ETV Bharat / state

ଭକ୍ତଙ୍କୁ ନପାଇ କାନ୍ଦୁଛି ମା’, ହାତଗଣତି ସେବାୟତରେ ଚାଲିଛି ନୀତିକାନ୍ତି

author img

By

Published : Jul 16, 2021, 7:07 PM IST

କୋରୋନାର ପ୍ରଥମ ଲହର ପରେ ଦ୍ବିତୀୟ ଲହର । ପ୍ରଥମ ଲହର ଯେତିକି ଦାଉ ସାଧିଥିଲା ଦ୍ବିତୀୟ ଲହର ତାକୁ ଟପିଗଲା । ଆଉ ଏଥିରୁ ବର୍ତ୍ତି ପାରିନାହିଁ ରାଜ୍ୟରେ ଥିବା ମନ୍ଦିର ଗୁଡିକ । ଫଳରେ ରାୟଗଡାର ପ୍ରମୁଖ ଦେବୀ ମା ମଝିଘରିଆଣିଙ୍କ ପୀଠ ଭକ୍ତବିନା ଖାଁ ଖାଁ ହୋଇପଡିଛି। ଅଧିକ ପଢନ୍ତୁ...

ଭକ୍ତ ବିନା ଅଧୁରା ପୂଜା , ହାତ ଗଣତି ସେବାୟତରେ ଚାଲିଛି ମା' ମଝିଘରିଆଣିଙ୍କ ନୀତିକାନ୍ତି

ରାୟଗଡ଼ା: କରୋନା କଟକଣା ଯୋଗୁଁ ରାୟଗଡ଼ାର ପ୍ରମୁଖ ଦେବୀ ମା ମଝିଘରିଆଣିଙ୍କ ପୀଠ ଖାଁ ଖାଁ ହୋଇପଡିଛି । ଯେଉଁଠି ସୂର୍ଯ୍ୟ ଉଇଁଲେ ଓଡ଼ିଶା ସମେତ ଆନ୍ଧ୍ର, ଛତିଶଗଡରୁ ହଜାର ହଜାର ଭକ୍ତଙ୍କ ଭିଡ ଜଣେ ଓ ଶଙ୍ଖ, ହୁଳହୁଳିରେ ମନ୍ଦିର ପରିସର ଫାଟି ପଡୁଥାଏ ତାହା ଆଜି କିନ୍ତୁ ନିରବି ଯାଇଛି । ଏବେ ଖାଲି ମନ୍ଦିର ପରିସରରେ ଶୁଭୁଛି ଚଢେଇଙ୍କ କିଚିରି ମିଚିରି ସ୍ବର । ଏ ଦୃଶ୍ୟ ଆଜିର ନୁହଁ ବରଂ ମାସ ମାସର । ଲାଗୁଛି କୋରୋନା ଯେମିତି ଭକ୍ତ ଓ ମାଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା ଟାଣି ଦେଇଛି । ଇଚ୍ଛାଥିଲେ ବି ମନ୍ଦିରରେ ପାଦ ଦେଇପାରୁନି ଭକ୍ତ ।

ଭକ୍ତଙ୍କୁ ନପାଇ କାନ୍ଦୁଛି ମା’, ହାତଗଣତି ସେବାୟତରେ ଚାଲିଛି ନୀତିକାନ୍ତି

ମନ୍ଦିରରେ ମାଙ୍କ ପୂଜା ବିଧି ଚାଲିଛି ହେଲେ ଭକ୍ତ ନାହାନ୍ତି । ହାତଗଣତି ସେବାୟତ କରୁଛନ୍ତି ମାଙ୍କ ନିତୀକାନ୍ତି । ରାୟଗଡ଼ାର ରାଣୀ ଭାବେ ପରିଚିତ ମା’ ମଝିଘରିଆଣୀ। ବିଗତ ବର୍ଷରୁ ମାଙ୍କ ଦର୍ଶନରୁ ବଞ୍ଚିତ ହେବା ପରେ ଭାଙ୍ଗି ପଡ଼ିଛନ୍ତି ଭକ୍ତ । ଖାଲି ମା ମଝିଘରିଆଣିଙ୍କ ପୀଠ ନୁହେଁ କାଶୀପୁରସ୍ଥିତ ମା’ ମାଣିକେଶ୍ବରୀ, ପାଇକପଡ଼ାର ମା’ ଦକ୍ଷିଣକାଳୀ ବିଷମକଟକର ମା ମାର୍କମା ପୀଠରେ ମଧ୍ୟ ସମାନ ସ୍ଥିତି ।

ସେହିପରି ପାଇକପଡାର ପାତାଳେଶ୍ବର ମନ୍ଦିରରେ ବିରାଜମାନ ମା' ଦକ୍ଷିଣକାଳୀଙ୍କ ପୀଠ । ଶକ୍ତି ସ୍ବରୂପିଣୀ ମା’ ଦକ୍ଷିଣକାଳୀ । ଏହାକୁ ତନ୍ତ୍ର ପୀଠ ଭାବେ ବିବେଚନା କରାଯାଉଥିବାରୁ ମା’ଙ୍କୁ ଦର୍ଶନ କରି କୃପାଲାଭ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠି ମଧ୍ୟ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଚଳିତ ବର୍ଷ ଏହି ପୀଠ ମଧ୍ୟ ଖାଁ ଖାଁ ହୋଇ ପଡିଛି । କେବଳ ବିଧି ବିଧାନ କୁ ବଞ୍ଚେଇ ରଖିଛନ୍ତି ମାଙ୍କ ସେବାରେ ନିୟୋଜିତ ସେବାୟତ ମାନେ । ସବୁଠାରୁ ବଡ କଥା ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଦାନରେ କୋଟି କୋଟି ଟଙ୍କା ଆୟ କରୁଥିବା ମଝିଘରିଆଣୀ ମନ୍ଦିର ଏବେ ଶ୍ରୀହୀନ ହୋଇ ପଡିଛି । ଫଳରେ ପ୍ରତେକ୍ଷ ଏବଂ ପରୋକ୍ଷ ଭାବେ ମନ୍ଦିରକୁ ନେଇ ବଞ୍ଚୁଥିବା ପ୍ରାୟ ୩୦୦ ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.