ରାୟଗଡ଼ା: କୋରୋନା ପଜିଟିଭ ବାହାରିବା ପରେ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଗୁଣପୁର ଗାନ୍ଧୀ ବିଶ୍ଵବିଦ୍ୟାଳୟ । ରାୟଗଡା ଜିଲ୍ଲା ଗୁଣପୁରସ୍ଥିତ ଗାନ୍ଧୀ ଯାନ୍ତ୍ରିକ ବୈଷୟିକ ବିଶ୍ଵ ବିଦ୍ୟାଳୟ 3 ଦିନ ପାଇଁ ବନ୍ଦ ହେଲା । ଗାନ୍ଧୀ ବିଶ୍ଵ ବିଦ୍ୟାଳୟରେ 4 ଜଣ ଛାତ୍ର କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ 8 ତାରିଖ ଠାରୁ 10 ତାରିଖ ଯାଏଁ 72ଘଣ୍ଟା ବନ୍ଦ ରଖିବାକୁ ଗୁଣପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କର୍ତ୍ତୃପକ୍ଷ ବିଶ୍ଵ ବିଦ୍ୟାଳୟକୁ ବନ୍ଦ କରିଛନ୍ତି ।
ବିଶ୍ଵ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ବାହାର ଲୋକ ତଥା କର୍ମଚାରୀଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ବନ୍ଦ ସମୟରେ କ୍ୟାମ୍ପସ ରହୁଥିବା କର୍ମଚାରୀ ଛାତ୍ର ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବା ପାଇଁ ନିବେଦନ କରିଛନ୍ତି ବିଶ୍ଵ ବିଦ୍ୟାଳୟର ରେଜିଷ୍ଟାର ଏନଭି ଜେ. ରାଓ ।
ଆଜି ଗୁଣପୁର ଉପଜିଲ୍ଲାପାଳ ଜେ ସୋନାଲଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିଠାରୁ 3 ଦିନ କ୍ୟାମ୍ପସ ବନ୍ଦ ଘୋଷଣା କରିଛନ୍ତି । ଅନୁଷ୍ଠାନ ପରିସରକୁ ଅଗ୍ନିଶମ ବାହିନୀ ଦ୍ୱାରା ବିଶୋଧନ କରାଯାଉଛି । ସେହିଭଳି ଅନୁଷ୍ଠାନ ଭିତରେ ରହିଥିବା ପିଲାଙ୍କ ଟେଷ୍ଟ ମଧ୍ୟ କରାଯାଉଥିବା ଅନୁଷ୍ଠାନ ରେଜିଷ୍ଟ୍ର।ର ଡ଼ ଏନଭି ଜଗନ୍ନାଥ ରାଓ ସୂଚନା ଦେଇଛନ୍ତି । ବର୍ତ୍ତମାନ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ଅଛି । ଗୁଣପୁର ଗାନ୍ଧୀ ବିଶ୍ଵବିଦ୍ୟାଳୟ ଭିତରକୁ କାହାରିକୁ ପ୍ରବେଶ ନିଷେଧ କରାଯାଇଛି ।
ରାୟଗଡ଼ାରୁ ରଞ୍ଜନ ନାଥ, ଇଟିଭି ଭାରତ