ETV Bharat / state

ଚାଲିଥିଲା ବେଧଡକ ବାଲି ଚୋରାଚାଲାଣ, ଅଚାନକ ମାଡି ବସିଲା ପୋଲିସ

ବଂଶଧାରା ନଦୀରୁ ଚୋରାବାଲି ଚାଲାଣ ଖବର ପାଇ ଗୁଣୁପୁର ରାଜସ୍ୱ ବିଭାଗ ଏବଂ ଗୁଣୁପୁର ପୋଲିସର ଅତର୍କିତ ଚଢ଼ାଉ । 6ଟି ଟ୍ରାକ୍ଟରକୁ ଜବତ କରିଛି ରାଜସ୍ୱ ବିଭାଗ । ଅଧିକ ପଢନ୍ତୁ

author img

By

Published : Jan 14, 2022, 7:29 AM IST

ବାଲି ଚୋରା ଚାଲାଣ ଉପରେ ପୋଲିସ ଏବଂ ରାଜସ୍ୱ ବିଭାଗର ଚଢାଉ: ୬ଟ ଟ୍ରାକ୍ଟର ଜବତ

ରାୟଗଡା: ଗୁଣୁପୁର ରାଜସ୍ୱ ବିଭାଗ ଏବଂ ଗୁଣୁପୁର ପୋଲିସର ମିଳିତ ଚଢ଼ାଉରେ ଗୁଣୁପୁର କଟୁଆଲିଗୁଡା ଗ୍ରାମ ନିକଟରେ ବଂଶଧାରା ନଦୀରୁ ଚୋରାବାଲି ଚାଲାଣ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରି 6 ଟି ଟ୍ରାକ୍ଟରକୁ ଜବତ କରିଛି ରାଜସ୍ୱ ବିଭାଗ । ସେଥି ମଧ୍ୟରୁ 2ଟି ଟ୍ରାକ୍ଟରରେ ବାଲି ଲୋଡିଂ ଥିବା ବେଳେ ଅନ୍ୟ ଚାରୋଟି ଖାଲି ଟ୍ରାକ୍ଟର ଥିବା ଜଣାପଡିଛି । ଏହି ମାମଲାରେ ଗାଡି ମାଲିକଙ୍କ ଠାରୁ 55 ହଜାର ଟଙ୍କା ଫାଇନ ଆଦାୟ କରାଯାଇ ଥିବା ଗୁଣୁପୁର ତହସିଲଦାର ଶରତ ନାୟକ କହିଛନ୍ତି ।

ଏହି ଚଢ଼ାଉରେ ଗୁଣୁପୁର ଆଦର୍ଶ ଥାନା ପୋଲିସ ଅଧିକାରୀ ରବୀନ୍ଦ୍ର ଗୌଡ଼, ରାଜସ୍ୱ ନିରୀକ୍ଷକ ପି ମାଣକାନ୍ତାଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଥିଲେ । ଅନ୍ୟପଟେ ବଂଶଧାରା ନଦୀରୁ ପ୍ରତିଦିନ ଜିଲ୍ଲା ପ୍ରଶାସନ ଏବଂ ପୋଲିସର ଜାଣତରେ ଚୋରା ବାଲି ଚାଲାଣ ହେଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ରାଜ୍ୟ ସରକାର ହରାଉଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.