ETV Bharat / state

ସୀମିତ ଟୀକାକୁ ଅସମ୍ଭାଳ ଭିଡ, ରାୟଗଡା ପ୍ରଶାସନ ନାକେଦମ

author img

By

Published : May 10, 2021, 9:22 PM IST

ଦୀର୍ଘ ଦିନ ପରେ ରାୟଗଡାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ହୋଇଛି । ପ୍ରବଳ ଭିଡ ଫଳରେ ପ୍ରଶାସନ ନାକେଦନ । ଅଧିକ ପଢନ୍ତୁ...

ସୀମିତ ଟୀକାକୁ ଅସମ୍ଭବ ଭିଡ, ପ୍ରଶାସନ ନାକେଦମ
ସୀମିତ ଟୀକାକୁ ଅସମ୍ଭବ ଭିଡ, ପ୍ରଶାସନ ନାକେଦମ

ରାୟଗଡା: ଦୀର୍ଘ ଦିନ ପରେ ରାୟଗଡାରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ହୋଇଛି । ତେବେ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଜିଲ୍ଲାକୁ ଟିକା କମ ପରିମାଣରେ ଯୋଗାଣ ହେଉଥିବାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ ପ୍ରଥମ ଡୋଜ ବକ୍ତିଙ୍କୁ ହିଁ ଟୀକାକରଣ କରାଯାଇଥିଲା । ରାୟଗଡା ସହରରେ ମୁଖ୍ୟ ଡାକ୍ତରଖାନା, ଅଶୋକ କଲ୍ୟାଣ ମଣ୍ଡପ ଓ ୟୁଜିଏମଆଇଟି କଲେଜ ପରିସରରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସୀମିତ ଟୀକାକୁ ଅସମ୍ଭବ ଭିଡ, ପ୍ରଶାସନ ନାକେଦମ

ଟୀକାକରଣ କେନ୍ଦ୍ର ଗୁଡିକରେ ଆଜି ପ୍ରବଳ ଭିଡ ଦେଖାଯାଇଥିଲା । ଟୀକା ପାଇଁ ଭୋର ୫ ଟାରୁ ଲୋକେ ଧାଡିରେ ଛିଡା ହୋଇଥିଲେ । ପ୍ରତି ଟୀକାକରଣ କେନ୍ଦ୍ରରେ ୨୫୦ ଡୋଜ ଟୀକା ଯୋଗାଇ ଦିଆଯାଇଥିବା ବେଳେ ହଜାର ହଜାର ଲୋକେ ଟୀକା ପାଇଁ ଅପେକ୍ଷାରେ ଥିଲେ । ୟୁଜିଏମଆଇଟ କଲେଜ ସମ୍ମୁଖରେ ହଜାର ହଜାର ଲୋକେ ରୁଣ୍ଡ ହୋଇଥିଲେ । ତେବେ ଆଜି ପ୍ରଥମ ଦିନରେ ୨୫୦ ଜଣଙ୍କୁ ଟୋକେନ ପ୍ରଦାନ କରି ଟୀକାକରଣ କରାଯାଇଥିଲା । ଟୀକା ନେବା ପାଇଁ ଟୀକାକରଣ କେନ୍ଦ୍ର ସମ୍ମୁଖରେ ପ୍ରବଳ ଭିଡ ଜମିଥିବା ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପହଞ୍ଚି ସ୍ଥିତି ଅନୁଧ୍ୟା କରିଥିଲେ । ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ ସହ ଆଲୋଚନା ପରେ ଅପେକ୍ଷାରତ ଲୋକମାନଙ୍କୁ ଅଗ୍ରୀମ ଭାବେ ମଙ୍ଗଳବାର ପାଇଁ ଟୋକେନ ପ୍ରଦାନ କରାଯାଇଥିଲା ।

ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଟୀକାକରଣ କେନ୍ଦ୍ର ଗୁଡିକ ଭ୍ରମଣ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ରାୟଗଡା ସହରସ୍ଥିତ ୟୁଜିଏମଆଇଟି କଲେଜ, ଅଶୋକ କଲ୍ୟାଣ ମଣ୍ଡପ ଓ ଉଗ୍ରତାରା କଲେଜର ହେଉଥିବା ଟୀକାକରଣ କେନ୍ଦ୍ରଗୁଡିକ ଭ୍ରମଣ କରି ଟୀକା ନେଇ ପାଇଁ ଧାଡିରେ ଥିବା ବ୍ୟକ୍ତିଙ୍କୁ ସାମାଜିକ ଦୂରତା ବଜାୟ ରଖି ଟୀକା ନେବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.