ETV Bharat / state

ବଂଶଧାରା ପଠାରୁ ବାଲିଚାଲାଣ ମାମଲା, ସ୍ଥିତି ଅନୁଧ୍ୟାନ କଲେ ଗୁଣପୁର ଉପଜିଲ୍ଲାପାଳ - Gunapur subcollector

ରାୟଗଡା ଭାମିନୀ ବଂଶଧାରା ନଦୀ ପଠାରୁ ବାଲିଉଠାଣ ଉଠାଣ ମାମଲାକୁ ନେଇ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ଗୁଣପୁର ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

ବଂଶଧାରା ପଠାରୁ ବାଲିଚାଲାଣ ମାମଲା, ସ୍ଥିତି ଅନୁଧ୍ୟାନ କଲେ ଗୁଣପୁର ଉପଜିଲ୍ଲାପାଳ

author img

By

Published : Nov 10, 2020, 3:36 AM IST

ରାୟଗଡା: ଭାମିନୀ ବଂଶଧାରା ପଠାରୁ ବାଲି ଉଠାଣକୁ ନେଇ ଗ୍ରାମବାସୀ କଲେ ରାସ୍ତା ଅବରୋଧ । ଘଟଣାସ୍ଥଳରେ ଗୁଣପୁର ଉପଜିଲ୍ଲାପାଳ ପହଞ୍ଚି ଘଟଣାର ଅନୁଧ୍ୟାନ କଲେ । ଉପଜିଲାପାଳଙ୍କୁ ସାକ୍ଷାତ କରି ସାମଗ୍ରିକ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି ଗ୍ରାମର ମହିଳାମାନେ ।

ବଂଶଧାରା ପଠାରୁ ବାଲିଚାଲାଣ ମାମଲା, ସ୍ଥିତି ଅନୁଧ୍ୟାନ କଲେ ଗୁଣପୁର ଉପଜିଲ୍ଲାପାଳ
ବଂଶଧାରା ପଠାରୁ ବାଲିଚାଲାଣ ମାମଲା, ସ୍ଥିତି ଅନୁଧ୍ୟାନ କଲେ ଗୁଣପୁର ଉପଜିଲ୍ଲାପାଳ

ରାମନାଗୁଡା ତହସିଲ ଅନ୍ତର୍ଗତ ଭାମିନୀ ବଂଶଧାରା ଅବବାହିକରୁ ପ୍ରତି ଦିନ ଲକ୍ଷାଧିକ ଟଙ୍କାର ବାଲି ଉଠାଣ ହେଉଛି । ଦିନ,ରାତି ଏକାକାର କରି ଏଠାକାର ବାଲି ଜିଲ୍ଲା ଓ ପୋଡଶୀ ଆନ୍ଧ୍ରକୁ ରପ୍ତାନୀ ଲିଜଧାରୀ ଓ ରାଜସ୍ବ ବିଭାଗର ଅଧିକାରୀମାନେ ମାଲାମାଲ ହେଉଛନ୍ତି । ରାମନାଗୁଡା ତହସିଲ ପ୍ରଶାସନ ଅଙ୍କୁଶ ନଥିବା ବେଳେ ଗତକାଲି ଭାମିନୀ ଗ୍ରାମବାସୀମାନେ ସକାଳୁ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ ଗୁଡିକୁ ଅଟକାଇ ରାସ୍ତାରୋକ କରିବା ସହ ଧାରଣରେ ବସିଥିଲେ । ଉପଜିଲାପାଳଙ୍କୁ ସାକ୍ଷାତ କରି ସାମଗ୍ରିକ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି ଗ୍ରାମର ମହିଳାମାନେ । ଉପଜିଲାପାଳ ସ୍ମାରକପତ୍ର ପାଇବା ପରେ ୧୫କିମି ଦୂରତ୍ବ ଏହି ବେଆଇନ ବାଲିଚାଲଣ ଉତ୍ସରେ ପହଞ୍ଚି ସରଜମିନ ଅନୁଧ୍ୟାନ କରିଥିଲେ । ସେଠାରେ ସରକାରଙ୍କ ରାଜସ୍ବ ଫାଙ୍କି ବ୍ୟାପକ ପରିମାଣରେ ବାଲି ଉଠାଣ ସମ୍ପର୍କରେ ସ୍ପଷ୍ଟ ଅବଗତ ଦେବା ସହ ଏନେଇ ତୁରନ୍ତ ତହସିଲ ବାସ୍ତବସ୍ଥିତି ଓ ବାଲିଖନନ, ଲିଜହାର, ଟିକସଜମା ସମ୍ପର୍କରେ ସବିଶେଷ ରିପୋର୍ଟ ଦେବାସହ ଲିଜଧାରୀଙ୍କୁ ୩ ଦିନ ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଜିଲ୍ଲାରେ ବହି ଯାଉଥିବା ନାଗାବଳୀ , ବଂଶଧାରା , ଫଳାଫଳିଆ , ଝଞ୍ଜାବତୀ ଭଳି ଅନେକ ନଦୀ ଅବବାହିକାରୁ ବେଆଇନ ଭାବେ ପ୍ରତିଦିନ ଶହଶହ ଟ୍ରକ ବାଲି ଜିଲ୍ଲା ତଥା ରାଜ୍ୟ ବାହାରକୁ ଚୋରାଚାଲାଣ ହେଉଥିବା ବେଳେ ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେଲେ ବାଲିମାଫିଆଙ୍କ ଗୁମର ଖୋଲିବା ସହିତ ସରକାର ମଧ୍ୟ ଦୀର୍ଘ ବର୍ଷ ଧରି ହରାଇଥିବା ଟିକସ ଫେରିପାଇବେ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.