ETV Bharat / state

କୋରୋନା ପ୍ରଭାବ: ବନ୍ଦ ହେଲା ଆନ୍ତଃରାଜ୍ୟ ବସ ଚଳାଚଳ ସେବା - କୋରୋନା ପ୍ରଭାବ

ଠପ ହେଲା ଆନ୍ତଃରାଜ୍ୟ ବସ ଚଳାଚଳ ସେବା । ଖିର ଠାରୁ ନୀର ପର୍ଯ୍ୟନ୍ତ ଲୋକେ ଆନ୍ଧ୍ରରୁ ଆସୁଥିବା ସାମଗ୍ରୀ ଉପରେ ନିର୍ଭରଶୀଳ ଥିବା ବେଳେ ଏନେଇ ଚିନ୍ତାରେ ରାୟଗଡାବାସୀ । ଅଧିକ ପଢନ୍ତୁ...

Interstate bus service shut down in rayagada
କୋରୋନା ପ୍ରଭାବ: ବନ୍ଦ ହେଲା ଆନ୍ତଃରାଜ୍ୟ ବସ ଚଳାଚଳ ସେବା
author img

By

Published : Mar 23, 2020, 2:38 PM IST

ରାୟଗଡ଼ା: କୋରୋନାକୁ ନେଇ ରାୟଗଡା ଜିଲ୍ଲାରେ ଠପ ହେଲା ଆନ୍ତଃରାଜ୍ୟ ବସ ଚଳାଚଳ ସେବା। ଓଡିଶା ସୀମା ରାୟଗଡା ସହର ଠାରୁ ମାତ୍ରେ ୨୨ କିଲୋମିଟର ପରେ ଆରମ୍ଭ ହୋଇଥାଏ ଆନ୍ଧ୍ରପ୍ରଦେଶ ସୀମା। ଫଳରେ ରାୟଗଡା ଜିଲ୍ଲା ବାସିନ୍ଦା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଚିକିତ୍ସା ପାଇଁ ପାର୍ବତୀପୁର, ବିଜୟନଗର, ବିଶାଖାପାଟଣା ଉପରେ ନିର୍ଭର କରିଥାନ୍ତି। ଏପରିକି ରାତି ପାହିଲେ ଖିର ଠାରୁ ନୀର ପର୍ଯ୍ୟନ୍ତ ଏଠାକାର ଲୋକେ ଆନ୍ଧ୍ରରୁ ଆସୁଥିବା ସାମଗ୍ରୀକୁ ଅନାଇ ବସିଥାନ୍ତି।

କୋରୋନା ପ୍ରଭାବ: ବନ୍ଦ ହେଲା ଆନ୍ତଃରାଜ୍ୟ ବସ ଚଳାଚଳ ସେବା

କୋରୋନାକୁ ନେଇ ଗୋଟିଏ ପଟେ ରେଳ ମନ୍ତ୍ରଣାଳୟ ଦେଶବ୍ୟାପୀ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇ ଥିବା ବେଳେ ଏପଟେ ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ କରିଛନ୍ତି । ତେବେ ଏହା ଆଗାମୀ ଦିନରେ ଲୋକଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପାଇଁ ସମସ୍ୟା ଉପୁଜାଇପାରେ ବୋଲି ଅନୁମାନ କରାଯାଉଛି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.