ETV Bharat / state

ଅନ୍ଧବିଶ୍ବାସକୁ ନେଇ ଗାଁରେ ଲାଗିଲା ଫତୁଆ

ସଚେତନତାର ଅଭାବ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଅନ୍ଧବିଶ୍ବାସକୁ ଆପଣାଉଛନ୍ତି । ଯାହାକି ଏବେ ସଭ୍ୟସମାଜ ପାଇଁ ଚିନ୍ତାର କାରଣ ପାଲଟିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଖୁଣ୍ଟବାଡୀ ଗ୍ରାମରେ । ଅଧିକ ଖବର ପଢନ୍ତୁ...

author img

By

Published : Feb 8, 2020, 11:05 AM IST

ଅନ୍ଧବିଶ୍ବାସକୁ ନେଇ ଗାଁରେ ଲାଗିଲା ଫତୁଆ
ଅନ୍ଧବିଶ୍ବାସକୁ ନେଇ ଗାଁରେ ଲାଗିଲା ଫତୁଆ

ରାୟଗଡା: ସଚେତନତାର ଅଭାବ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଅନ୍ଧବିଶ୍ବାସକୁ ଆପଣାଉଛନ୍ତି । ଯାହାକି ଏବେ ସଭ୍ୟସମାଜ ପାଇଁ ଚିନ୍ତାର କାରଣ ପାଲଟିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଖୁଣ୍ଟବାଡୀ ଗ୍ରାମରେ । ଏହି ଗାଁରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଦ୍ରା ପୂଜା ଚାଲିଥିବାବେଳେ ଗାଁ ଭିତରକୁ ପ୍ରବେଶ କରିବା ପାଇଁ ଅନ୍ୟ ଗାଁର ଲୋକ ମାନଙ୍କୁ ବାରଣ କରାଯାଇଛି । ଆଉ ଏହାର ଖିଲାପକାରୀଙ୍କୁ 5ହଜାର ଟଙ୍କା ଜରିମାନା ନେଇ ଫତୁଆ ଜାରି କରିଛନ୍ତି ଗ୍ରାମବାସୀ ।

ଅନ୍ଧବିଶ୍ବାସକୁ ନେଇ ଗାଁରେ ଲାଗିଲା ଫତୁଆ

ଦୟାକରି ଗେଟ୍ ଭିତରକୁ କେହି ପ୍ରବେଶ କରନ୍ତୁ ନାହିଁ । ସାବଧାନ୍, କାହିଁକି ନା ଗାଁ ଭିତରେ ପୂଜା ଚାଲିଛି । ଗାଁ ଭିତରକୁ ଅନ୍ୟ ଗାଁର ଲୋକେ ପ୍ରବେଶ କରିପାରିବେ ନାହିଁ । ଆଉ ବିନା ଅନୁମତିରେ ପ୍ରବେଶ କଲେ ଜରିମାନା ଦେବାକୁ ପଡିବ 5 ହଜାର ଟଙ୍କା । ଏମିତି ଧମକପୂର୍ଣ୍ଣ ପୋଷ୍ଟର ଲଗାଛି ଗାଁ ମୁଣ୍ଡରେ । ତେବେ ପ୍ରଶାସନ ତରଫରୁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।

ତେବେ ଅନ୍ଧ ବିଶ୍ବାସକୁ ନେଇ ଜିଲ୍ଲାରେ ଅନେକ ଘଟଣା ଦୁର୍ଘଟଣା ଘଟିଯାଇଥିବା ବେଳେ ଗାଁ ଗଣ୍ଡାରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାର ସମୟ ଆସିଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସଚେତନତାର ଅଭାବ ଯୋଗୁଁ ଆଦିବାସୀ ଅଧୁସିତ ଅଞ୍ଚଳର ଲୋକେ ଅନ୍ଧବିଶ୍ବାସକୁ ଆପଣଉଛନ୍ତି । ଯାହାକି ଏବେ ସଭ୍ୟସମାଜ ପାଇଁ ଚିନ୍ତାର କାରଣ ପାଲଟିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଖୁଣ୍ଟବାଡୀ ଗ୍ରାମରେ । ଏହି ଗାଁରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଦ୍ରା ପୂଜା ଚାଲିଥିବା ବେଳେ ଗାଁ ଭିତରକୁ ପ୍ରବେଶ କରିବା ପାଇଁ ଅନ୍ୟ ଗାଁର ଲୋକ ମାନଙ୍କୁ ବାରଣ କରାଯାଇଛି । ଆଉ ଏହାର ଖିଲାପକାରୀଙ୍କୁ 5ହଜାର ଟଙ୍କା ଜରିମାନା ନେଇ ଫତୁଆ ଜାରି କରିଛନ୍ତି ଗ୍ରାମବାସୀ ।
ବାଇଟ୍-1-ସାଲମା ହିକକା-(ଗ୍ରାମବାସୀ,ଖୁଣ୍ଟବାଡି ଗ୍ରାମ)
ବାଇଟ୍-2-ସାଲମା କୁମ୍ବୁରୁକା-(ପ୍ରଧାନଶିକ୍ଷକ,ଖୁଣ୍ଟବାଡୀ ବିଦ୍ୟାଳୟ)
Body:ଦୟାକରି ଗେଟ୍ ଭିତରକୁ କେହି ପ୍ରବେଶ କରନ୍ତୁ ନାହିଁ । ସାବଧାନ୍, କାହିଁକି ନା ଗାଁ ଭିତରେ ପୂଜା ଚାଲିଛି । ଗାଁ ଭିତରକୁ ଅନ୍ୟ ଗାଁର ଲୋକେ ପ୍ରବେଶ କରିପାରିବେ ନାହିଁ । ଆଉ ବିନା ଅନୁମତିରେ ପ୍ରବେଶ କଲେ ଜରିମାନା ଦେବାକୁ ପଡିବ 5 ହଜାର ଟଙ୍କା । ଏମିତି ଧମକପୂର୍ଣ୍ଣ ପୋଷ୍ଟର ଲଗାଛି ଗାଁ ମୁଣ୍ଡରେ ।
ତେବେ ପ୍ରଶାସନ ତରଫରୁ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାୟଗଡ଼ ଜିଲ୍ଲାପାଳ ।
ବାଇଟ୍-3-ପ୍ରମୋଦ କୁମାର ବେହେରା (ଜିଲ୍ଲାପାଳ,ରାୟଗଡା)
Conclusion:ଫାଭିଓ-ତେବେ ଅନ୍ଧ ବିଶ୍ବାସକୁ ନେଇ ଜିଲ୍ଲାରେ ଅନେକ ଘଟଣା ଦୁର୍ଘଟଣା ଘଟିଯାଇଥିବା ବେଳେ ଗାଁ ଗଣ୍ଡାରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାର ସମୟ ଆସିଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.