ରାୟଗଡା: କୋରୋନା ପ୍ରତିହତ ପାଇଁ ସବୁଆଡେ ସାମାଜିକ ଦୂରତା ବଜାୟ ରଖିବା ନେଇ ଚାଲିଛି ପ୍ରସ୍ତୁତି । ଏଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛନ୍ତି ।



ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପରିବାର ଦୋକାନଠୁ ଆରମ୍ଭ କରି ଆମିଷ ଦୋକାନ ପର୍ଯ୍ୟନ୍ତ ସବୁଠାରେ ପୋଲିସ ନିୟୋଜିତ ହୋଇଛନ୍ତି । ଏହି କ୍ରମରେ ରାୟଗଡା ଜିଲ୍ଲାରେ ମଧ୍ୟ କୋରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।


ସାମାଜିକ ଦୂରତ୍ୱକୁ ଏକମାତ୍ର ଲକ୍ଷ୍ୟ ରଖି ପ୍ରଥମ ଦଫାରେ ପରିବା ବଜାରକୁ ଆଇସୋଲେଟେଡ଼ କରାଯାଇଛି । ଏହାପରେ ଆମିଷ ବଜାରକୁ ଜିସିଡି ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରିଛି ପ୍ରଶାସନ । ସହରର ଗଳିକନ୍ଦିରେ ମାଛ, ମାଂସ ଓ ଚିକେନ୍ ଦୋକାନ ଗୁଡିକରେ ଅଧିକ ଜନଗହଳି ହେଉଥିବାରୁ ସାମାଜିକ ଦୂରତ୍ଵ ବଜାୟ ରଖିବାକୁ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରିଛି ପ୍ରଶାସନ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ