ETV Bharat / state

ଖୋଲିଲା ମା’ ମଝିଘରିଆଣି ମନ୍ଦିର ହୁଣ୍ଡି, ଟଙ୍କା ଗଣତି ଦାୟିତ୍ବରେ ଆନ୍ଧ୍ରବ୍ୟାଙ୍କ

author img

By

Published : Jun 10, 2019, 8:17 PM IST

ଦୀର୍ଘ 6ମାସ ପରେ ରାୟଗଡ଼ା ପ୍ରତ୍ୟକ୍ଷ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି କଡା ସୁରକ୍ଷା ମଧ୍ୟରେ ଖୋଲାଯାଇଛି । ଟଙ୍କା ଗଣତିରେ ବ୍ୟାଙ୍କ କର୍ମଚାରୀ ସମେତ ସତ୍ୟ ସାଇ ଅନୁଷ୍ଠାନ, ଭେଙ୍କଟେଶ୍ବର ମନ୍ଦିର କମିଟି ସହଯୋଗ କରୁଛନ୍ତି । ଏହି ଦାନକୁ ମନ୍ଦିର ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ଉପଯୋଗ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ରାୟଗଡ଼ା: ପ୍ରତ୍ୟକ୍ଷ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି କଡା ସୁରକ୍ଷା ମଧ୍ୟରେ ଖୋଲାଯାଇଛି । ଦୀର୍ଘ 6ମାସ ପରେ ହୁଣ୍ଡି ଗୁଡିକ ଖୋଲାଯାଇ ଆରମ୍ଭ ହୋଇଛି ଟଙ୍କା ଗଣତି । ରାୟଗଡା ଜିଲ୍ଲା ସମତେ ମା’ଙ୍କ ଦର୍ଶନ ଲାଗି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡରୁ ଭକ୍ତମାନେ ଏଠାକୁ ଛୁଟି ଆସନ୍ତି । ଟଙ୍କା, ସୁନା ଓ ରୂପାକୁ ଦାନ ଆକାରରେ ହୁଣ୍ଡିରେ ପକାଇଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ଆଜି(ସୋମବାର) ସକାଳୁ ହୁଣ୍ଡି ଖୋଲାଯିବା ପରେ ଟଙ୍କା ଗଣତି ପାଇଁ ଆନ୍ଧ୍ର ବ୍ୟାଙ୍କକୁ ଦାୟିତ୍ବ ଦିଆଯାଇଛି । ସେହିପରି ଟଙ୍କା ଗଣତିରେ ବ୍ୟାଙ୍କ କର୍ମଚାରୀ ସମେତ ସତ୍ୟ ସାଇ ଅନୁଷ୍ଠାନ, ଭେଙ୍କଟେଶ୍ବର ମନ୍ଦିର କମିଟି ସହଯୋଗ କରୁଛନ୍ତି । ଟଙ୍କା ଗଣତି ପ୍ରାୟ ରାତି 8ଟା ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି ।

ଭକ୍ତମାନଙ୍କ ଏହି ଦାନକୁ ମନ୍ଦିର ପ୍ରଶାସନ ବିଭିନ୍ନ ସାମାଜିକ କାର୍ଯ୍ୟରେ ବ୍ୟବହାର କରିଦିଅନ୍ତି । ଗତ ଜାନୁଆରୀ ମାସରେ ହୁଣ୍ଡି ଖୋଲାଯିବା ସମୟରେ ପ୍ରାୟ 53 ଲକ୍ଷ ଟଙ୍କା ସହ 40 ଗ୍ରାମ ସୁନା ଓ 2 କିଲୋ 420 ଗ୍ରାମ ରୁପା ବାହାରିଥିଲା । ଏଥର ପ୍ରାୟ 60 ଲକ୍ଷ ଟଙ୍କା ବାହାରିବ ବୋଲି କହିଛନ୍ତି ମନ୍ଦିର କମିଟି ଅଧକ୍ଷ ରାଇସିଙ୍ଗ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

dfsf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.