ETV Bharat / state

ଖଣି ଖନନକୁ ନିୟମଗିରି ସୁରକ୍ଷା ସମିତିର ପ୍ରତିବାଦ; ଭୋଟ ବର୍ଜନ ଚେତାବନୀ

author img

By ETV Bharat Odisha Team

Published : Oct 3, 2023, 9:11 AM IST

ଖଣି ଖନନ ଓ ଡଙ୍ଗରିଆଙ୍କ ପ୍ରତି ସରକାରଙ୍କ ଦମନଲୀଳାକୁ ପ୍ରତିବାଦ । ରାୟଗଡା ଜିଲ୍ଲା ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଏହାକୁ କଡା ବିରୋଧ କରାଯାଇଛି । ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ ଦେଇଛି ନିୟମଗିରି ସୁରକ୍ଷା ସମିତି । ଅଧିକ ପଢନ୍ତୁ..

ଖଣି ଖନନ ଓ ଦମନଲୀଳାକୁ ନିୟମଗିରି ସୁରକ୍ଷା ସମିତିର ପ୍ରତିବାଦ, ଭୋଟ ବର୍ଜନ ନିଷ୍ପତି

ରାୟଗଡ଼ା: ଖଣି ଖନନ ଓ ଡଙ୍ଗରିଆଙ୍କ ପ୍ରତି ସରକାରଙ୍କ ଦମନଲୀଳାକୁ ପ୍ରତିବାଦ । ରାୟଗଡା ଜିଲ୍ଲା ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଏହାକୁ କଡା ବିରୋଧ କରାଯାଇଛି । ଏଥିସହ ଆଗାମୀ ଦିନରେ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବା ନେଇ ଚେତାବନୀ ଦେଇଛି ନିୟମଗିରି ସୁରକ୍ଷା ସମିତି ।ନିୟମଗିରି ସୁରକ୍ଷା ସମିତି କହିବାନୁଯାୟୀ, ରାଜ୍ୟ ସରକାର ବିଭିନ୍ନ କମ୍ପାନୀମାନଙ୍କୁ ରାୟଗଡା ଅଞ୍ଚଳର ଖଣିଗୁଡିକୁ ଲିଜରେ ଦେଉଛନ୍ତି । ଏହି ଖଣି ଖନନ ଦ୍ବାରା ସେହି ଅଞ୍ଚଳ ବାସିନ୍ଦାଙ୍କ ଜୀବନ ଜୀବିକା, ସଂସ୍କୃତି ଓ ପରିବେଶ ଧ୍ୱଂସ ଆଡକୁ ଗତି କରୁଛି । ଏପରିକି କମ୍ପାନୀ ବିରୋଧରେ ବିରୋଧ କଲେ ପୋଲିସ ରାତିଅଧିଆ ଆନ୍ଦୋଳକାରୀମାନଙ୍କୁ ଉଠାଇ ନେଇ ଦମନ କରୁଛି । ଯାହାକୁ ପ୍ରତିବାଦ କରିଛି ନିୟମଗିରି ସୁରକ୍ଷା ସମିତି । ଯଦି ସମସ୍ୟାର ସମାଧାନ ନକରାଯାଏ ତେବେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ସମିତି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏନେଇ ଏକ ପ୍ରେସ ବିବୃତି ମଧ୍ୟ ଜାରି କରିଛି ନିୟମଗିରି ସୁରକ୍ଷା ସମିତି ।

ନିୟମଗିରି ସୁରକ୍ଷା ସମିତିର ଅଭିଯୋଗ ଅନୁଯାୟୀ, ବିଗତ ଦିନରେ ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, ମାଳି ପର୍ବତ, କୋଡ଼ିଙ୍ଗମାଳି ଆଦି ଅଂଚଳର ଖଣିକୁ ସରକାର ଘରୋଇ କମ୍ପାନିକୁ ଲିଜ୍‌ରେ ଦେଇଛନ୍ତି । ତେବେ ଏହି ସବୁ ଅଂଚଳର ସୁରକ୍ଷା ପାଇଁ ସ୍ଥାନୀୟ ବାସିନ୍ଦା ବିରୋଧ କଲେ ପୋଲିସ ଲଗାଇ କମ୍ପାନୀ ସେମାନଙ୍କ ଉପରେ ଅତ୍ୟାଚାର କରୁଛି । ଅଗଷ୍ଟ ମାସରେ ଦୁଇ ଡଙ୍ଗରିଆ ଯୁବକଙ୍କୁ ଗିରଫ ପ୍ରତିବାଦରେ ନିୟମଗିରି ସୁରକ୍ଷା ସମିତି ପ୍ରତିବାଦ କରିବାରୁ ୮ଜଣଙ୍କ ନାମରେ ପୋଲିସ କଡ଼ା ମାମଲା ରୁଜୁ କରିଥିବା କହିଛି ନିୟମଗିରି ସୁରକ୍ଷା ସମିତି ।

ଏହାମଧ୍ୟ ପଢନ୍ତୁ..ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ ନିୟମଗିରି ଡଙ୍ଗରିଆଙ୍କ 5 ଦିନିଆ ପଦଯାତ୍ରା

ସେହିଭଳି ଖଣି ଖନନକୁ ବିରୋଧ କରିବାରୁ ପୋଲିସ ଲଗାଇ ୨୫ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ ସୂଚନା ଦେଇଛି ସମିତି । ଏଥିସହ ରାଜନୈତିକ ଦଳମାନେ ମଧ୍ୟ ଅଂଚଳବାସୀଙ୍କୁ ସମର୍ଥନ କରିବା ବଦଳରେ ଖଣି କମ୍ପାନୀ ସପକ୍ଷରେ ବିକାଶର ଡିଣ୍ଡିମ ପିଟୁଛନ୍ତି । ତେଣୁ କମ୍ପାନୀ ସପକ୍ଷରେ ବିବୃତି ଦେଇଥିବା ବିଜେଡ଼ି, କଂଗ୍ରେସ, ଭାଜପା ଓ ବିଏସପି ଦଳ ନିଜ ଭୂମିକା ଓ ପକ୍ଷକୁ ନିର୍ବାଚନ ଇସ୍ତାହାରର ସ୍ପଷ୍ଟ କରିବାକୁ ସମିତି ଆହ୍ୱାନ ଦେଇଛି ।

ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା କହିଛନ୍ତି ଯେ, ଅକ୍ଟୋବର ୧୬ ତାରିଖରେ ଦୁଇ ଘରୋଇ କମ୍ପାନୀ ପାଇଁ ହେବାକୁ ଥିବା ଜନଶୁଣାଣି ବନ୍ଦ କରିବା ସହ ଅଂଚଳରେ ଦମନଲୀଳା ବନ୍ଦ କରାନଗଲେ ଲୋକେ ଏହାର ଜବାବ ଦେବେ । ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ଦଧି ପୁଷିକା, କୁଣୁଜୀ କୁଟ୍ରୁକା, ଡ୍ରେଞ୍ଜୁ କୃଶିକା, ସଂବା ହୁଇକା, ଦାସୁ କାଡ୍ରାକା ଓ ସାଇବ ପୁଷିକାଙ୍କ ସହ ପର୍ଯ୍ୟବେକ୍ଷକ ଲେନିନ୍ କୁମାର ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.