ETV Bharat / state

30 ଲକ୍ଷ ଟଙ୍କା ଚୋରି ଅଭିଯୋଗ: ଅଭିଯୋଗକାରୀ ନିଜେ ଚୋର - ଅଭିଯୋଗକରୀ ନିଜେ ଚୋର

ରାୟଗଡ଼ା ସଦର ଥାନା ଅଞ୍ଚଳରେ ଘରୁ ଚୋରି ହୋଇଥିବା ଅଭିଯୋଗ କରିଥିବା ବ୍ୟକ୍ତି ଘରୁ ହିଁ ପୋଲିସ ଚୋରି ଟଙ୍କା ଓ ସୁନା ଗହଣା ଜବତ କରିଛି । ଅଧିକ ପଢନ୍ତୁ...

30 ଲକ୍ଷ ଟଙ୍କା ଚୋରୀ ଅଭିଯୋଗ: ଅଭିଯୋଗକରୀ ନିଜେ ଚୋର

author img

By

Published : Aug 3, 2021, 8:10 AM IST

ରାୟଗଡା: ଅଭିଯୋଗକାରୀ ସାଜିଲା ଚୋର । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଞ୍ଚଳରେ । ଘରୁ ଚୋରି ହୋଇଥିବା ଅଭିଯୋଗ କରିଥିବା ବ୍ୟକ୍ତି ଘରୁ ହିଁ ପୋଲିସ ଚୋରି ଟଙ୍କା ଓ ସୁନା ଗହଣା ଜବତ କରିଛି । ଗତ 31 ତାରିଖ ଦିନ ରାୟଗଡା ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ବି. ବିଶ୍ବ ଗଣପତି ଶର୍ମା ସେ ଓ ତାଙ୍କ ମାଆ ଆନ୍ଧ୍ର ଯାଇଥିବାବେଳେ କେହି ତାଙ୍କ ଘରେ ପଶି 30 ଲକ୍ଷ ଟଙ୍କା, 10 ଭରି ସୁନା ଚୋରି କରି ନେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ।

30 ଲକ୍ଷ ଟଙ୍କା ଚୋରୀ ଅଭିଯୋଗ: ଅଭିଯୋଗକରୀ ନିଜେ ଚୋର

ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ସଦର ପୋଲିସ ତନାଘନା ଆରମ୍ଭ କରିଥିଲା । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ ଆରମ୍ଭ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଅଭିଯୋଗକାରୀ ବିଶ୍ଵଗଣପତି ଉପରେ ସନ୍ଦେହ ହୋଇଥିଲା । ପୋଲିସର ଏକ ସ୍ୱତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶ ପାଲକୋଣ୍ଡା ଯାଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୋଗକାରୀ ବିଶ୍ବନାଥ ଉପରେ ସନ୍ଦେହ ହେବାରୁ ଜେରା କଲାବେଳେ ସତକଥା ମାନି ଯାଇଥିଲା । ସେ କହିବା ମୁତାବକ ପୋଲିସ ବିଶ୍ୱନାଥ ନିଜ ଘରେ ଲୁଚାଇ ରଖିଥିବା 24 ଲକ୍ଷ ଟଙ୍କା ଓ ସୁନା ଗହଣାକୁ ପୋଲିସ ଜବତ କରିଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଥିବା ଏକ ପ୍ରେସ ମିଟରେ କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.