ETV Bharat / state

ହାଇବ୍ରିଡ୍‌ ବିହନ ବହୁଳ ବ୍ୟବହାର: ହଜିଲାଣି 12ହଜାର ପ୍ରଜାତିର ଦେଶୀ ଧାନ ବିହନ, ରାୟଗଡ଼ାରେ ପ୍ରଭାବିତ ଧାନ ଚାଷ

author img

By ETV Bharat Odisha Team

Published : Aug 27, 2023, 5:04 PM IST

Updated : Aug 27, 2023, 5:46 PM IST

ହାଇବ୍ରିଡ ବିହନ ପ୍ରୟୋଗରେ ଧାନ ଚାଷରେ ଚାଷୀକୁ କ୍ଷତି ସହିବାକୁ ପଡୁଛି । ହାଇବ୍ରିଡ ବିହନ ଅବିଭକ୍ତ ଜିଲ୍ଲାରୁ ପ୍ରାୟ 12 ହଜାର ପ୍ରଜାତିର ଦେଶୀ ଧାନ ବିହନ ହଜିବାକୁ ବସିଛି । ଅଧିକ ପଢନ୍ତୁ

paddy cultivation affected
ହାଇବ୍ରିଡ ବିହନ ହଜିଲାଣି 12 ହଜାର ପ୍ରଜାତିର ଦେଶୀ ଧାନ ବିହନ
ହାଇବ୍ରିଡ୍‌ ବିହନ ବହୁଳ ବ୍ୟବହା: ହଜିଲାଣି 12ହଜାର ପ୍ରଜାତିର ଦେଶୀ ଧାନ ବିହନ

ରାୟଗଡା: ଧାନ ଓଡ଼ିଶାର ପ୍ରଧାନ ଚାଷ । ଏହା ଆମ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ । ରାଜ୍ୟରେ ଅଧିକାଂଶ ଚାଷୀ ଧାନ ଚାଷ କରି ପେଟ ପୋଷିଥାଆନ୍ତି । ହେଲେ ଏବେ ଅନେକ ଜିଲ୍ଲାରେ ଧାନ ଚାଷ କମିବାକୁ ଲାଗିଲାଣି । ହାଇବ୍ରିଡ୍‌ ବିହନ ପ୍ରୟୋଗରେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଦେଶୀ ଧାନର ସଂରକ୍ଷଣ କରିପାରୁନାହିଁ ପାରମ୍ପରିକ କୃଷି ବିକାଶ ଯୋଜନା । ଫଳରେ ଅବିଭକ୍ତ ଜିଲ୍ଲାମାନଙ୍କରୁ 12 ହଜାର ପ୍ରଜାତିର ଦେଶୀ ଧାନ ବିହନ ହଜିବାକୁ ବସିଲାଣି । ଫଳରେ ପାରମ୍ପରିକ ଧାନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।

ହଜିଲାଣି 12ହଜାର ପ୍ରଜାତିର ଦେଶୀ ଧାନ ବିହନ: ରାଜ ରାଜୁଡ଼ା ଶାସନ କାଳରେ ଦେଶୀ ଧାନ ବିହନର ବେଶ ଚାହିଦା ରହିଥିଲା । ହେଲେ ଧୀରେଧୀରେ ରାଜ ରାଜୁଡ଼ା ଶାସନ ଲୋପ ପାଇବା ସାଙ୍ଗକୁ ଦେଶୀ ଧାନ ବିହନ ମଧ୍ୟ ବିଲୁପ୍ତ ହୋଇଯାଇଛି । ସେତେବେଳର ଜୟପୁର ରାଜତନ୍ତ୍ର ଶାସନ ଅର୍ଥାତ ବର୍ତ୍ତମାନର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ 1970 ମସିହାରେ ପ୍ରାୟ 12 ହଜାର ଦେଶୀ ଧାନ ବିହନର ବ୍ୟବହାର କରୁଥିଲେ । 1999 ମସିହାରେ ଲିଭିଂ ଫାଉଣ୍ଡେସନ ନାମକ ଏକ କୃଷି ଭିତ୍ତିକ ସ୍ବେଛାସେବୀ ସଂଗଠନ କୋରାପୁଟ ଜିଲ୍ଲାର 5ଟି ଗାଁରେ ଦେଶୀ ଧାନ ବିହନରକୁ ନେଇ ଅନୁଧ୍ୟାନ କରିବା ସମୟରେ 70 କିସମର ଦେଶୀ ଧାନ ବିହନ ଚିହ୍ନଟ କରାଯାଇଥିଲା । ପରବର୍ତ୍ତୀ ସମୟରେ 2013 ମସିହାରେ ପୁଣି ଥରେ ସେ ଅଞ୍ଚଳରେ ଦେଶୀ ଧାନ ବିହନକୁ ନେଇ ଦୁତୀୟ ଥର ଅନୁଧ୍ୟାନ କରିବା ସମୟରେ 40 କିସମର ଦେଶୀ ଧାନ ବିହନ ଥିବା ଜଣା ପଡ଼ିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ 2013 ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ 12 ହଜାର ଦେଶୀ ଧାନ ବିହନ ବଦଳରେ 2000 କିସମର ଦେଶୀ ଧାନ ବିହନ ଥିବା ଜଣାପଡ଼ିଛି । ଫଳରେ ପାରମ୍ପରିକ ଚାଷ କରିବାକୁ ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଚାଷୀ ।

ଏହାକୁ ନେଇ ଜଣେ ଚାଷୀ କହିଛନ୍ତି, "ସରକାର ସବୁ କଥା କହୁଛନ୍ତି, କିନ୍ତୁ ଚାଷ ଧୀରେଧୀରେ କମିଲାଣି। କିନ୍ତୁ ସରକାର ଯେଉଁ ହାଇବ୍ରିଡ୍‌ ଧାନ ଦେଉଛନ୍ତି ଏଥିପାଇଁ ଦେଶୀ ଧାନ ପ୍ରଜାତି ହଜିବାରେ ଲାଗିଲାଣି ।"

ଏହା ସହ ଅବିଭକ୍ତ ଜିଲ୍ଲା ଯେପରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର ଭୌଗଳିକ ସ୍ଥିତି, ପାଣିପାଗ, ମାଟିର ଆର୍ଦ୍ରତା ସହ ଜଳସେଚନକୁ ଦୃଷ୍ଟିରେ ରାଖୀ ନିଜ ସାଇତି ଥିବା ପାରମ୍ପରିକ ଦେଶୀ ଧାନ ବିହନ ବ୍ୟବହାର କରୁଥିଲା । କିନ୍ତୁ ସମୟାନୁସାରେ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଅଧିକ ଆର୍ଥିକ ଲାଭ ପାଇବା ଆଶାରେ ସରକାରୀ ବିହନ ଉପରେ ନିର୍ଭର କରୁଛନ୍ତି ଚାଷୀ । ଯାହା ଫଳରେ ପାଣିପାଗର ଅସ୍ଥିରତା ସାଙ୍ଗକୁ ଅନେକ ସମୟରେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥ‌ିବା ଚାଷୀ କେବଳ ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରୁଛନ୍ତି । କେବେ କେବେ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଥାଏ ।

ଏହା ବି ପଢନ୍ତୁ...ରେଡି ଟୁ ଇଟ୍ ରାଇସ୍: ଫାଷ୍ଟଫୁଡ୍ ମ୍ୟାଗି-ଚାଓମିନ୍ ଭଳି ଫଟାଫଟ୍ ହେବ ଭାତ, ରହିଛି ଭରପୁର ଔଷଧୀୟ ଗୁଣ

ଦେଶୀର ଜାଗା ନେଇଛି ହାଇବ୍ରିଡ ଧାନ ବିହନ: ଧାନ ଚାଷରେ ଅଧିକ ଉତ୍ପାଦନ ବୃଦ୍ଧି ପାଇଁ ପାରମ୍ପରିକ ବିହନକୁ ଭୁଲି ଶଙ୍କର ଜାତୀୟ ବିହନ ଯେପରି ପୂଜା, ଟିକି ମସୁର, ସ୍ବରନା ମସୁଶୀ, ସୃଷ୍ଟି ମସୁରୀ, ମାସୁର, ଲଲାଟ, ପ୍ରତୀକ୍ଷା, ପୂଜା, ସହଭାଗୀ, ୧୦୬୨, ବିପିଟ, ୫୭୦୪, ଦୀକ୍ଷା ଭଳି ଧାନ ବିହନକୁ ପସନ୍ଦ କରୁଛି ଚାଷୀ । ଫଳରେ ମହୁଳ କାଞ୍ଚି, ମୁରାଲିକ, ହଳଦୀଗୁଣ୍ଡି, କଂସ ପୁରୀ, ଦିଗନ୍, ଜୟଗୁଡ଼ି, କଳସ, ବନ୍ୟାସାରି, ଆମ୍ବ ଟୁଟୁ, ଅପ ବସୁମତୀ, ତୁମେର ଫୁଲ, ଗୋରା ବଳଦା ମୋରା, ହରିଶଙ୍କର, ଜଳଘଣ୍ଟା।, ଜୀରା କରି, କବଳୀ କେଣ୍ଡା, କାଳିଆ, କୁସୁମ, ଲାଲଗୋରୀ, ସମ୍ବାଭୋଗ, ମଲିଫୁଳିଆ ଶଙ୍କର, ଟିକର, ରମା କଲି, ଗୁରୁମାଛି, ଯୁବରାଜ ସୁନା ପଶୀ, ସୋରିଷଫୁଲ, ପୃଥୀରଳ, ନଡ଼ିଆ କଟ।, ମେନକା, ମୁରିଦାନ। ଓ ଟୀକା ହଳଦୀ ଭଳି ଦେଶୀ ଧାନ ବିହନ ହଜିବାକୁ ବସିଲାଣି । ଧୀରେଧୀରେ ଲୋପ ପାଇବାକୁ ବସିଲାଣି ପାରମ୍ପରିକ ଧାନ ବିହନ ଏବେ ଲୋପ ପାଇବାକୁ ବସିଲାଣି ।

କାଶିପୁର ତଥା କଳାହାଣ୍ଡି ଜିଲ୍ଲାର ଚାଷୀ କିଛି ମାତ୍ରାରେ ପାରମ୍ପରିକ ଧାନ ବିହନ ସଂରକ୍ଷଣ ସାଙ୍ଗକୁ ଚାଷ କରୁଛନ୍ତି । କଲିକତାରୁ ଆସି ବିଷମକଟକର କେରାଣ୍ଡିଗୁଡା ଠାରେ କୃଷି ବିଜ୍ଞାନି ଡ. ଦେବଲ ଦେ 1460 ପ୍ରଜାତିର ଦେଶୀ ପାରମ୍ପରିକ ଧାନ ବିହନକୁ ବଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସବୁଠାରୁ ବଡ଼ କଥା ସୀମାନ୍ତ ଜିଲ୍ଲା ଗୁଡିକରେ ଧୀରେଧୀରେ ଧାନ ଚାଷ ହିଁ ଲୋପ ପାଇବାକୁ ବସିଲାଣି । ଜିଲ୍ଲା ପ୍ରଶାସନର ରିପୋର୍ଟ ମୁତାବକ ୨୦୨୦ ମସିହାରେ ୫୫ହଜାର ୧୧୩ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା ବେଳେ ଚଳିତ ବର୍ଷ ରାୟଗଡ଼ାରେ ମୋଟ ୨୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଦେଶୀ ଧାନ ବିହନକୁ ସଂରକ୍ଷଣ ସାଙ୍ଗକୁ ଆଧୁନିକ ପ୍ରଣାଳୀରେ ପାରମ୍ପରିକ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ସରକାରଙ୍କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ରାୟଗଡା

Last Updated : Aug 27, 2023, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.