ETV Bharat / state

ଅବାଧରେ ଗୁଟଖା କାରବାର, ବଢୁଛି ପ୍ରଶାସନର ଚିନ୍ତା - Rayagada News

ରାୟଗଡାରେ ଅବାଧରେ ଚାଲିଛି ଗୁଟଖା କାରବାର । ଜିଲ୍ଲା ପ୍ରଶାସନର ବଢୁଛି ଚିନ୍ତା । ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ । ଅଧିକ ପଢନ୍ତୁ...

ଅବାଧରେ ଗୁଟଖା କାରବାର, ବଢୁଛି ପ୍ରଶାସନର ଚିନ୍ତା

author img

By

Published : Feb 16, 2021, 2:23 PM IST

ରାୟଗଡା: ଗୁଟଖା ସ୍ବାସ୍ଥ୍ୟପ୍ରତି ହାନିକାରକ । ଏକଥା ସମସ୍ତେ ଜାଣିଥିଲେ ବି ଅନେକ ମାନୁନଥିବା ଦେଖାଯାଏ । ଯାହାର ସଦ୍ୟ ଉଦାହରଣ ହେଉଛି ରାୟଗଡା ଜିଲ୍ଲା । ଏଠାରେ ଜୋରଦାର ଚାଲିଛି ଗୁଟଖା କାରବାର ।

ଅବାଧରେ ଗୁଟଖା କାରବାର, ବଢୁଛି ପ୍ରଶାସନର ଚିନ୍ତା

ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଅନ୍ତରାଜ୍ୟ ବ୍ୟବସାୟୀଙ୍କ ନଜରରେ ରହିଛି ରାୟଗଡା ଜିଲ୍ଲା । ବିଶେଷ କରି ଶ୍ରମିକଙ୍କୁ ଆଖି ଆଗରେ ରଖି ଏପରି ବ୍ୟବସାୟ ଚଳାଇଛନ୍ତି ବ୍ୟବସାୟୀ । ଗୁଟଖା ଖାଇଲେ ମୁଖ ଗହ୍ବର କର୍କଟ ହେଉଥିବା ଜାଣି ବି ଏଥିପ୍ରତି ଲୋକଙ୍କ ଘୃଣା ଭାବ ଆସୁନି କି ପ୍ରଶାସନ ସଠିକ ଭାବେ ବୁଝାଇବାରେ ସଫଳ ମଧ୍ୟ ହେଉନାହିଁ ।

ସେପଟେ ତମାଖୁ ରୋକିବାରେ ପୋଲିସ ପ୍ରୟାସ ଜାରିକରିଥିବାବେଳେ ବର୍ଷକରେ ଏକ କୋଟି 96 ଲକ୍ଷ 22 ହଜାର ଟଙ୍କାର ତମାଖୁ ଜବତ କରିବାରେ ସଫଳ ହୋଇଛି । ବିଭିନ୍ନ ଥାନାରେ 33ଟି ମାମଲା ରୁଜୁ କରିଛି ପୋଲିସ । 646 କାର୍ଟୁନ ସିଗାରେଟ ଜବତ କରିବା ସହ ବାହାର ରାଜ୍ୟରୁ ଆସୁଥିବା ବସ୍ତାବସ୍ତା ଗୁଟଖା ଜବତ କରିଛି । ସେହିପରି ଦିଲ୍ଲୀରୁ ରାୟଗଡା ଚାଲାଣ ହେଉଥିବା ଏକ ଗୁଟଖା କଣ୍ଟେନର ଜବତ ପରେ ଏହାର ଚେର ବହୁତ ଲମ୍ବା ବୋଲି କୁହାଯାଉଛି ।

ସବୁଠାରୁ ବଡ କଥା ହେଲା ଜିଲ୍ଲାରେ ମୁନଫା ଖୋର ବ୍ୟବସାୟୀ ମାନେ ଅଧିକ ଲାଭ ଆଶାରେ ବ୍ୟାପକ ନକଲି ଗୁଟୁଖା ବିକ୍ରି କରୁଥିବା ଯୋଗୁଁ ଜିଲ୍ଲାରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତମାଖୁକୁ ନେଇ ପ୍ରତିବର୍ଷ ସଭା ସମିତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରାଯାଉଥିବା ବେଳେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ଅଭିଯୋଗ ହେଉଛି ।

ତେବେ ଗୁଟକା ମାଫିଆଙ୍କ କାର୍ଯ୍ୟକଳାପକୁ ରୋକିବାକୁ ଚଢାଉ ଜାରି ରହିବ ବୋଲି ଏସପି କହିଛନ୍ତି । ଗୋଟିଏ ପଟେ ଅମାନିଆ ଲୋକଙ୍କ ମନମାନି ଓ ଅନ୍ୟପଟେ ସରକାରଙ୍କ ଉଦାସୀନତା ପାଇଁ ରାୟଗଡା ଗୁଟକା କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଯାହାକୁ ଆଗାମୀ ଦିନରେ ଆୟତ୍ତକୁ ଆଣିବା ଜରୁରୀ ହୋଇ ପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.