ETV Bharat / state

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ସସପେନ୍ସ, ହୋଟେଲରେ CIB ଟିମର ତନାଘନା - ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ରହସ୍ୟ

ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ଟିମ ବର୍ତ୍ତମାନ ସୁଦ୍ଧା ରାୟଗଡାରେ ପହଞ୍ଚିନଥିବା ବେଳେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

cib team in rayagada
cib team in rayagada
author img

By

Published : Dec 29, 2022, 12:13 PM IST

cib team in rayagada

ରାୟଗଡା: ସହରର ଏକ ହୋଟେଲରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ଯେତିକି ଦିନ ଗଡୁଛି ସସପେନ୍ସ ସେତିକି ବଢିବାରେ ଲାଗିଛି । ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ(61) ମୃତ୍ୟୁ ପରେ 24 ତାରିଖରେ ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ (65) ମୃତ୍ୟୁ ହୋଇଥିଲା । ଏହା ଏକ ଅଘଟଣ ନା ଆତ୍ମହତ୍ୟାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢୁଛି । ତେବେ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ରାୟଗଡା ହୋଟେଲରେ ପହଞ୍ଚିଛି CIB ଟିମ ।

ସୂଚନାଅନୁସାରେ, ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ(CIB)ର ଏକ ଟିମ ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମନୀଷ ତିୱାରୀ

ତେବେ କହିରଖୁଛୁ ଯେ, ଏହାରି ଭିତରେ ପ୍ରଶ୍ନ ଉଠିଥିଲା ଯେ ପାଭେଲ ଖ୍ରୀଷ୍ଟଧର୍ମର ହୋଇଥିବା ବେଳେ ତାଙ୍କ ଧର୍ମରେ ମୃତଦେହ ପୋଡିବାର ନିୟମ ନାହିଁ । ତେବେ ମୃତଦେହ ତାଙ୍କ ଦେଶକୁ ନପଠାଇ କାହିଁକି ତରବରିଆ ଭାବେ ଦାହ କରାଯାଇଥିଲା । ତେବେ କୁହାଯାଉଛି ଯେ, ମୃତଦେହ ପୋଡିବା ପାଇଁ ମସ୍କୋରେ ଥିବା ପାଭେଲଙ୍କ ଝିଅଙ୍କ ଠାରୁ ପାଓ୍ବାର ଅଫ ଆଟର୍ଣ୍ଣି ଅଣାଯାଇଥିଲା । ସେ ସେଥିରେ ସଷ୍ଟଭାବେ ଲେଖିଥିଲେ ଯେ, ବାପାଙ୍କର ଅସ୍ଥି ପଠାଇବା ପାଇଁ । ତେବେ ଦାହ କରିନଥିଲେ ଅସ୍ଥି କିଭଳି ପାଇଥାନ୍ତେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଗତକାଲି କଂଗ୍ରେସ ନେତା ମନିଷ ତିଓ୍ବାରୀ ଟ୍ବିଟରରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଟାଗ କରି ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ଋଷୀୟ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚର ଜେରା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ସୂଚନା ଅନୁସାରେ ଗତ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂହ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ପରେ ହୃଦଘାତଜନିତ ସମସ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

ଏହାପରେ ତାଙ୍କ ସହ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । ୨୪ ତାରିଖ ଦିନ ସେ ରହୁଥିବା ରୁମ୍‌ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.