ETV Bharat / state

Gunapur-Therubali ରେଳପଥ ପାଇଁ ଖୁବଶୀଘ୍ର ହେବ ଜମି ଅଧିଗ୍ରହଣ

author img

By

Published : Dec 24, 2021, 8:54 AM IST

Updated : Dec 24, 2021, 9:52 AM IST

ରାୟଗଡା ଜିଲ୍ଲାରେ ବଦଳିବାକୁ ଯାଉଛି ଗୁଣପୁର-ଥେରୁବାଲି ରେଳପଥର ଭାଗ୍ୟ । ଖୁବଶୀଘ୍ର ଜମି ଅଧିଗ୍ରହଣ ହେବ ବୋଲି କହିଲେ ୱାଲଟିୟର ରେଳ ଡିଭିଜନର ମ୍ୟାନେଜର । ଅଧିକ ପଢନ୍ତୁ

Gunapur-Therubali ରେଳପଥ ପାଇଁ ଖୁବଶୀଘ୍ର ହେବ ଜମି ଅଧିଗ୍ରହଣ
Gunapur-Therubali ରେଳପଥ ପାଇଁ ଖୁବଶୀଘ୍ର ହେବ ଜମି ଅଧିଗ୍ରହଣ

ରାୟଗଡା: ଜିଲ୍ଲାକୁ ରେଳ ଡିଭିଜନ( Rayagada Railway Division)ର ମାନ୍ୟତା ମିଳିବା ପରେ ମିଳିଥିବା ଅନୁଦାନରେ କୋଠା ନିର୍ମାଣ ସହ ଅନୁସଙ୍ଗିକ କାର୍ଯ୍ୟ ଚାଲିଛି । ସେହିପରି ବହୁ ପ୍ରତିକ୍ଷିତ ଗୁଣପୁର-ଥେରୁବାଲି ରେଳପଥ(Gunapur-Therubali railway line)ର ଭାଗ୍ୟ ବଦଳିବାକୁ ଯାଉଛି । ଅଧାରେ ଅଟକି ଥିବା ଏହି ବିବାଦୀୟ ପ୍ରକଳ୍ପକୁ ଅଗ୍ରାଧିକାରୀ ମିଳିବ । ଗତକାଲି ରେଳ ଡିଭିଜନର ବରିଷ୍ଠ ଅଧିକାରୀଙ୍କୁ ନେଇ ୱାଲଟିୟର ରେଳ ଡିଭିଜନର ମ୍ୟାନେଜର(Waltaire Railway Division Manager) ଅନୁପ ଶତପଥୀ ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଏଭଳି ସୂଚନା ଦେଇଛନ୍ତି ।

ତେବେ ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସକାଶେ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ଚାଲିଥିବା ବେଳେ ଖୁବଶୀଘ୍ର ଜମି ଅଧିଗ୍ରହଣ ହେବ ବୋଲି ସେ କହିଛନ୍ତି । କାରଣ ଶିଳ୍ପ କରିଡର ରାୟଗଡା ଜିଲ୍ଲାରେ ଅନେକ ରେଳ ପଥର ବିକାଶ ଅଟକିଥିବା ବେଳେ ବହୁପ୍ରତୀକ୍ଷିତ ଗୁଣପୁର-ଥେରୁବାଲି ରେଳ ଲାଇନକୁ ଏବେ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Dec 24, 2021, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.