ETV Bharat / state

ଶହୀଦ ସପ୍ତାହ: ଓଡିଶା ଆନ୍ଧ୍ର ସୀମା ସିଲ, ସୁରକ୍ଷା କଡାକଡି - କୁମ୍ବିଂ ଅପରେସନ

ସାରାଦେଶରେ ନକ୍ସଲ ସଙ୍ଗଠନ ପକ୍ଷରୁ ଆଜି ଶହୀଦ ସପ୍ତାହ ପାଳନ ହେଉଛି । ସେଥିପାଇଁ ଜାଗତିଆର ରାୟଗଡା ପୋଲିସ । ଏହାସହ ଓଡିଶା ଆନ୍ଧ୍ର ସୀମାକୁ ସିଲ କରାଯିବା ସହ ପଡୋଶୀ ଜିଲ୍ଲାର ମିଳିତ ସହଯୋଗରେ କୁମ୍ବିଂ ବ୍ଲକିଂକୁ ଜୋରଦାର କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 28, 2019, 12:50 PM IST

ରାୟଗଡା: ଆଜିଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ଶହୀଦ ସପ୍ତାହ । ସେଥିପାଇଁ ଜାଗତିଆର ରାୟଗଡା ପୋଲିସ । ଜିଲ୍ଲାର 80 ଭାଗ ମାଓ ଅଧ୍ୟୁଷିତ ହୋଇଥିବାବେଳେ ବ୍ୟାପକ ସୁରକ୍ଷାବଳ ସାଙ୍ଗକୁ ବାରମ୍ବାର କୁମ୍ବିଂ ଅପରେସନ ଫଳରେ ବର୍ତ୍ତମାନ ଜିଲ୍ଲାର 20 ପ୍ରତିଶତ ଅଞ୍ଚଳରେ ନକ୍ସଲ ନିଜ ସ୍ଥିତି ଜାହିର କରିଛନ୍ତି ।

ସାରାଦେଶରେ ନକ୍ସଲ ସଙ୍ଗଠନ ପକ୍ଷରୁ ଆଜି ଶହୀଦ ସପ୍ତାହ ପାଳନ ହେଉଛି । ସେ ଦୃଷ୍ଟିରୁ ଦୁର୍ଗମ ଅଞ୍ଚଳରେ ଶହୀଦ ସ୍ମୃତି ସଙ୍ଘ ନିର୍ମାଣ କରି ଜନନାଟ୍ୟା ଦଳ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହାସହ ପୋଲିସ ଗୁଳିରେ ନିହତ ହୋଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏହି ସମୟରେ ଟାର୍ଗେଟ କରିଛନ୍ତି ନକ୍ସଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ଏଥିପାଇଁ ରାୟଗଡା ଜିଲ୍ଲାର ନିୟମଗିରି ପାହାଡ ବିଶେଷ କରି ମୁନ୍ନିଗୁଡା, ବିଷମ କଟକ, କଲ୍ୟାଣ ସିଂହପୁର କାଶୀପୁର, ଗୋଦୀଡି ଓ ଚନ୍ଦ୍ରପୁରରେ ମାଓଅଧ୍ୟୁଷିତ ଅଞ୍ଚଳରେ କଡାକଡି ଭାବେ କୁମ୍ବିଂ ଅପରେସନ କରାଯାଉଛି । ଏନେଇ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ରାୟଗଡା ଏସପି ଶ୍ରବଣ ବିବେକ ଏମ । ଏହାସହ ଓଡିଶା ଆନ୍ଧ୍ର ସୀମାକୁ ସିଲ କରାଯିବା ସହ ପଡୋଶୀ ଜିଲ୍ଲାର ମିଳିତ ସହଯୋଗରେ କୁମ୍ବିଂ ବ୍ଲକିଂକୁ ଜୋରଦାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.