ETV Bharat / state

ଖୋଲିଲା ମା' ମଝିଘରିଆଣିଙ୍କ ହୁଣ୍ଡି, ମିଳିଲା 62 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

author img

By

Published : Dec 23, 2022, 12:01 PM IST

Updated : Dec 23, 2022, 12:14 PM IST

ମଝିଘରିଆଣି ମନ୍ଦିର ଦାନ ହୁଣ୍ଡିରୁ ମିଳିଲା 62ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ଚଳିତ ବର୍ଷରେ ଶେଷ ଥର ପାଇଁ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବା ମା' ମଝିଘରିଆଣିଙ୍କ ଦାନ ହୁଣ୍ଡି ଖୋଲିଲା । ଅଧିକ ପଢ଼ନ୍ତୁ

Maa Majhighariani temple in rayagada
ରାୟଗଡ଼ାର ମଝିଘରିଆଣି ମନ୍ଦିର
ଖୋଲିଲା ମା ମଝିଘରିଆଣିଙ୍କ ହୁଣ୍ଡି

ରାୟଗଡ଼ା: 4 ମାସ ପରେ ଖୋଲାଗଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବା ମା' ମଝିଘରିଆଣିଙ୍କ ହୁଣ୍ଡି (Maa Majhighariani donation box opened)। ଚଳିତ ବର୍ଷର ଶେଷ ଥର ପାଇଁ ମା'ଙ୍କ ହୁଣ୍ଡି ଖୋଲାଯାଇଛି । ଏକ ବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ୱ ନେଇଥିବା ବେଳେ ଭେଙ୍କେଟେଶ୍ଵର ମନ୍ଦିର କମିଟି ସଦସ୍ୟ, ସତ୍ୟ ସାଇ ସେବା ସମିତି, ମଝିଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ରଛାତ୍ରୀ ମଧ୍ୟ ଟଙ୍କା ଗଣିବାରେ ସହାୟତା କରିଛନ୍ତି ।

ଦୀର୍ଘ ୪ ମାସ ପରେ ହୁଣ୍ଡି ଖୋଲାଯାଉ ଥିବାରୁ ଗତ ଥର ଠାରୁ ଅଧିକ ଟଙ୍କା ବାହାରି ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡ଼ିକା । ଚଳିତ ଥର ହୁଣ୍ଡିରୁ 62 ଲକ୍ଷ 22 ହଜାର 590 ନଗଦ ଟଙ୍କା ମିଳିଛି । ସେହିପରି 46 ଗ୍ରାମ ସୁନା, 1 କେଜି 775 ଗ୍ରାମ ରୁପା, 12 ଟି ବିଦେଶୀ ମୁଦ୍ରା ବାହାରିଛି । ମୁଖ୍ୟତଃ ଆନ୍ଧ୍ର, ଛତିଶଗଡ଼ ଓ ଓଡ଼ିଶାର ବହୁ ଭକ୍ତ ମା'ଙ୍କ ଦର୍ଶନ ପାଇଁ ଆସନ୍ତି । ମା'ଙ୍କ ଆଶୀର୍ବାଦ ଲାଭ କରି ମନସ୍କାମନା ପୂରଣ ପରେ ସୁନା ଓ ଟଙ୍କା ଦାନ କରିଥାନ୍ତି । ଯାହା ବାର୍ଷିକ ୪ କୋଟିରୁ ଅଧିକା ବୋଲି ରାଇସିଂ କହିଛନ୍ତି । ଏହି ଅର୍ଥକୁ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ, ମନ୍ଦିର ପୂଜା ରିତିନୀତି, ମନ୍ଦିର ଉନ୍ନୟନ ତଥା କର୍ମଚାରୀଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଥିବା କୁହାଯାଇଛି । ଟଙ୍କା ଗଣତି ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସଶସ୍ତ୍ର ପୋଲିସ ମୁତୟନ କରାଯିବା ସହ ସିସିଟିଭିରେ କଡ଼ା ନଜର ରଖାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ନୂଆ ରୂପ ପାଇବ ଐତିହ୍ୟ ଅଠରନଳା, ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ସୂଚନା ଥାଉକି, ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ମା' ମଝିଘରିଆଣିଙ୍କ ହୁଣ୍ଡି ଖୋଲାଯାଇଥିଲା । ହୁଣ୍ଡିରୁ ଅନେକ ଟଙ୍କା ସହ ସୁନା, ଅଳଙ୍କାର ଓ ବିଦେଶୀ ନୋଟ ଆମେରିକା ଡଲାର ଓ ଆଫ୍ରିକାର ନୋଟ ବାହାରିଥିଲା । ଗତ ମାର୍ଚ୍ଚ ମାସରେ ହୁଣ୍ଡିରୁ ପ୍ରାୟ 78 ଲକ୍ଷ 88 ହଜାର ଟଙ୍କା ସହ 54 ଗ୍ରାମ ସୁନା ଓ 2 କିଲୋ 60 ଗ୍ରାମ ରୂପା ବାହାରିଥିଲା ।

ଇଟିଭି ଭାରତ, ରାୟଗଡ଼ା

Last Updated : Dec 23, 2022, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.