ETV Bharat / state

କାଶୀପୁରରେ ହଇଜା ଭୟ: ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

author img

By

Published : Jul 30, 2022, 3:35 PM IST

Updated : Jul 30, 2022, 9:34 PM IST

କାଶୀପୁରରେ ଆତଙ୍କ ଖେଳାଇଛି ହଇଜା । ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି । ଅଧିକ ପଢନ୍ତୁ

କାଶିପୁରରେ ହଇଜା ଭୟ :ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ,ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ରାୟଗଡା: ଜିଲ୍ଲା କାଶୀପୁର ବ୍ଲକରେ ଗତ ତିନି ସପ୍ତାହ ହେବ ଆତଙ୍କ ଖେଳାଇଥିବା ହଇଜା ଏବେ ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି । ସମସ୍ତ ପ୍ରକାର ଚେଷ୍ଟାପରେ ମଧ୍ୟ ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଆଜି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଟିକିରାପଡାଗ୍ରାମର ଗୁରୁବାରି ଦୋରା(୫୫) । ଗତ ୨୧ ତାରିଖରୁ ସେ ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ ।

ପ୍ରଥମେ ତାଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଗତ ତିନିଦିନ ତଳେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର ପାଇଁ ଡାକ୍ତର କହିଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ କୋରାପୁଟ ନ ନେଇ ଗତକାଲି ନିଜ ଗାଁ ଟିକିରାପଡା ନେଇଯାଇଥିଲେ । ଆଜି ଭୋରରୁ ଗୁରୁବାରୀଙ୍କ ମୃତ୍ୟୁ ଘଟିଛି ।

କାଶୀପୁରରେ ହଇଜା ଭୟ: ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ହଇଜା ଜନିତ ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଥିବା ବେଳେ ଜିଲ୍ଲା ପ୍ରଶାସନ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା କହିଛି । ସବୁଠାରୁ ବଡ କଥା କଲେରା ଆକ୍ରାନ୍ତ ରୋଗୀ ସୁସ୍ଥ ହେବା ପରେ କୋରୋନା ଭଳି ବିଭିନ୍ନ ଲକ୍ଷଣ ଦେଖା ଯାଉଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା କଲେରା ରୋଗୀ ସୁସ୍ଥ ହେବା ମଧ୍ୟରେ କୀଡିନି ସମସ୍ୟା ଦେଖା ଦେଉଛି । ଗତ ୨୦ ଦିନ ମଧ୍ୟରେ କଲେରା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣଙ୍କ ଠାରେ କୀଡିନି ସମସ୍ୟା ଦେଖାଦେଇଥିବା ବେଳେ ସେଥି ମଧ୍ୟରୁ ଜଣେ କୋରାପୁଟ ଏବଂ ଅନ୍ୟ ଜଣେ ଭୁବନେଶ୍ବର ଯାଇ ଭଲ ହୋଇ ଆସିଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଏପଟେ, ପୁଣି ଥରେ ଅନୁଧ୍ୟାନ ପାଇଁ ରାୟଗଡା ଆସି କ୍ଷେତ୍ରରୁ ନମୁନା ସଂଗ୍ରହ କରି ଫେରିଛନ୍ତି ଆରଏମଆରସି ଟିମ୍ । ଏହି ନମୁନା ପରୀକ୍ଷଣ ପରେ ହଇଜା ନିନ୍ତ୍ରଣକୁ ନ ଆସିବାର କାରଣ ଜଣାପଡିବ ବୋଲି ସୂଚନା ଦିଆଯାଇଛି । ଆଜିର ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଥିବା ବେଳେ ଓ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦କୁ ବଢିବା କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଜି ମଧ୍ୟ ଅନେକ ଲୋକ ବିଭିନ୍ନ ଗାଁରେ ଆକ୍ରାନ୍ତ ହୋଇ ରହିଥିବା ସୂଚନା ମିଳିଛି ।

ଅପରପକ୍ଷରେ ପ୍ରତିଦିନ ଭଳି ଆଜି ସକାଳୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ ଟିକିରିପଡା, ସର୍ଗିଗୁଡା, କାଳିଆଯୋଡି, ସୋରିଷପଦର, ଡେଙ୍ଗାଗୁଡା, ତୋଟାଗୁଡା, ଶଙ୍କରଡା, କପାଡାଙ୍ଗ, ମଲ୍ଲିଝରଣ, ଖୁରିଗାଁ, ପଞ୍ଚାଳି, ଟିକିରି, ଦୁଡୁକାବାହାଲ ଓ କାଶୀପୁର ଯାଇ ଜଳ ନମୁନା ସଂଗ୍ରହ କରିଛନ୍ତି । ଏଣେ ବିଭିନ୍ନ ମେଡିକାଲରେ ୪୪ ଜଣ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ସେଥିମଧ୍ୟରୁ ଉଷାପଡା ଉତ୍କଳ ହସ୍ପିଟାଲରେ ୧୮, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮, ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ୧୦, ଟିକିରି ଉତ୍କଳ ମେଡିକାଲରେ ୮ ଜଣ ଭର୍ତ୍ତିହୋଇଛନ୍ତି । ସେହିଭଳି କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି । ଶୁକ୍ରବାର କୋରାପୁଟ ସ୍ଥାନାନ୍ତର ହୋଇଥିବା ଲିମା ମାଝି(୪୫) ଙ୍କ ଅବସ୍ଥା ଭଲଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି । ଏତଦ ବ୍ୟତିତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଟିମ ଆଜି କାଶୀପୁର ବ୍ଲକର ପ୍ରାୟ ୪୦ ଜଣଙ୍କ ଚିକିତ୍ସା କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୩୪୫ ଗାଁର ଜଳ ଉତ୍ସକୁ ବିଶୋଧନ କରାଯାଇଛି । ଏଥିସହ ଏହି ବ୍ଲକର ୩୭୫ ଟି ଗ୍ରାମ ସର୍ଭେଲେନ୍ସରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ,ରାୟଗଡା

Last Updated : Jul 30, 2022, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.