ରାୟଗଡା: ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ରାୟଗଡା ପୌର ନିର୍ବାଚନ ପାଇଁ ଆଜି ଥିଲା ମତଦାନ । ଭୋଟ ପୂର୍ବରୁ ସକାଳ ୭ ରୁ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରଙ୍କ ସହ ବିଭିନ୍ନ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ବିଭିନ୍ନ ବୁଥରେ ପ୍ରବେଶ କରି ଇଭିଏମ ଯାଞ୍ଚ କରିବା ସହ ମାକ ପୋଲ କରିଥିଲେ ।
ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟଗ୍ରହଣ । ଭୋଟ ଗ୍ରହଣ କେନ୍ଦ୍ରରେ ଉଭୟ ଚେୟାରମ୍ୟାନ ଏବଂ କାଉନସିଲର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ଭୋଟର । ରାୟଗଡା ପୌରାଞ୍ଚଳ ପାଇଁ ୨୪ଟି ୱାର୍ଡରେ ମୋଟ ୫୯ ଭୋଟ ଦାନ କେନ୍ଦ୍ର ହୋଇଥିବା ବେଳେ ୯୨ କାଉନସିଲର ପ୍ରାର୍ଥୀ ଓ ୧୨ଜଣ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିଛନ୍ତି ଭୋଟର ।
ଏହାବି ପଢନ୍ତୁ: ଅପରାଜିତାଙ୍କୁ ଅଶୋକଙ୍କ କଟାକ୍ଷ: ପଞ୍ଚାୟତ ନିର୍ବାଚନ ପରାଜୟରୁ ମୁକୁଳି ନାହାନ୍ତି ସାଂସଦ
ତେବେ ସନ୍ଧ୍ୟାସୁଦ୍ଧା ଶାନ୍ତି ଶଙ୍ଖଳା ସହ ମତଦାନ ଶେଷ ହୋଇଛି । ସବୁଠାରୁ ବଡ କଥା ରାୟଗଡା ପୌରପାଳିକା ମତଦାନ ସନ୍ତୋଷ ଜନକ ହୋଇନାହିଁ । ଗତ ପୌର ନିର୍ବାଚନରେ 64 ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ଥର ସମଗ୍ର ପୌରାଞ୍ଚଳରେ ୫୭.୦୯ ପ୍ରତିଶତ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି । । ସେହିପରି ଗୁଣୁପୁର ପୌର ପରିଷଦରେ ୭୧.୧୨ ପ୍ରତିଶତ ,ଗୁଡାରୀ ବିଜ୍ଞପିତ ଅଞ୍ଚଳ ପରିଷଦରେ ୭୩.୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ