ରାୟଗଡା: ନିଜ ରାଇଫଲରୁ ଗୁଳି କରି କାଶୀପୁର ଥାନା BSF ୬୮ ବାଟାଲିୟନ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ 33 ବର୍ଷୀୟ ଦିଲ୍ଲୀପ କୁମାର ମାହି ।
ସେ ଗତ ୪ ମାସ ତଳେ ବିବାହ କରିଥିଲେ । କିଛିଦିନ ତଳେ ସେ ଆସି କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ପାରିବାରିକ କଳହରୁ ଏଭଳି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କିନ୍ତୁ ବିଭାଗ ତରଫରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ଖବର ପାଇ ବିଏସଏଫ କମାଣ୍ଡାଣ୍ଟ ଯୋଗେନ୍ଦ୍ର ଅଗ୍ରୱାଲ ଏବଂ ଏଏସପି ଅନନ୍ତ ନାରାୟଣ ମହାନ୍ତି କାଶୀପୁର ଯାଇ ଅନୁଧ୍ୟାନ କରି ଫେରିଛନ୍ତି । ପରିବାର ଲୋକଙ୍କୁ ଖବର ଦିଆଯାଇଛି । ସେମାନେ ଆସିବା ପରେ ମୃତଦେହ ବ୍ୟବଛେଦ କରି ହସ୍ତାନ୍ତର କରାଯିବ ବୋଲି ଏଏସପି ଅନନ୍ତ ନାରାୟଣ ମହାନ୍ତି କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ