ରାୟଗଡ଼ା: ଲକଡାଉନ ସୁଯୋଗ ସୃଷ୍ଟି କରିଛି ଅସାଧୁ ବ୍ୟବସାୟୀଙ୍କ ବ୍ୟବସାୟୀକୁ । ଏହି ସମୟରେ ପାନ ଦୋକାନ, ଚାହା ଦୋକାନ ବନ୍ଦ ଥିବା ଯୋଗୁଁ ଗୁଟଖା ବ୍ୟବସାୟର ଚାହିଦା ବଢିଯାଇଛି । ଏହି ବ୍ୟବସାୟୀ ମାନଙ୍କର କଳା ବଜାର ଲୋକ ଲୋଚନକୁ ଆସିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ରାହ୍ମଣସାହିର ଭି.ମୁରଲୀଙ୍କ ଗୋଦାମରେ ଗୁଣପୁର ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା ।
![ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ](https://etvbharatimages.akamaized.net/etvbharat/prod-images/od-rgda-2-ghutkajabat-editing-7202782_01052020214733_0105f_1588349853_326.bmp)
![ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ](https://etvbharatimages.akamaized.net/etvbharat/prod-images/od-rgda-2-ghutkajabat-editing-7202782_01052020214733_0105f_1588349853_643.bmp)
ଏଥିରେ ବିପୁଳ ପରିମାଣରେ ଗୁଟଖା, ତମ୍ବାଖୁ, ବିଡି ଓ ଖଇନି ଆଦି ବେଆଇନ ସାମଗ୍ରୀ ପୋଲିସ ଜବତ କରିଛି । ସେହି ଗୋଦାମରୁ 138 ବସ୍ତା ଗୁଟଖା ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ 8 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ । ଗୁଟଖା ବ୍ୟବସାୟୀ ଭି. ମୁରଲୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ ଏସପି ସର୍ବଣ ବିବେକ ଏମ ସୂଚନା ଦେଇଛନ୍ତି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ