ETV Bharat / state

୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

author img

By

Published : Nov 28, 2022, 8:32 PM IST

ଅପରେସନ ଗ୍ରୀନ ଡାଇମଣ୍ଡର ପ୍ରଥମ ଦିନ । ୪୨ ଏକର ଜମିରେ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । ଅଧିକ ପଢ଼ନ୍ତୁ

୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ରାୟଗଡ଼ା : ଅପରେସନ ଗ୍ରୀନ ଡାଇମଣ୍ଡର ପ୍ରଥମ ଦିନ । ୪୨ ଏକର ଜମିରେ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । ଗଞ୍ଜେଇ ଚାଷକୁ ରାୟଗଡ଼ା ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପୋଟନ କରିବା ନିମନ୍ତେ ଏଭଳି ଅପରେସନ ଗ୍ରୀନ ଡାଇମଣ୍ଡ କରାଯାଇଥିଲା ।

୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଗଞ୍ଜେଇ ଚାଷକୁ କିପରି ରୋକାଯାଇପାରିବ ସେ ନେଇ ଜିଲ୍ଳା ପୋଲିସ, ଅବକାରୀ, ରାଜସ୍ୱ, ବନବିଭାଗ ଓ କୃଷି ବିଭାଗକୁ ସାମିଲ କରାଯାଇ ଗଠିତ ଟାସ୍କଫୋର୍ସ ମାଧ୍ୟମରେ ପଦ୍ମପୁର ଥାନା ଅନ୍ତର୍ଗତ ମେରିଣ୍ଡା, ଦାକୁମା ଅଞ୍ଚଳରେ ଚଢ଼ଉ କରି ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ।

ଅପରେସନ ଗ୍ରୀନ ଡାଇମଣ୍ଡ ବା ଗଞ୍ଜେଇ ଗଛ କଟା ଅଭିଯାନ ଅନ୍ତର୍ଗତ ପ୍ରଥମ ଦିନରେ ପଦ୍ମପୁର ଥାନା ଅନ୍ତର୍ଗତ ମେରିଣ୍ଡା ଗ୍ରାମରେ ୨୦ ଏକର ଏବଂ ଦାକୁମା ଗ୍ରାମରେ ୨୨ ଏକର ମୋଟ ୪୨ ଏକର ଜାଗାରେ ବେଆଇନ ଭାବରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ.5 ଦିନରେ 70 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୫କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଗଞ୍ଜେଇ ଗଛ ଗୁଡିକକୁ କାଟି ପୋଡି ନଷ୍ଟ କରି ଦିଆଯାଇଛି । ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.