ETV Bharat / state

୪ଟି ଗାଁରୁ ଚୋରି ହୋଇଗଲା ରାସ୍ତା ! ତଦନ୍ତ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଲେ ଲୋକପାଳ

author img

By

Published : Jun 10, 2023, 9:21 PM IST

ରାୟଗଡ଼ା ଜିଲ୍ଲାରେ ମନରେଗା ଅଧିନରେ ଆସିଥିବା ରାସ୍ତାକାମରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ହୋଇଛି । ୪ଟି ଗ୍ରାମରେ ରାସ୍ତା ଚୋରି ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଜିଲ୍ଲାପାଳଙ୍କୁ ଅବଗତ କରାଇଲେ ଲୋକପାଳ । ଅଧିକ ପଢ଼ନ୍ତୁ

୪ଟି ଗାଁରୁ ଚୋରି ହୋଇଗଲା ରାସ୍ତା !
୪ଟି ଗାଁରୁ ଚୋରି ହୋଇଗଲା ରାସ୍ତା !

ରାୟଗଡ଼ା: ଗୋଟିଏ ନୁହେଁ କି ଦୁଇଟା ନୁହେଁ, ଏବେ ଜିଲ୍ଲାର ଚାରି ଚାରିଟି ରାସ୍ତା ଚୋରି ହେବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ଲୋକପାଳ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ରାସ୍ତା ଚୋରି ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହି ତଥ୍ୟ ପଦାକୁ ଆସିଛି । ଜିଲ୍ଲାର ଦୁର୍ଗମ ଅଞ୍ଚଳ ୫ଟି ସ୍ଥାନରେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିଲା । ଉକ୍ତ ସ୍ଥାନରେ କୌଣସି ରାସ୍ତାର ଚିହ୍ନ ନଥିବା ତଦନ୍ତ ସମୟରେ ଜଣାପଡିଛି ।

ପୂର୍ବରୁ ଦୁଇ ବର୍ଷ ତଳେ ରାୟଗଡ଼ା ସଦର ମହକୁମାରେରେ ଥିବା ଜେମାଦେଇ ପେଣ୍ଠ ପଞ୍ଚାୟତର ଗୋଟିଏ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ରାସ୍ତା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ସଂପୃକ୍ତ ବିଭାଗ ୨୨ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ପଞ୍ଚାୟତରେ ଏହି ରାସ୍ତାକୁ ଠାବ କରିଥିଲା । ବର୍ତ୍ତମାନ ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ପ୍ରାୟ ୪ଟି ଗାଁର ୫ଟି ରାସ୍ତା ଚୋରି ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମନରେଗା ଯୋଜନାରେ ଚନ୍ଦ୍ରପୁର ବ୍ଲକର ସୁରୁଲ୍ ଗ୍ରାମଠାରୁ ସାନପଂଖ।ଳ ଗ୍ରାମ ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କା ବ୍ୟାୟରେ ରାସ୍ତା ନିର୍ମାଣ ନେଇ ୨୪୨୯୦୦୨୦୦୧/ RC/ ୧୦୪୩୫୩୯୯ ନମ୍ବରରେ କାର୍ଯ୍ୟାଦେଶ ଦିଆଯାଇଥିଲା । ପୁଣି ସୁରୁଲଗ୍ରାମ ଠାରୁ ବଡ଼ପଂଖାଳ ରାସ୍ତା ପାଇଁ କାର୍ଯ୍ୟାଦେଶ ନମ୍ବର ୨୪୨୯୦୦୨୦୦୧/ RC/ ୧୦୪୪୮୬୯୬ ଅନୁସାରେ ୧୦ ଲକ୍ଷ ଟଙ୍କା ଅଟକଳ ହୋଇ ରାସ୍ତା ନିର୍ମାଣ ପାଇଁ ବିଲ୍‌ ପାରିତ ହୋଇଥିଲା । ହେଲେ ଏଠାରେ କୌଣସି ରାସ୍ତାର ଚିହ୍ନବର୍ଣ୍ଣ ନାହିଁ ।

ସେହିଭଳି ବଡ଼ପଂଖାଳ ଠାରୁ ସାନପଂଖାଳ ରାସ୍ତା କାର୍ଯ୍ୟାଦେଶ ନମ୍ବର ୨୪୨୯୦୦୨୦୦୧/ RC/ ୧୦୪୪୮୬୯୩ ଥିଲାବେଳେ ଅଟକଳ ପରିମାଣର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି । କିନ୍ତୁ ଏହି ସ୍ଥାନରେ ମଧ୍ୟ ରାସ୍ତା ନିର୍ମାଣ ନେଇ କୌଣସି ଚିହ୍ନ ନଥିବା ବେଳେ ଡ୍ରୋଜର ସାହାଯ୍ୟରେ କିଛି ବାଟ ଜଙ୍ଗଲ ଖନନ ହୋଇଥିବା ଜଣାପଡିଛି । ପୁଣି ଗାଡ଼େଙ୍ଗି ଗ୍ରାମଠାରୁ ବଡ଼ପଂଖାଳ ପର୍ଯ୍ୟନ୍ତ ତିଆରି ହେବାକୁ ଥିବା ରାସ୍ତାର କୌଣସି ଛାପ ନାହିଁ । ଏହି ରାସ୍ତାର କାର୍ଯ୍ୟାଦେଶ ନମ୍ବର ୨୪୨୯୦୦୨୦୦୧/ RC/ ୧୦୪୩୫୪୦୨ ଓ ଅଟକଳ ପରିମାଣ ମୂଲ୍ୟ ୧୦ ଲକ୍ଷ ଅଛି । ସେହିପରି ଗ।ଡେଙ୍ଗ। ବ୍ରିଜ୍‌ ଠାରୁ ବଡପଂଖାଳ ରାସ୍ତା କାର୍ଯ୍ୟାଦେଶ ନମ୍ବର ୨୪୨୯୦୦୨୦୦୧/ RC/ ୧୦୪୪୮୬୯୫ ପାଇଁ ୧୦ ଲକ୍ଷ ଅଟକଳ ଥିଲାବେଳେ ବ୍ରିଜ୍‌ ପାଖରେ କିଛି ମାଟିକୁ ସମତଳ କରାଯାଇଛି, କିନ୍ତୁ ରାସ୍ତାର ଚିହ୍ନବର୍ଣ୍ଣ ନାହିଁ । କେବଳ ସୂଚନା ଫଳକରେ ରାସ୍ତା ନିର୍ମାଣ ସଂପୂର୍ଣ୍ଣ ନେଇ ସୂଚିତ ଥିବା ଦେଖିବାକୁ ମିଳିଛି ।

ସୂଚନା ଫଳକ ମାଧ୍ୟମରେ ରାସ୍ତା ନିର୍ମାଣ କରି କିମ୍ବା ଅନ୍ୟ କୌଣସି ସ୍ଥାନରେ ରାସ୍ତା ତିଆରି ହୋଇଥିବା ନେଇ ସଂପୃକ୍ତ ଠିକାଦାର କିମ୍ବା ପଞ୍ଚାୟତ ଅଧିକାରୀ ଉତ୍ତର ଦେଇ ପାରୁନଥିବା ବେଳେ ଏତେ ଗୁଡାଏ ଟଙ୍କା ବାଟ ମାରଣା ହେବାର ଅଭିଯୋଗ ହୋଇଛି । ଏନେଇ ବୀଜ।ପୁର ପଞ୍ଚାୟତର ମରିଚଗୁଡା ଓ ବଡ଼ପଂଖାଳ ଗ୍ରାମର ଆଦିବାସୀ ନେତା ଦଣ୍ଡ।ସୀ ମାଝୀଙ୍କ ନେତୃତ୍ବରେରେ ଗ୍ରାମବାସୀ ମିଳିତ ହୋଇ ଲୋକପାଳ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଇତିମଧ୍ୟରେ ଲୋକପାଳ ତଦନ୍ତ ଆରମ୍ଭ କରିବା ସଙ୍ଗେ ସଙ୍ଗେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.