ETV Bharat / state

ରାୟଗଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ

ରାୟଗଡାରୁ ରବିଗୁଡା ଛକ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । 3 ଗିରଫ । ଅଧିକ ପଢନ୍ତୁ..

author img

By

Published : Jul 10, 2021, 2:30 PM IST

ରାୟଗଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ
ରାୟଗଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ

ରାୟଗଡା: ଗଞ୍ଜେଇ ଚୋରାଚାଲାଣ ସମୟରେ ଧରିଲା ପୋଲିସ । 3 ଜଣଙ୍କୁ ଗିରଫ କରି ଥିବାବେଳେ କୋଟିଏ ଟଙ୍କା ଜବତ କରିଛି ପୋଲିସ । ଚନ୍ଦପୁର ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ରବିଗୁଡା ଛକ ନିକଟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞ୍ଜେଇ ସହ ୩ ଜଣଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ହେବ । ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ରବିଗୁଡା ଗାଁ ନିକଟରେ ଥିବା ଏକ ଛକ ନିକଟରେ ଅତର୍କିତ ଭାବେ ଚଢାଉ କରି ମୁନିଗୁଡା ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ ହେବାକୁ ରଖାଯାଇ ଥିବାବେଳେ ୫୯ ଟି ପ୍ୟାକେଟକୁ ଜବତ କରିଛି ।

ଏଥିରେ ସମ୍ପୃକ୍ତ ଥିବା ରାମନାଥ ଝିଣ୍ଡ୍ରି ଗୁଡିକା, ପ୍ରଜା ଶ୍ରାମୂତିକା ଓ ଇଶା ଦୁର୍ବାକାକୁ ଗିରଫ କରି କୋର୍ଟଚାଲାଣ କରିବା ସହ ଅଧିକ ତଦନ୍ତ ଜାରିରଖିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.