ETV Bharat / state

ବିଷାକ୍ତ ଛତୁ ଖାଇ 12 ଅସୁସ୍ଥ

ରାୟଗଡ଼ା ଜିଲ୍ଲା ପୁଟିଗୁଡା ଗ୍ରାମରେ ବିଶାକ୍ତ ଛତୁ ଖାଇ 12ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Jun 12, 2021, 9:48 PM IST

more than 12 people fall ill, consuming poisonous  mushroom, poisonous mushroom, ବିଷାକ୍ତ ଛତୁ ଖାଇ 12 ଅସୁସ୍ଥ, ରାୟଗଡ଼ା ଜିଲ୍ଲା ପୁଟିଗୁଡା ଗ୍ରାମ, ବିଷାକ୍ତ ଛତୁ
ବିଷାକ୍ତ ଛତୁ ଖାଇ 12 ଅସୁସ୍ଥ

ରାୟଗଡ଼ା: ଜିଲ୍ଲାର ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମପଞ୍ଚାୟତର ପୁଟିଗୁଡା ଗ୍ରାମରେ ବିଶାକ୍ତ ଛତୁ ଖାଇ 12ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଛନ୍ତି । ଛତୁ ଖାଇବା ପରେ ସେମାନଙ୍କର ବାନ୍ତି ହୋଇଥିଲା । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ବିଷାକ୍ତ ଛତୁ ଖାଇ 12 ଅସୁସ୍ଥ

ଶନିବାର ସକାଳୁ ଜଙ୍ଗଲି ଛତୁ ସଂଗ୍ରହ କରି ନିଜ ମଧ୍ୟରେ ବାଣ୍ଟି ନେଇ ରୋଷେଇ କରି ଖାଇଥିଲେ । ଫଳରେ ସାମାନ୍ୟ ଝାଡା ଏବଂ ବାନ୍ତି ହୋଇଥିଲା । ଗାଁ ଲୋକଙ୍କ ଠାରୁ ଖବର ପାଇ ଅସୁସ୍ଥଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ଗୁଡରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା ଛତୁ ଖାଇ ଏପରି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି l ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନିହାର ରଞ୍ଜନ ପଣସିଂହଙ୍କ କହିବା ଅନୁଯାଇ ସମସ୍ତେ ବର୍ତ୍ତମାନ ସୁସ୍ଥ ଓ ନିରାପଦ ଅଛନ୍ତି l

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.