ETV Bharat / state

୩୦ ଭୂମିହୀନ ପରିବାରକୁ ଘରଡିହ ଜମି ପ୍ରଦାନ କରି ଚର୍ଚ୍ଚାରେ ଅତିରିକ୍ତ ଜିଲ୍ଲାପାଳ

ଭୂମିହୀନଙ୍କୁ ନିଜ ଭୂସମ୍ପତି ଦାନ କଲେ ମହେଶ୍ୱର ନାୟକ । ୩୦ଜଣ ଭୂମିହୀନ ପରିବାରକୁ ୨ ଘରବାଡ଼ି ଜମି ଦାନ । ଅଧିକ ପଢ଼ନ୍ତୁ

collector gave land
ଭୂମିହୀନ ପରିବାରକୁ ଘରଡିହ ଜମି
author img

By

Published : Feb 1, 2023, 4:32 PM IST

ଭୂମିହୀନ ପରିବାରକୁ ଘରଡିହ ଜମି

ରାୟଗଡ଼ା : ଜିଲ୍ଲା କାଶିପୁର ତହସିଲ ଅନ୍ତର୍ଗତ ଗୁଲୁମିଝୋଲା ମୌଜାରେ ଥିବା ଡଙ୍ଗାସିଲ ଗାଁରେ ୩୦ ଜଣ ଭୂମିହୀନ ପରିବାରକୁ ମିଳିଲା ଘରଡିହ ଜମି । ଘରଡିହ ଜମି ପ୍ରଦାନ କଲେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ । ଅତିରିକ୍ତ ଜିଲ୍ଲାପାଳଙ୍କର ବଦାନ୍ୟତାକୁ ନେଇ ସାରା ଅଞ୍ଚଳରେ ପ୍ରଶଂସା । ଗତ ଡିସେମ୍ବର ୨୮ ତାରିଖରେ ପ୍ରଥମେ ରାୟଗଡା ଜିଲ୍ଲା କାଶିପୁର ତହସିଲ ଅନ୍ତର୍ଗତ ଗୁଲୁମିଝୋଲା ମୌଜାରେ ଥିବା ଡଙ୍ଗାସିଲ ଗାଁର ଅନିସୁଚିତ ଜାତି ବର୍ଗର ୧୫ ପରିବାରକୁ ୨ ଡେସିମିଲ ଲେଖାଏଁ ଘରବାଡ଼ି ଜମି ଦାନ କରିଥିଲେ । ବିଧିବଦ୍ଧ ଭାବେ ପଞ୍ଜିକୃତ କରାଇଥିଲେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର । ପରେ ପୁଣି ୧୫ ହରିଜନ ପରିବାରଙ୍କୁ ୨ ଡେସିମିଲ ଘରଡିହ ଜମି ଦାନ କରିଛନ୍ତି ।

କାଶିପୁର ତହସିଲ ଅଫିସରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ତାଙ୍କ ବାପା ସ୍ଵର୍ଗତଃ କବିସୂର୍ଯ୍ୟ ନାୟକଙ୍କ ଇଛାକୁ ସମ୍ମାନ କରି ଦାନପତ୍ର ସ୍ବାକ୍ଷରିତ କରିଥିଲେ । ୧୫ଟି ପରିବାରକୁ ଜମି ହସ୍ତାନ୍ତର କରିଥିଲେ ମହେଶ୍ବର । ଦୁଇଟି ପର୍ଯ୍ୟାୟରେ ୩୦ ପରିବାରକୁ ୬୦ଡେସିମିଲ ଜମି ଦାନ କରି ନିଜର ବଦାନ୍ୟତା ଦେଖାଇଛନ୍ତି । ସେହିପରି ଡଙ୍ଗାସିଲ ଗାଁର ୩୦ ପରିବାର ନିଜସ୍ବ ଜମି ନଥିବାରୁ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଥିଲେ । ମହେଶ୍ବରଙ୍କ ବାପା କବିସୂର୍ଯ୍ୟ ନାୟକ, ୧୯୮୫ ମସିହାରେ ଏମାନଙ୍କୁ ନିଜ ଜମି ଦେଇ ଥଇଥାନ କରିଥିଲେ । ହେଲେ ଜମି ପଟ୍ଟା ଦେଇପାରି ନଥିଲେ । ତେବେ ଡଙ୍ଗାସିଲ ଗାଁର କବିସୂର୍ଯ୍ୟ ନାୟକଙ୍କ ପୁଅ ମହେଶ୍ବର ନାୟକ ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଜମି ପଟ୍ଟାକୁ ହସ୍ତାନ୍ତର କରି ବାପାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ।

ଏ ସମ୍ପର୍କରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ କହିଛନ୍ତି ବାସ୍ତବରେ ଡଙ୍ଗାସିଲ ଗାଁରେ ବହୁତ ଲୋକଙ୍କର ଘରଡିହ ନଥିଲା । ସେମାନଙ୍କ ନାମରେ ଗ୍ରାମୀଣ ଆବାସ ରହିଥିଲା । ତେଣୁ ସେମାନଙ୍କୁ ଜମିର ଆବଶ୍ୟକତା ଥିଲା । ବାପା ସେମାନଙ୍କୁ ଜମି ଦାନ ଆକାରରେ ଦେଇଥିଲେ । ତେବେ ସେତେବେଳେ ଯେଉଁ ସ୍ଥାୟୀ ଘୋଷଣା ହେଲା ତାହା ବାପାଙ୍କ ନାଁରେ ରହିଯାଇଥିଲା । ବର୍ତ୍ତମାନ ସେହି ଜମିକୁ ତାଙ୍କ ନାଁରେ ପଞ୍ଜିକୃତ କରାଯାଇଛି । ତେବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକଙ୍କ ଏଭଳି କାମକୁ ଦେଖି ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

ଅନ୍ୟପଟରେ ଏହି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ ଗ୍ରାମରେ ଦୀର୍ଘ ବର୍ଷ ଧରି 25ରୁ ଊର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି । ଏହି ଜାଗାରେ ଘରବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା ନିର୍ବାହ କରୁଛନ୍ତି । ତେବେ ଏମାନଙ୍କର ଘର କିମ୍ବା ଜମିପଟ୍ଟା ନଥିବାରୁ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । କୌଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେଣୁ ଜମିପଟ୍ଟା ପାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ରାୟଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.