ETV Bharat / state

ମଝିଘରିଆଣି ମନ୍ଦିରର ଭିତ୍ତିଭୁମି ବିକାଶକୁ କ୍ୟାବିନେଟରେ ମୋହର, ଧନ୍ୟବାଦ ଦେଲେ ବିଧାୟକ ଓ ରାୟଗଡ଼ାବାସୀ

author img

By

Published : Jun 22, 2023, 12:43 PM IST

ସୌରା ଭାଷା ଏବଂ ମଝିଘରିଆଣି ମନ୍ଦିରର ଭିତ୍ତିଭୁମି ବିକାଶ ପାଇଁ ୬ ଏକର.୩୦ ଡେସିମିଲ ଜମି ଲିଜ୍‌ ଆକାରାରେ ପ୍ରଦାନ ନେଇ କ୍ୟାବିନେଟ ମୋହର ପରେ ଉତ୍ସବ ମୁଖର ରାୟଗଡା ଜିଲ୍ଲା । ଅଧିକ ପଢନ୍ତୁ

development of majhighariani temple
development of majhighariani temple
development of majhighariani temple

ରାୟଗଡା: ସୌରା ଭାଷା ଓ ମଝିଘରିଆଣି ମନ୍ଦିରର ଭିତ୍ତିଭୂମି ବିକାଶ ନେଇ କ୍ୟାବିନେଟରେ ମୋହର ପରେ ଉତ୍ସବମୁଖର ରାୟଗଡା ଜିଲ୍ଲା । ଏହି ଅବସରରେ ମାତାର ବନମ ବିଞ୍ଜାନ ପ୍ରଚାର ସଂସ୍କୃତିର ସଭାପତି ରାମ ପ୍ରସାଦ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ବପୁର୍ଣ୍ଣ ବିଭାଗ ବିଷୟରେ ଆଲୋଚନା ହୋଇଥିବା ବେଳେ ରାୟଗଡା ଜିଲ୍ଲାର ମା ମାଝିଘରିଆଣି ମନ୍ଦିରର ଭିତ୍ତିଭୁମି ବିକାଶ ପାଇଁ ୬ ଏକର. ୩୦ ଡେସିମିଲି ଜମି ଲିଜ ଆକାରାରେ ପ୍ରଦାନ କରିଛନ୍ତି । ସେହିପରି ସୌରାଭାଷା ଲିପିକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ ପାଇଁ କରିବେ । ଏହାକୁ ନେଇ ରାୟଗଡ଼ାବାସୀଙ୍କ ମଧ୍ୟରେ ଖୁସୀର ଲହରୀ ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ପାତାଳଗଙ୍ଗାର ହେବ ଭିତ୍ତିଭୂମି ବିକାଶ, ପ୍ରତିଶ୍ରୁତି ଦେଲେ 5T ସଚିବ

ସୌରାଭାଷା ଲିପିକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ହେଲେ ଜନଜାତିଙ୍କ ଭାଷାର ପ୍ରଚାର ପ୍ରସାର, ସଂସ୍କୃତିର ସଂରକ୍ଷଣ, ବିକାଶ, ବିଭିନ୍ନ ବିଷୟରେ ଆଲୋଚନା, ଲେଖା , ଗବେଷଣା, ଅଧ୍ୟୟନ ଦିଗରେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହାଦ୍ୱାରା ରାଜ୍ୟର ୫ ଲକ୍ଷ ସୌରା ଭାଷାଭାଷି ଲୋକେ ଉପକୃତ ହୋଇପାରିବେ ବୋଲି ବିଜୁ ସ୍ବସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧିର କୁମାର ଦାସ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ସରକାର କହିଥିଲେ ୨୦ ହଜାର କୋଟି ଖର୍ଚ୍ଚ ହୋଇଛି, ତେବେ ଭିତ୍ତିଭୂମି ଦୁର୍ବଳ କାହିଁକି: ଶରତ

ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଦୀପ ମାଝି ଯୋଗଦେଇଥିଲା ବେଳେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟକଲ୍ୟାଣ ବିଭାଗର ଉପଦେଷ୍ଟା ସୁଧିର କୁମାର ଦାସ ଓ ସ୍ଥାନୀୟ ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଏହା ପୁର୍ବରୁ ଅତିଥି ମାନଙ୍କୁ ସୌରା ସମାଜ ତରଫରୁ ବାଜା ବଜାଇ ବ୍ୟାପକ ଭାବରେ ସ୍ବାଗତ କରିଥିଲେ । ଏହି ସମୟ ରେ ଶହଶହ ଆଦିବାସୀ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ। ସୌରା ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସୁପାରିଶ ପାଇଁ ସରକାର ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ବିଞ୍ଜାନ ପ୍ରଚାର ସଂସ୍କୃତି ପ୍ରଚାର କମିଟି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.