ETV Bharat / state

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃ୍ତ୍ୟୁ - ସ୍ତ୍ରୀକୁ ହାଣିଲା ସ୍ବାମୀ

ମଦ ପିଇ ଟାଙ୍ଗିଆରେ ସ୍ତ୍ରୀକୁ ହାଣିଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କାଶିପୁର ବ୍ଲକ ଶଙ୍କର ଅଡା ପଞ୍ଚାୟତ ଚଣା ପୁକେଲ ଗ୍ରାମରେ । ଅଧିକ ପଢନ୍ତୁ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃ୍ତ୍ୟୁ
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃ୍ତ୍ୟୁ
author img

By

Published : Sep 30, 2022, 9:52 PM IST

ରାୟଗଡ଼ା: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃ୍ତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କାଶିପୁର ବ୍ଲକ ଶଙ୍କର ଅଡା ପଞ୍ଚାୟତ ଚଣା ପୁକେଲ ଗ୍ରାମରେ । ଟିକିରି ଅଞ୍ଚଳରର କୃଷ୍ଣ ମାଝି ନିଜ ସ୍ତ୍ରୀ ହାକ ମାଝିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । କୃଷ୍ଣ ମାଝି ମଦ ନିଶାରେ ରାଗରେ ତମ ତମ ହୋଇ ସ୍ତ୍ରୀ ହାକ ମାଝିକୁ ଟାଙ୍ଗିଆରେ ହାଣି ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚିବା ପରେ ଅଭିଯୁକ୍ତକୁ ଟିକିରି ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ, କୃଷ୍ଣ ମାଝିଙ୍କ ପ୍ରଥମ ସ୍ତ୍ରୀ ମରି ଯାଇଥିବା ବେଳେ ସେ ଚଣା ପୁକେଲ ଗ୍ରାମର ହାକ ମାଝିଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଉଭୟଙ୍କ ବିବାହ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇ ନଥିଲା । କୃଷ୍ଣ ସବୁ ସମୟରେ ମଦ୍ୟପାନ କରି ଘରେ ଝଗଡ଼ା କରୁଥିଲେ ଯାହା ଫଳରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ନିଜ ବାପ ଘରକୁ ଚାଲି ଯାଇଥିଲେ । ଏହା ପରେ କୃଷ୍ଣ ମାଝି ତାଙ୍କ ଗାଁର ଏକ ଛୋଟ ଝିଅ ମିନି ମାଝିକୁ ଲାଳନ ପାଳନ କରିଥିଲେ । ମିନି ମାଝିକୁ ନେଇ କେବେ କେବେ କୃଷ୍ଣ ମାଝି ତାଙ୍କ ସ୍ତ୍ରୀ ପାଖକୁ ଯାଇଥାନ୍ତି । ଗତକାଲି ଉଭୟ କୃଷ୍ଣ ମାଝି ଓ ତାଙ୍କ ପାଳିତା ଝିଅ ମିନି ମାଝି ଉଭୟ ଚଣା ପୁକେଲ ଗ୍ରାମ ଅର୍ଥାତ ତାଙ୍କ ଦ୍ବିତୀୟ ସ୍ତ୍ରୀ ହାକ ମାଝିଙ୍କ ଘରକୁ ଯାଇଥିଲେ ।

ହେଲେ କୃଷ୍ଣ ଗତ କାଲି ପ୍ରଚୁର ମଦ ପିଇ ଘରକୁ ଫେରିଥିଲେ । ପରେ ସକାଳୁ ତାଙ୍କର ପାଳିତା ଝିଅ ମିନି ମାଝିକୁ ଟାଙ୍ଗିଆରେ ମାରିବାକୁ ଯାଉଥିଲେ । ହେଲେ ସୌଭାଗ୍ୟ ବଶତଃ ତାଙ୍କ ସ୍ତ୍ରୀ ହାକ ମାଝି ତାଙ୍କୁ ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ମିନି ମାଝିଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମିନି ମାଝିକୁ ହାକ ମାଝି ନିଜ କୋଳକୁ ନେଇଯାଇଥିଲେ ।

ଯାହାଫଳରେ କୃଷ୍ଣ ରାଗିଯାଇ ତାଙ୍କ ସ୍ତ୍ରୀକୁ ଟାଙ୍ଗିଆରେ ପଛପଟୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ସ୍ତ୍ରୀ ହାକ ମାଝିଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚିବା ପରେ ଅଭିଯୁକ୍ତ କୃଷ୍ଣ ମାଝିକୁ ପୋଲିସ ଗିରଫ କରିଛି । ଆହତ ଥିବା ମିନି ମାଝିକୁ ଟିକିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମିନି ମାଝିର ଚିକିତ୍ସା ଜାରି ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.