ETV Bharat / state

କାଶୀପୁର କଲେରା ଆତଙ୍କ: ଲୋକେ ସଚେତନ ହେଲେ କମିବ ମୃତ୍ୟୁ ସଂଖ୍ୟା କହିଲ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 27, 2022, 10:29 PM IST

କାଶୀପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଁଚିଛି । ତଥାପି ସ୍ବାସ୍ଥ୍ୟ ବିଭାଗ ତରଫରୁ ସଂକ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅଧିକ ପଢନ୍ତୁ

କାଶୀପୁର କଲେରା ଆତଙ୍କ : 147 ସଂକ୍ରମିତ, ସ୍ଥିତି ସ୍ବାଭାବିକ

ଭୁବନେଶ୍ବର: କାଶୀପୁରରେ ଏବେ ବି ମୃତ୍ୟୁ ସଂଖ୍ୟା ୮ ରେ ଅଛି । ୧୪୭ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ୭ ଜଣଙ୍କର ମୃତ୍ୟୁ ଲୋକଙ୍କ ଅବହେଳା ଯୋଗୁଁ ହୋଇଥିଲା । କିନ୍ତୁ ଏବେ ଯେଉଁମାନେ ଆସୁଛନ୍ତି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ସେମାନଙ୍କୁ ୫ ଦିନ ରଖାଯାଇ ଚିକିତ୍ସା ଦିଆଯାଉଛି। ଏଣୁ ବର୍ତ୍ତମାନ ସ୍ଥିତି ଭଲ ରହିଛି । ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଲୋକଙ୍କ ସମ୍ପର୍କରେ ଅଛନ୍ତି । କାଶୀପୁର ରେ ୮ ଟି ମୋବାଇଲ ଟିମ ଟ୍ରାକ ରେ ରହିଛନ୍ତି । ଲୋକଙ୍କୁ ଅନୁରୋଧ ହୋଇଛି ତୁରନ୍ତ କାହାର ଦେହ ଖରାପ ହେଲେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାନ୍ତୁ । ଏଣୁ ଲୋକ ସଚେତନ ହେଲେ ମୃତ୍ୟୁବରଣ ରୋକିହେବ ବୋଲି କହିଛନ୍ତି ଜଣ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ କାଶୀପୁରରେ ମୃତ୍ୟୁ ସଂଖ୍ୟା 12ରେ ପହଞ୍ଚିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଅନ୍ୟପଟେ ମଙ୍କି ପକ୍ସ ପାଇଁ ସତର୍କ ରୁହନ୍ତୁ । ଆର ଏମ୍ ଆର ସି ସାମ୍ପୁଲ ଟେଷ୍ଟ କରିବ । ମଙ୍କି ପକ୍ସ ହେଲେ ଏକ ମାସ ଆଇସୋଲେଟ ହୋଇ ରହିବାକୁ ପଡିବ । ଏଣୁ ଲୋକେ ସଚେତନ ହୋଇ, ସଜାଗ ହୋଇ ରହିବାକୁ ପରାମର୍ଶ । ଏବେ ହସ୍ପିଟାଲ ରେ ୨ ଟି ବେଡ଼ ସଂଗରୋଧ ପାଇଁ ରହିଛି। କେସ ବଢିଲେ ବା ଆବଶ୍ୟକ ହେଲେ ବେଡ଼ ସଂଖ୍ୟା ବଢିବ। ବାୟୁ ସଂକ୍ରମଣ ର ନଜିର ନାହିଁ। ଲୋକ ସମ୍ପର୍କ ରେ ଆସିଲେ ହିଁ ମଙ୍କି ପକ୍ସ ହେବ । ଆମ ରାଜ୍ୟକୁ ଆନ୍ତର୍ଜାତିୟ ବିମାନ ସେବା ବନ୍ଦ ରହିଛି ଏଣୁ ସଂକ୍ରମଣ ଆଶା କମ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.