ରାୟଗଡ଼ା: ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ବଜ୍ରାଘାତର ଜଣେ ଶିଶୁର ମୃତ୍ୟୁ ହୋଇଛି । ମଙ୍କଡ଼ଝୋଲା ଗ୍ରାମର ଆମରି ମାଝି ଓ ତାଙ୍କ ପରିବାର ଚାଷ ଜମିରେ କାମ କରୁଥିଲେ । ଏହି ସମୟରେ ବର୍ଷା ଆଶଙ୍କା ହେବାକୁ ସପରିବାର ଘରକୁ ଫେରୁଥିଲେ ।
ଫେରିବା ବାଟରେ ପ୍ରବଳ ବର୍ଷା ଯୋଗୁଁ ଏକ ଗଛମୂଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତରେ ଆମରି ମାଝି ତାଙ୍କ ପତ୍ନୀ ତାଙ୍କ ଝିଅ ବୈଶାଳୀ ଓ ୬ ବର୍ଷ ଶିଶୁ ଆକାଶ ଅଚେତ ହୋଇ ପଡ଼ିଥିଲେ । ପରବର୍ତ୍ତୀ ସମୟରେ ଆମରି, ତାଙ୍କ ପତ୍ନୀ ଓ ତାଙ୍କ ଝିଅର ଚେତା ଫେରିଥିବା ବେଳେ ଆକାଶର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେପଟେ ଗୁରୁତର ଅବସ୍ଥାରେ ବୈଶାଳୀଙ୍କୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।