ETV Bharat / state

ଆଇନଜୀବୀଙ୍କ ଗାଡିକୁ ଧକ୍କା ଦେବା ଘଟଣା, ଏସପିଙ୍କ ନିକଟରେ ଫେରାଦ ହେଲା ସଂଘ - lawyer car accident issue,

ରାୟଗଡା ଆଇନଜୀବୀଙ୍କ ଗାଡିକୁ ପେଟ୍ରୋଲପମ୍ପ ମାଲିକ ଧକ୍କା ଦେବା ଘଟଣା ପ୍ରତିବାଦରେ ଏସପିଙ୍କୁ ଭେଟିଛି ଆଇନଜୀବୀ ସଂଘ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

lawyer car accident issue, advocate association meet to rayagada sp
ଆଇନଜୀବୀ ଗାଡିକୁ ଧକ୍କା ଦେବା ଘଟଣା, ଏସପିଙ୍କ ନିକଟରେ ଫେରାଦ ହେଲା ସଂଘ
author img

By

Published : Mar 11, 2020, 9:40 PM IST

ରାୟଗଡା: ଆଇନଜୀବୀ ଗାଡିକୁ ପଛରୁ ଧକ୍କା ଦେଇଥିବା ପେଟ୍ରୋଲପମ୍ପ ମାଲିକ ବିରୁଦ୍ଧରେ ଏସପିଙ୍କ ନିକଟରେ ଫେରାଦ ହେଲା ଆଇନଜୀବୀ ସଂଘ । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ରାୟଗଡା ଟାଉନ ଥାନା ପୋଲିସର ଜିମା ଦେଇଥିଲେ । ହେଲେ ପୋଲିସ ମାଲିକକୁ ଗିରଫ କରିବା ତ ଦୂରର କଥା ବରଂ ଛାଡିଦେଇଥିବା ପ୍ରତିବାଦରେ ବୁଧବାର ଆଇନଜୀବୀ ମାନେ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଆଇନଜୀବୀ ଗାଡିକୁ ଧକ୍କା ଦେବା ଘଟଣା, ଏସପିଙ୍କ ନିକଟରେ ଫେରାଦ ହେଲା ସଂଘ

ସୂଚନା ମୁତାବକ, ଆଇନଜୀବୀ ପି.ଶ୍ରୀନିବାସ ନାଇଡୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଆୟୋଜିତ ହେଉଥିବା ନିଲାବାଡି ଯାତ୍ରା ଦେଖିବାକୁ ଯିବା ସମୟରେ ଗୁମ୍ମା ଘାଟି ନିକଟରେ ପେଟ୍ରୋଲ ପମ୍ପ ମାଲିକ କାରଟିକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଆଇନଜୀବୀଙ୍କ ବାମ ଗୋଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଏନେଇ ସଂପୃକ୍ତ ଗାଡିର ମାଲିକଙ୍କ ନାମରେ ରାୟଗଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ପେଟ୍ରୋଲ ପମ୍ପ ମାଲିକକୁ ଅଟକ ରଖିଥିଲା । କିନ୍ତୁ ସଂପୃକ୍ତ ଡ୍ରାଇଭରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ଗାଡି ଚଲାଉଥିବା ମାଲିକ ଓ ଦୁର୍ଘଟଣା ଘଟାଇଥିବା ଗାଡିକୁ ଛାଡିଦେଇଥିଲା ।

ତେବେ ଟାଉନ ଥାନା ପୋଲିସର ଏପରି କାର୍ଯ୍ୟଶୈଳୀକୁ ଆଇନଜୀବୀ ନିନ୍ଦା କରିବା ସହ ଘଟଣାର ପୁନଃତଦନ୍ତ କରାଯାଉ ବୋଲି ରାୟଗଡା ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.