ ବେଟିଂ ଆଡ୍ଡାରେ ପୋଲିସର ଚଢାଉ । ମାଷ୍ଟରମାଇଣ୍ଡ ଗିରଫ। ନଗଦ ଟଙ୍କା ସହ ମୋବାଇଲ, ବାଇକ, ଡାଏରୀ ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା
author img

By

Published : Sep 21, 2019, 11:32 PM IST

ରାୟଗଡା: ପୁଣି ଫେରିଲା କ୍ରିକେଟ ବେଟିଂ । ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରୁ ଆସିଛି ଏମିତି ଖବର । ଶୁକ୍ରବାର ରାତିରେ ଅନଲାଇନ କ୍ରିକେଟ ବେଟିଂର ସୁରାକ ପାଇ ସ୍ଥାନୀୟ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଚଢାଉବେଳେ 1 ଲକ୍ଷ 37 ହଜାର ନଗଦ ଟଙ୍କା, 5ଟି ମୋବାଇଲ ଫୋନ, 3ଟି ବାଇକ ଓ 3ଟି ଡାଏରୀ ଜବତ ହୋଇଛି । ଏହାର ମାଷ୍ଟରମାଇଣ୍ଡ ଗୁଣୁପୁର, ସୁଭଦ୍ରାପୁରର 34 ବର୍ଷିୟ ପି ଇଶ୍ବର ରାଓ ବୋଲି ଜଣାପଡିଛି । ପୋଲିସ ପି.ଇଶ୍ବର ରାଓଙ୍କୁ ଗିରଫ କରିଛି । ଏଥିସହିତ 2,50000 ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି । ବେଟିଂରେ ବ୍ୟବହୃତ ଡାଏରୀ ଓ ମୁଖ୍ୟ ଅଭିଯୁକ୍ତ ଇଶ୍ବର ରାଓଙ୍କ ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ଗୁଣୁପୁର ଅଞ୍ଚଳରେ ଅଭିଯୁକ୍ତ ଇଶ୍ବର ରାଓ ଏହି ବେଆଇନ ଅନଲାଇନ ବେଟିଂ ଚଳାଇଥିଲା । ବିଶେଷକରି କଲେଜ ଛାତ୍ର ଓ ସ୍ଥାନୀୟ ବ୍ୟୟସାୟୀଙ୍କୁ ଲୋଭ ଦେଖାଇ ଫସାଉଥିଲା ଇଶ୍ବର । ସେମାନଙ୍କର କଷ୍ଟ ଉପାର୍ଜିତ ଧନକୁ ଇଶ୍ବର ରାଓ ବନ୍ଧକ ରଖୁଥଲା । ଏହି ବେଆଇନ ଅନଲାଇନ ବେଟିଂ କାର୍ଯ୍ୟକଳାପରେ କେ ସୂର୍ଯ୍ୟ ରାଓ, ସାଗର ସାହୁ, ପିଙ୍କୁ, ଜ୍ୟୋତିରଞ୍ଜନ ପଲେଇ, ବଣ୍ଟି, ଓ ସତ୍ୟବ୍ରତ ପ୍ରଧାନଙ୍କ ନାମକ ବ୍ୟକ୍ତି ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ସମସ୍ତଙ୍କର ବୟସ 23ରୁ 30 ବର୍ଷ ମଧ୍ୟରେ ରହିଛି । ସଂପୃକ୍ତ ସମସ୍ତ ସ୍ଥାନୀୟ ରାନିଗୁଡା ଫାର୍ମ, ରେଭେନ୍ୟୁ କଲୋନି ଓ ରୋଇତା କଲୋନିର ହୋଇଥିବା ଜଣାପଡିଛି ।

ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବାବେଳେ, ଆଇପିସିର ଧାରା 4/5 ଅନୁୟାୟୀ ମାମଲା ରୁଜୁ କରିଛି । ଏଥିସହିତ ପୋଲିସ 307, 294(A), 420/34 ଭଳି ସଙ୍ଗୀନ ଦଫା ଲଗାଇଛି । ଅଭିଯୁକ୍ତଙ୍କ ମଧ୍ୟରୁ 5 ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.