ETV Bharat / state

କନ୍ୟା ସନ୍ତାନ ଜନ୍ମ ଦେଲେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ପ୍ରବାସୀ ମହିଳା - RAYGADA NEWS

ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ଜଣେ ପ୍ରବାସୀ ମହିଳା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । କୋଭିଡ ନିୟମ ଅନୁସାରେ ସେ ଜଣେ ପ୍ରବାସୀ ଶ୍ରମିକ ହୋଇଥିବାରୁ ତାଙ୍କୁ ସଙ୍ଗରୋଧ ୱାର୍ଡରେ ରଖାଯାଇଛି ।

An immigrant woman on a special labor train gave birth to a baby girl
କନ୍ୟା ସନ୍ତାନ ଜନ୍ମ ଦେଲେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ପ୍ରବାସୀ ମହିଳା
author img

By

Published : Jun 13, 2020, 11:05 PM IST

ରାୟଗଡା: ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ଜଣେ ପ୍ରବାସୀ ମହିଳା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି ।

କନ୍ୟା ସନ୍ତାନ ଜନ୍ମ ଦେଲେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ପ୍ରବାସୀ ମହିଳା

ସୂଚନାନୁସାରେ ଘଟକେଶ୍ୱରରୁ ଶ୍ରମିକଙ୍କୁ ନେଇ ନୂଆପଡ଼ା ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଜଣେ ଗର୍ଭବତୀ ମହିଳା ଥିଲେ । ରାୟଗଡା ଠାରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଆମ୍ବୁଲାନ୍ସ ଡକାଇ ମହିଳା ଜଣଙ୍କୁ ତୁରନ୍ତ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ମହିଳା ଜଣକ ଶନିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

An immigrant woman on a special labor train gave birth to a baby girl
କନ୍ୟା ସନ୍ତାନ ଜନ୍ମ ଦେଲେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ପ୍ରବାସୀ ମହିଳା

ତେବେ ସମ୍ପୃକ୍ତ ମହିଳାଙ୍କ ନାମ ମମିତା ସାଗର ଏବଂ ତାଙ୍କ ବୟସ ୨୫ ବର୍ଷ । ସେ ନବରଙ୍ଗପୁର ଜିଲ୍ଲାର କଇଲିମୁଣ୍ଡା ଗାଁର ବୋଲି ଜଣାପଡିଛି । ତେଲେଙ୍ଗାନାକୁ କାମ କରିବାକୁ ସ୍ୱାମୀ ତୁଲାରାମ ସାଗରଙ୍କ ସହିତ ଯାଇଥିଲେ । ତେବେ ଉଭୟ ମା' ଓ ଏବଂ କନ୍ୟା ସନ୍ତାନ ସୁସ୍ଥ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । କୋଭିଡ ନିୟମ ଅନୁସାରେ ସେ ଜଣେ ପ୍ରବାସୀ ଶ୍ରମିକ ହୋଇଥିବାରୁ ତାଙ୍କୁ ସଙ୍ଗରୋଧ ୱାର୍ଡରେ ରଖାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.