ETV Bharat / state

ମସଜିଦ୍‌ରୁ ଉଦ୍ଧାର 8 ଜଣଙ୍କ ରକ୍ତନମୂନା ଗଲା ଭୁବନେଶ୍ବର - cdmo rayagada

ଭୁବନେଶ୍ବର ଆରଏମଆରସିକୁ ପଠାଯାଇଛି ରାୟଗଡାର ଏକ ମସଜିଦ୍‌ରୁ ଉଦ୍ଧାର ହୋଇଥିବା 8 ଜଣଙ୍କ ରକ୍ତନମୂନା । ଅଧିକ ପଢନ୍ତୁ...

one to one with cdmo rayagada
ମସଜିଦ୍‌ରୁ ଉଦ୍ଧାର 8 ଜଣଙ୍କ ରକ୍ତନମୂନା ଗଲା ଭୁବନେଶ୍ବର
author img

By

Published : Apr 3, 2020, 7:59 PM IST

ରାୟଗଡା: ମହାମାରୀ କୋରୋନା ଭୂତାଣୁ ସାରା ବିଶ୍ବରେ ଆତଙ୍କ ଖେଳାଇଦେଇ ଥିବାବେଳେ ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏପଟେ ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରି ସମାଜିକ ଦୂରତାକୁ କଡାକଡି କରିଛନ୍ତି ।

ମସଜିଦ୍‌ରୁ ଉଦ୍ଧାର 8 ଜଣଙ୍କ ରକ୍ତନମୂନା ଗଲା ଭୁବନେଶ୍ବର

ସେପଟେ ଦେଶର ନିଜାମୁଦ୍ଦିନ ଧର୍ମସଭାକୁ ନେଇ ଭୟର ବାତାବରଣ ଦେଖାଦେଇଥିବାବେଳେ ଗତ ଦୁଇଦିନ ତଳେ ରାୟଗଡା ସହରର ଏକ ସମଜିଦରୁ ଜିଲ୍ଲାବାହାରୁ ଆସିଥିବା 8 ଜଣଙ୍କୁ ଉଦ୍ଧାର କରିଛି ରାୟଗଡା ପୋଲିସ । ରାୟଗଡା ପୁଲିସ ଉକ୍ତ ମସଜିଦରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲା । ପରେ ପ୍ରାଥମିକ ପରୀକ୍ଷା ପରେ ପୁଣି ଥରେ ସେମାନଙ୍କୁ ସେହି ମସଜିଦରେ ସଙ୍ଗରୋଧ ଭାବେ ରଖାଯାଇଛି ।

ତେବେ ଆଜି ଏହି 8 ଜଣଙ୍କ ରକ୍ତନମୂନା ଟେଷ୍ଟ ପାଇଁ ସେମାନଙ୍କୁ ପୁଣି ଥରେ ଜିଲ୍ଲା ଚିକିତ୍ସାଳୟକୁ ଅଣାଯିବା ସହ ସେମାନଙ୍କ ନମୂନା ଭୁବନେଶ୍ବର ଆରଏମଆରସିକୁ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାୟଗଡା ସିଡିଏମଓ ଡ଼ା. ଆର୍ତବନ୍ଧୁ ନାୟକ । ଏମାନେ ସମସ୍ତେ କଟକରୁ ଆସିଥିବା ପ୍ରାଥମିକ ତଦନ୍ତୁ ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.