ETV Bharat / state

ରାୟଗଡାରେ ଆରମ୍ଭ ହେବ 'ମଝିଘରିଆଣି ଲୋକକଳା ମହୋତ୍ସବ' - Rayagada district art and culture department

ଆଦିବାସୀ ଲୋକକଳା ଓ ସଂସ୍କୃତି ବଞ୍ଚାଇ ରଖିବା ପାଇଁ ରାୟଗଡାରେ ନୂତନ ଭାବରେ ଆରମ୍ଭ ହେବ 'ମଝିଘରିଆଣି ଲୋକକଳା ମହୋତ୍ସବ' । ଅଧିକ ପଢନ୍ତୁ...

Majhighariani Folk Art Festival to be  started every year in Rayagada.
ରାୟଗଡାରେ ଆରମ୍ଭ ହେବ 'ମଝିଘରିଆଣି ଲୋକକଳା ମହୋତ୍ସବ'
author img

By

Published : Nov 1, 2021, 10:28 PM IST

ରାୟଗଡା: ଜିଲ୍ଲାରେ ପ୍ରତିବର୍ଷ ଅନୁଷ୍ଠିତ ହେବ ମଝିଘରିଆଣୀ ଲୋକକଳା ମହୋତ୍ସବ । ରାୟଗଡା ଗସ୍ତରେ ଆସିଥିବା ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଦିନକୁ ଦିନ ଲୋପପାଇବାକୁ ଯାଉଥିବା ଆଦିବାସୀ ଲୋକକଳା ଓ ସଂସ୍କୃତି ବଞ୍ଚାଇ ରଖିବା ପାଇଁ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ଯାହାଫଳରେ ଜିଲ୍ଲାର ଲୁକ୍କାୟିତ ପ୍ରତିଭା ଆଗକୁ ଆସିପାରିବେ ।

ରାୟଗଡାରେ ଆରମ୍ଭ ହେବ 'ମଝିଘରିଆଣି ଲୋକକଳା ମହୋତ୍ସବ'

ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଲୋକକଳା ସଂଘ ଓ ସଂସ୍କୃତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ ଲୋକକଳା ସଂଘ ଉପ ସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ବୈଠକରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ନାମରେ ମଝିଘରିଆଣି ଲୋକକଳା ମହୋତ୍ସବ ସ୍ବତନ୍ତ୍ର ଭାବରେ ପ୍ରତିବର୍ଷ ହେବ ବୋଲି ନିର୍ଦ୍ଦେଶକ ଘୋଷଣା କରିଛନ୍ତି ।

ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିର୍ଦେଶକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ରାୟଗଡାରେ କିଭଳି ଭାବେ ଲୋକକଳା ଓ ଲୋକ ସଂସ୍କୃତି, ଭାଗବତ ଟୁଙ୍ଗୀ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି, ପାଠାଗାର, ଆଦି ସମସ୍ତ ବିଭାଗ ଗୁଡିକ ସଠିକ ଭାବରେ କ୍ରିୟାଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ ।

ଜିଲ୍ଲାରେ ଥିବା ସଉରା ଓ ଇଡିତାଲ ସମ୍ପ୍ରଦାୟ ବସବାସ କରୁଥିବା ଗ୍ରାମରେ ସଉରା ଚିତ୍ର, ପ୍ରଦର୍ଶନୀ ଏବଂ ପ୍ରଶିକ୍ଷଣ ଆଗାମୀ ଦିନରେ ଲଳିତକଳା ଏକାଡେମୀ ତରଫରୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ଲୋକକଳା ଗ୍ରାମ ଗେଟିପଡାରେ ଲୋକକଳା ମଞ୍ଚ, ଐତିହ୍ୟ ତୋରଣ, ଲୋକକଳା କାନ୍ଥ ଏବଂ ଗ୍ରାମର ସୌନ୍ଦର୍ଯ୍ୟକରଣ କରାଯାଇ ଉଭୟ ପର୍ଯ୍ୟଟନ ସାଂସ୍କୃତିକ ଏବଂ ବିକାଶ ଧାରାକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.