ETV Bharat / state

ପୂର୍ବତଟ ରେଳବାଇ ଜିଏମଙ୍କ ରାୟଗଡା ଷ୍ଟେସନ ପରିଦର୍ଶନ - ପୂର୍ବତଟ ରେଳବାଇର ମହାପ୍ରବନ୍ଧକ

ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରାୟଗଡା ଷ୍ଟେସନ ପରିଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Sep 14, 2019, 1:31 AM IST

ରାୟଗଡା: ରାୟଗଡା ରେଳ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ପାଇଁ ଆରମ୍ଭ ହୋଇଛି ବିଭାଗ ପକ୍ଷରୁ ତତ୍ପରତା । ଏନେଇ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଓ ୱାଲଟିୟର ଡିଭିଜନ ଡିଆରଏମ ଚେତନ ଶ୍ରୀବାସ୍ତବ ରାୟଗଡା ଗସ୍ତରେ ଆସି ଷ୍ଟେସନ ପରିଦର୍ଶନ କରିଛନ୍ତି । ସେମାନେ ଉଭୟ ରାୟଗଡା ଷ୍ଟେସନ ପରିଦର୍ଶନ କରିବା ସହ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ । ଏହାସହ ଡିଆରଏମ କାର୍ଯ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ ଖୁବଶୀଘ୍ର ଡିଆରଏମ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯିବ । ଏହାପରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାୟଗଡାବାସୀ ଡିଭିଜନ ଅଫିସର ସୁବିଧା ଉଠାଇପାରିବେ ବୋଲି ମହାପ୍ରବନ୍ଧକ ବିଦ୍ୟାଭୂଷଣ ସୂଚନା ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଡ଼ିଭିଜନ ଅଫିସ ପାଇଁ ସ୍ଥାନ ନିରୁପଣ କଲେ ପୁର୍ବତଟ ଜିଏମଙ୍କBody:ରାୟଗଡା ଡିଭିଜନକୁ କାର୍ଯ୍ୟକ୍ଷମ କରିବା ପାଇଁ ଆରମ୍ଭ ହୋଇଛି ବିଭାଗ ପକ୍ଷରୁ ତତ୍ପରତା । ତୁହାକୁ ତୁହା ଅନେକ ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରି ଯାଉଥିବା ବେଳେ ଆଜି ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଓ ୱାଲଟିୟର ଡିଭିଜନ ଡିଆରଏମ ଚେତନ ଶ୍ରୀବାସ୍ତବ ରାୟଗଡା ଆସି ରେଳବିଭାଗ ଅଧିନରେ ଥିବା ବିଭିନ୍ନ ଜାଗା ଅନୁଧ୍ୟାନ କରିବା ସହ ଷ୍ଟେସନ ପରିସରରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ରହିଥିବା ଲିଫ୍ଟ ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ । ସେହିପରି ପ୍ଳାଟଫର୍ମଗୁଡିକ ପରିଦର୍ଶନ କରି ଷ୍ଟେସନ ସହ ଯାତ୍ରୀମାନଙ୍କ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ । ରାୟଗଡ ସହରରେ ରହିଥିବା ରେଳ ବିଭାଗର ଜମି ଚିହ୍ନଟ କରି ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଖୁବ ଶୀଘ୍ର ଡିଆରଏମ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯିବା ସହ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାୟଗଡାବାସୀ ଡିଭିଜନ ଅଫିସର ସୁବିଧା ଉଠାଇପାରିବେ ବୋଲି ଶ୍ରୀ ବିଦ୍ୟାଭୂଷଣ ସୁଚନା ଦେଇଛନ୍ତି । Conclusion:ଡ଼ିଭିଜନ ଅଫିସ ପାଇଁ ସ୍ଥାନ ନିରୁପଣ କଲେ ପୁର୍ବତଟ ଜିଏମଙ୍କ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.