ରାୟଗଡା: ପବିତ୍ର ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସାରା ରାଜ୍ୟ । ମାନସିକ ରଖି ବାବାଙ୍କ ଦର୍ଶନ କରିବାକୁ ଲମ୍ବା ଲାଇନ ଲଗାଇଥିଲେ ଶହ ଶହ ଶ୍ରଦ୍ଧାଳୁ । ଏଭଳି ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଶୈବ ପୀଠ ମାନଙ୍କ ମଧ୍ୟରେ ରହିଥିବା କଲ୍ୟାଣସଂହପୁର ବ୍ଲକରେ ଦେବଗିରି ,ଚନ୍ଦ୍ରପୁର ବ୍ଲକରେ ମିନାଝୋଲା, କଲୋନରା ବ୍ଲକରେ ପାଇକପଡ଼ା ଏବଂ ରାୟଗଡ଼ା ବ୍ଲକର ପେରିଗାଁ ।
ହେଲେ ଆଜି ଏହିସବୁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମୀନାଝୋଲା ଏକ ବହୁ ପୁରାତନ ପବିତ୍ର ଶୈବପୀଠ ତିନୋଟି ପବିତ୍ର ନଦୀ ଫଳଫଳିଆ, ଚାଉଳଧୂଆ ଓ ବଂଶଧରାର ସଙ୍ଗମ ସ୍ଥଳରେ ରହିଥିବାରୁ ଏହାକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଉଥିବା ବେଳେ ଏଠାରେ ମହାଦେବ ମତ୍ସ୍ୟ ଆକୃତିରେ ପୂଜା ପାଉଛନ୍ତି ।
ସେହିଭଳି ଲାଙ୍ଗୁଲ୍ୟା ନଦୀ କୂଳରେ ଦେଉଳି ପାହାଡ ପାଦ ଦେଶରେ ଶୈବ,ବୌଦ୍ଧ ଏବଂ ଶାକ୍ତ ପରମ୍ପରାର ବାର୍ତା ବାଣ୍ଟୁଥିବା ଶିବଶକ୍ତିଙ୍କ ପୀଠ ପାତାଳେଶ୍ବର ମନ୍ଦିରରେ ମଧ୍ୟ ଜାଗର ଜାଲିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।
ସେହିଭଳି ଭିନ୍ନ ଏକ ପରମ୍ପରାରେ ଏଠି ପୁଜା ପାଆନ୍ତି ଶଙ୍କର । କେଉଁ ଆବାହମାନ କାଳରୁ ଆଦିବାସୀ ସମ୍ପଦାୟର ପୁଜକ ଏଠି ଶିବଙ୍କୁ ପୂଜା କରିଥାନ୍ତି । ଏଭଳି କ୍ଷେତ୍ର ରହିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାର ୧୨ କିଲୋମିଟର ଦୁର ତାଡ଼ମା ପଞ୍ଚାୟତର ପେରିଗାଁରେ ।
ଏଠାରେ କେଉଁ ଆବାହମାନ କାଳରୁ ସ୍ବୟଂଭୁ ଶମ୍ଭୁ ଏକ ଗୁମ୍ପା ମଧ୍ୟରେ ପୂଜାପାଇ ଆସୁଛନ୍ତି । ହେଲେ ଏହା ଲୋକ ଲୋଚନକୁ ଆସିପାରୁ ନଥିଲା । କେବଳ କାଡ୍ରାକା ବଂଶଧର ଗୁପ୍ତରେ ଏଠି ପୁଜା କରି ଆସୁଥିଲେ । ହେଲେ ଧିରେଧିରେ ଏହି ଗୁପ୍ତ ଶୈବପୀଠ ଲୋକ ଲୋଚନକୁ ଆସିବା ପରେ ଏଠି ମଧ୍ୟ ଭକ୍ତଙ୍କ ଦେଖିବାକୁ ମିଳିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ