ETV Bharat / state

କୋଇଲା ଵୋଝେଇ ଟ୍ରେନରେ ନିଆଁ

author img

By

Published : Dec 5, 2019, 11:22 PM IST

ରାୟଗଡାରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନର 12 ବଗିରେ ଲାଗିଛି ନିଆଁ । ଘଟଣାସ୍ଥଳରେ 3 ଦମକଳ ଗାଡି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି ।

train fire
କୋଇଲା ଵୋଝେଇ ଟ୍ରେନରେ ନିଆଁ

ରାୟଗଡା: କୋଇଲା ବୋଝେଇ ଟ୍ରେନରେ ନିଆଁ । ରାୟଗଡା ଠାରୁ 10 କିଲୋମିଟର ଦୂରରେ ଥିବା ସିଙ୍ଗାପୁର ରେଳଷ୍ଟେସନ ନିକଟରେ ଟ୍ରେନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଟ୍ରେନର 12ଟି ବଗିରେ ନିଆଁ ଲାଗିଥିବା ସୂଚନା ।

କୋଇଲା ଵୋଝେଇ ଟ୍ରେନରେ ନିଆଁ

ଖବର ପାଇ 3ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି । ସୂଚନା ଅନୁସାରେ, ବିଶାଖାପାଟଣାରୁ ମହାରାଷ୍ଟ୍ର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ରାୟଗଡା ଷ୍ଟେସନରୁ ଛାଡିବାର କିଛି ସମୟ ପରେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଟ୍ରେନ ଗାର୍ଡ । ସଙ୍ଗେସଙ୍ଗେ ଟ୍ରେନ ଅଟକାଇବାକୁ ଖବର ଦେଇଥିଲେ । ସିଙ୍ଗାପୁର ଷ୍ଟେସନ ନିକଟରେ ଟ୍ରେନକୁ ଅଟକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କୋଇଲା ଵୋଝେଇ ଟ୍ରେନରେ ନିଆଁBody:ରାୟଗଡ ଠାରୁ 10 କିମି ଦୁର jk peper mill ସିଙ୍ଗାପୁର ରେଲ ଷ୍ଟେସନ ରେ ଏକ କୋଇଲା ଵୋଝେଇ ଟ୍ରେନ ରେ ନିଆ ଲାଗିଥିବା ଜଣାପଡିଛି। ସୂଚନା ଅନୁଯାୟୀ ବିଶାଖାପାଟଣା ଠାରୁ ମହାରାଷ୍ଟ୍ର ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନ ରାୟଗଡ ଷ୍ଟେସନ ଛାଡିବା କିଛି ସମୟ ପରେ ଟ୍ରେନ ଗାର୍ଡ ଏସ॰ଏସ॰ ବେହେରା ୟକିଟୋକୀରେ ଟ୍ରେନ ଡ୍ରାଇଭର ଡି॰ ନମସ୍କାଙ୍କୁ ବଗିରୁ ଧୂଆଁ ବାହାରୁ ଥିବା ଦେଖି ଟ୍ରେନ କୁ ଅଟକାଇବାକୁ ଜଣାଇଥିଲେ । ଫଳରେ ସିଙ୍ଗାପୁର ରେଲ ଷ୍ଟେସନରେ ଏହି ମାଲବାହୀ କୋଇଲା ଟ୍ରେନଟି ଅଟକି ଥିଲା । ସିଙ୍ଗାପୁର ଷ୍ଟେସନ ମାଷ୍ଟରଙ୍କ ସୂଚନା ପରେ କୋଲନରା ଏବଂ ରାୟଗଡ ଅଗ୍ନିସମ ବିଭାଗର ତିନୋଟି ଦମକଳ ସହ କର୍ମଚାରୀ ଧୂଆଁ ବହାରୁଥିବା ବଗିରୁ ନିଆଁ କୁ ଲିଭାଇବାକୁ ଉଦ୍ୟମ ଚାଲିଥିବାବେଳେ ମୋଟ58 ଟି ବଗି ମଧ୍ୟରୁ 12 ଟି ବଗିରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛିନ୍ତି । ତେବେ ଏହି ରିପୋର୍ଟ ଲେଖା ସୁଧା ନିଆଁ କୁ ଆୟତ କରାଯାଇପାରିନି । Conclusion:କୋଇଲା ଵୋଝେଇ ଟ୍ରେନରେ ନିଆଁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.