ETV Bharat / state

ପ୍ରଥମ ଥର ଗୁଣୁପୁରରେ ସରକାରୀ ନିଯୁକ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ

author img

By

Published : Jan 31, 2022, 8:21 AM IST

ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକର 8ଟି କେନ୍ଦ୍ରରେ ଓଡିଶା ଷ୍ଟାଫ୍ ସିଲେକ୍ସେନ କମିସନର ଦ୍ବାରା ପରିଚାଳିତ ଆରଆଇ, ଏଆରଆଇ ଓ ଅମିନ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଛି । ତେବେ ଗୁଣୁପୁର ହୋଇଥିବା 8ଟି କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଅଧିକ ପଢନ୍ତୁ

odisha staff selection commission examination held  in gunupur
ପ୍ରଥମ ଥର ରାୟଗଡା ଜିଲ୍ଲା ଗୁଣୁପୁରରେ ସରକାରୀ ନିଯୁକ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ

ରାୟଗଡା: ଜିଲ୍ଲାର ଗୁଣୁପୁର ବ୍ଲକର 8ଟି କେନ୍ଦ୍ରରେ ଓଡିଶା ଷ୍ଟାଫ୍ ସିଲେକ୍ସେନ କମିସନର ଦ୍ବାରା ପରିଚାଳିତ ଆରଆଇ, ଏଆରଆଇ ଓ ଅମିନ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଛି । ତେବେ ଗୁଣୁପୁର ହୋଇଥିବା 8ଟି କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେହିପରି ପରୀକ୍ଷା ତଦାରଖ ଦାୟିତ୍ବରେ ୮ଜଣ ମାଜିଷ୍ଟ୍ରେଟ ରହିଥିଲେ ।

ସୂଚନା ଅନୁଯାୟୀ, ଏହି ନିଯୁକ୍ତି ପାଇଁ 3 ହଜାର 6 ଶହ 36ଜଣ ପରୀକ୍ଷାର୍ଥୀ କେବଳ ରାୟଗଡା ଜିଲ୍ଲାରେ ଆବେଦନ କରିଥିଲେ । ସେହିପରି ଜିଲ୍ଲାପାଳ ସରୋଜ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ଗୁଣୁପୁର ଅତିରିକ୍ତ ଜିଲ୍ଲାପାଳ ତଥା ପରୀକ୍ଷା ସୁପରଟେଣ୍ଡେଣ୍ଟ ନିରଞ୍ଜନ ନାୟକଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ 8ଜଣ ମାଜିଷ୍ଟ୍ରେଟଙ୍କୁ ପରୀକ୍ଷା ଦାୟିତ୍ବ ଦିଆଯାଇଥିଲା । ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଉତ୍ତର ଖାତା OMR Sheets ସହ ବଳକା OMR Sheetsକୁ ଗୁଣୁପୁର ସଦର ଟ୍ରେଜେରିର ଷ୍ଟ୍ରଙ୍ଗ ରୁମରେ ରଖା ଯାଇଛି ।

ଅନ୍ୟପଟେ ଏହି ପରୀକ୍ଷା ଗୁଣୁପୁରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିଲା । ଏଥିରୁ ପ୍ରାୟ 2807 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଥିବା ବେଳେ 829 ଜଣ ପରୀକ୍ଷା ଦେଇ ନଥିବା ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ନାୟକ କହିଛନ୍ତି । ସେହିପରି ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ କରାଯାଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.