ETV Bharat / state

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

author img

By

Published : Oct 5, 2022, 11:08 AM IST

ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ମହିଳାଙ୍କର ଗଳିତ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ଅମ୍ବାଦଳା ପୋଲିସ । ଅଧିକ ପଢନ୍ତୁ

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ମଙ୍ଗଳବାର ଜଙ୍ଗଲରୁ ଉଦ୍ଧାର କରାଯାଇଛି । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ କାମାରି ଗ୍ରାମ ଗୁରୁଟୁ ମାସ୍କା ଜଙ୍ଗଲରେ ଘଟିଛି ଏହି ଘଟଣା । ମୃତ ମହିଳା ଜଣକଙ୍କ ହେଉଛନ୍ତି ଡିମିରିଗୁଡ଼ା ପଞ୍ଚାୟତ କାମାରୀ ଗ୍ରାମର ଆସ୍କୁଲି ମାଝୀ । ମହିଳାଙ୍କର ଗଳିତ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ଅମ୍ବାଦଳା ପୋଲିସ ।

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଗତ ୨୪ ତାରିଖ ଠାରୁ ଆସ୍କୁଲି ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଅକ୍ଟୋବର ୧ ତାରିଖ ଦିନ ପରିବାର ଲୋକେ ଅମ୍ବାଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅମ୍ବାଦଳା ପୋଲିସ ଖୋଜାଖୋଜି ଜାରି ରଖିଥିଲା । ଶେଷରେ ମଙ୍ଗଳବାର କୌଣସି ସୂତ୍ରରୁ ପୋଲିସ ଖବରପାଇ କାମାରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଥିଲା । ସେଠାରେ ଏକ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ ।

ଏହାମଧ୍ୟ ପଢ଼ନ୍ତୁ.... ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଘଟଣାସ୍ଥଳରେ ଅମ୍ବାଦଳା ଥାନା ଆଇଆଇସି କମଳାକାନ୍ତ ବସନ୍ତ କହଁରଙ୍କ ସହ ଏକ ପୋଲିସ୍ ଟିମ୍, ସାଇଣ୍ଟିଫିକ୍ ଟିମ୍, ଅତିରିକ୍ତ ତହସିଲଦାର ସତ୍ୟନାରାୟଣ ପ୍ରଧାନ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ କଲେଜକୁ ପଠାଇଥିଲେ । ସେପଟେ ଅମ୍ବାଦଳା ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ଆସ୍କୁଲି ମାଝୀ ଡିମିରିଗୁଡ଼ା ପଞ୍ଚାୟତ ଅଧୀନସ୍ଥ ସେରୁବାରୁ ଗ୍ରାମର ହୋଇଥିବା ବେଳେ କାମାରି ଗ୍ରାମର ସୁଶାନ୍ତ ମାଝୀଙ୍କୁ ୫ବର୍ଷ ହେବ ବିବାହ କରିଥିଲେ । ଅନ୍ୟପକ୍ଷରେ ମୃତ ମହିଳାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ,ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.