ETV Bharat / state

ଆମ୍ବଗଛ ମୂଳକୁ ପୂଜା କରିବାକୁ ଯାଇ ବଜ୍ରାଘାତ: ଜଣେ ମୃତ, ଜଣେ ଗୁରୁତର - One was killed in Lightning strike

ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଶିଵପଦର ପଞ୍ଚାୟତ ଦୁର୍କୀଲିମା ଗ୍ରାମରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

rayagada
ବଜ୍ରାଘାତରେ ଜଣେ ମୃତ
author img

By

Published : Sep 9, 2020, 7:27 PM IST

ରାୟଗଡା: ପୁଣି ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଅଭିଯୋଗ । ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଶିଵପଦର ପଞ୍ଚାୟତ ଦୁର୍କୀଲିମା ଗ୍ରାମରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଆମ୍ବଗଛ ମୂଳକୁ ପୂଜା କରିବାକୁ ଯାଇ ବଜ୍ରାଘାତ

ଉପରୋକ୍ତ ଗ୍ରାମର ପଦ୍ମନ ବାଗ ଓ ଦଣ୍ଡାସି ଟାକ୍ରୀ ଦୁଇଜଣ ଗାଁ ଆମ୍ବଗଛ ମୂଳେ କଲରାଶୁଣୀ ଦେବତାଙ୍କୁ ପୂଜା କରିବାକୁ ଯାଇଥିଲେ । ହଠାତ ବର୍ଷା ସାଙ୍ଗକୁ ଵିଜୁଳି ଘଡଘଡି ମାରିଥିଲା ।

ଉଭୟେ ସେଠାରୁ ପଳାଇ ଆସିବାକୁ ପ୍ରସ୍ତୁତ ହେବା ସମୟରେ ସେମାନଙ୍କ ଉପରେ ଵଜ୍ରାଘାତ ହୋଇଥିଲା। ସଙ୍ଗେସଙ୍ଗେ ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ 108 ଆମ୍ଵୁଲାନ୍ସ ଯୋଗେଁ ମୁନିଗୁଡା ଗୋଷ୍ଟିସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ ।

ସେଠାରେ ପଦ୍ମନ ବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ଦଣ୍ଡାସୀ ଟାକ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ବଜ୍ରାଘାତରେ ଜଣେ ମୃତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.