ETV Bharat / state

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାଂସଦ ସପ୍ତଗିରି ଉଲାକା

author img

By

Published : Jan 15, 2023, 10:33 AM IST

ରାୟଗଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗତକାଲି ସ୍ଥାନୀୟ ଏକ ହୋଟେଲ ପରିସରରେ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସପ୍ତଗିରି ଉଲ୍କାକା ଯୋଗ ଦେଇ ଛ’ ଦଫା ଦାବି ଉପସ୍ଥାପନ କରିଥିଲେ । ସାଂସଦ କହିଛନ୍ତି ଉତ୍କଳ ଆଲୁମିନା କମ୍ପାନୀ ପୋଲିସକୁ ପ୍ରଭାବିତ କରି ବିଭିନ୍ନ ମିଛ ଦଫା ଲଗାଇ ଜେଲ ପଠାଇଛି । ଅଧିକ ପଢନ୍ତୁ

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ମାମଲା, ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରେସମିଟ

ରାୟଗଡା: ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣା । ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । କାର୍ଯ୍ୟାନୁଷ୍ଠାନ ନ ହେଲେ ପରିସ୍ଥିତି ପାଇଁ ଦାୟୀ ରହିବେ ସରକାର ବୋଲି ଧମକ ଦେଲେ ସାଂସଦ ସପ୍ତଗିରି ଉଲାକା । ଏନେଇ ରାୟଗଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗତକାଲି ସ୍ଥାନୀୟ ଏକ ହୋଟେଲ ପରିସରରେ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସପ୍ତଗିରି ଉଲ୍କାକା ଯୋଗ ଦେଇ ଛ’ ଦଫା ଦାବି ଉପସ୍ଥାପନ କରିଥିଲେ । ସାଂସଦ କହିଛନ୍ତି ଉତ୍କଳ ଆଲୁମିନା କମ୍ପାନୀ ପୋଲିସକୁ ପ୍ରଭାବିତ କରି ବିଭିନ୍ନ ମିଛ ଦଫା ଲଗାଇ ଜେଲ ପଠାଇଛି ।

ଅଭିଯୋଗ ଅନୁସାରେ ଅଣ୍ଡିରାକଞ୍ଚ ଗ୍ରାମର ମୂଳାବତୀ ବାଘ ଗର୍ଭବତୀ ଥିବା ବେଳେ ତାଙ୍କୁ ମିଛ କେସରେ ଜେଲ ପଠାଇ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ମୃତ୍ୟୁବରଣ କରିଥିଲେ । ସୁଲବତୀ ନାଏକଙ୍କ ମୃତ୍ୟୁର କ୍ଷତିପୂରଣ ବାବଦକୁ ଏକ କୋଟି ଟଙ୍କା, ସୁଲବତୀଙ୍କ ସ୍ୱାମୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ତାଙ୍କ ନବଜାତ ଶିଶୁର ସମସ୍ତ ଦାୟିତ୍ୱ କମ୍ପାନୀ ଓ ପୋଲିସ କର୍ତ୍ତୃପକ୍ଷ ନେବା ପାଇଁ ଦାବି କରିଛନ୍ତି ସାଂସଦ । ତା ସହ ପୋଲିସ ଏସଡ଼ିପିଓ ,ଅଣ୍ଡିରାକଞ୍ଚ ଆଇଆସି ଓ ଏସଆଇଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଆସନ୍ତା 15 ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆସନ୍ତା ଫେବୃଆରୀ 6 ତାରିଖରେ ଉତ୍କଳ ଆଲୁମିନା କମ୍ପାନୀ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ।

ଏଠାରେ ସୂଚନାଯୋଗ୍ୟ କି କାଶୀପୁର ବ୍ଲକ ରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ଆଲୁମିନା କାରଖାନାର ବାଫ୍ଲା ମାଳି ଖଣି ଅଞ୍ଚଳରେ ବସବାସ କରୁଥିବା ଅଣ୍ଡିରାକଞ୍ଚ ଏବଂ ପାଇକ କୁପାଖାଲ ଗ୍ରାମାଞ୍ଚଳର ଲୋକେ ଡିପି ତଥା ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିଲେ । ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ମାଜିଷ୍ଟ୍ରେଟ ଡ୍ୟୁଟିରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର ଉପସ୍ଥିତରେ ଆନ୍ଦୋଳନକାରୀ 13 ଜଣ ମହିଳାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ।

ସେହି ଗିରଫଙ୍କ ମଧ୍ୟରେ ଅଣ୍ଡିରାକଞ୍ଚ ଗ୍ରାମର ଗର୍ଭବତୀ ବୈଦନାଥ ବାଘ ସ୍ତ୍ରୀ ମୂଳାବତି ବାଘ ଥିଲେ । ଗତ 10 ତାରିଖରେ ତାଙ୍କୁ ଜମାନତ ମିଳିଥିବା ବେଳେ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । 12 ତାରିଖ ରାତିରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେବାପରେ ସେ ଗୁରୁତର ହୋଇ ଯାଇଥିଲେ । 13 ତାରିଖରେ ତାଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.