ETV Bharat / state

2 କ୍ବିଣ୍ଟାଲ 14 କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଗଞ୍ଜେଇ ମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି ରାୟଗଡା । ଏପଟେ ଜିଲ୍ଲା ପୋଲିସର ତତ୍ପରତା ଯୋଗୁ ଗୁରୁବାର 2 କ୍ବିଣ୍ଟାଲ 14 କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Apr 8, 2021, 8:25 PM IST

2 କ୍ବିଣ୍ଟାଲ 14 କିଲୋ ଗଞ୍ଜେଇ ଜବତ
2 କ୍ବିଣ୍ଟାଲ 14 କିଲୋ ଗଞ୍ଜେଇ ଜବତ

ରାୟଗଡା: ଗଞ୍ଜେଇ ମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି ରାୟଗଡା । ଏପଟେ ଜିଲ୍ଲା ପୋଲିସର ତତ୍ପରତା ଯୋଗୁ ଗୁରୁବାର 2 କ୍ବିଣ୍ଟାଲ 14 କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ ।

ଗଞ୍ଜେଇ ଚୋରା ଚାଲାଣ କରିବା ନିମନ୍ତେ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରୁଥିଲେ ମଧ୍ୟ ରାୟଗଡା ପୋଲିସର ସତର୍କତା ଯୋଗୁଁ ଗଞ୍ଜେଇ ମାଫିଆମାନେ ପୋଲିସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଏକ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେବା ନେଇ ପଦ୍ମପୁର ପୋଲିସ ଖବର ପାଇବା ପରେ ପୋଲିସର ଏକ ଟିମ୍ ସଉରା ଲୁଗୁରୁମୁଣ୍ଡି ଗାଁ ନିକଟରେ ଚଢାଉ କରିଥିଲେ । ଚଢାଉ ବେଳେ 2 କ୍ବିଣ୍ଟାଲ 14 କିଲୋ ଗଞ୍ଜେଇ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

2 କ୍ବିଣ୍ଟାଲ 14 କିଲୋ ଗଞ୍ଜେଇ ଜବତ

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଉରା ଲୁଗୁରୁମୁଣ୍ଡି ଗାଁର ସୁମନ୍ତ ଶବର ଏବଂ ଜୈସି ଗମାଙ୍ଗ । ଜବତ ହୋଇଥିବା ଗଞ୍ଜେଇ ପଡୋଶୀ ଜିଲ୍ଲା ଗଞ୍ଜାମର ବ୍ରହ୍ମପୁର ସହରକୁୁ ଚାଲାଣ କରିବା ନିମନ୍ତେ ଅଭିଯୁକ୍ତମାନେ ନେବା ବାଟରେ ଧରା ପଡ଼ିଛନ୍ତି । ଏନେଇ ପଦ୍ମପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.