ETV Bharat / state

ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାସ୍ତରୀୟ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଚାଷୀ ପଞ୍ଜିକରଣ କରି ପାରିନଥିବା ଯୋଗୁଁ ଆଶା ଆଶଙ୍କାରେ ରହିଛନ୍ତି ।

author img

By

Published : Dec 1, 2019, 12:09 AM IST

farmer  tension for rice
ଧାନବିକାକୁ ନେଇ ଚିନ୍ତାରେ ଚାଷୀ

ରାୟଗଡା: ଜିଲ୍ଲାରେ ଜିଲ୍ଲାସ୍ତରୀୟ ମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏହାର ଶୁଭ ଉଦଘାଟନ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଚାଷୀ ପଞ୍ଜିକରଣ କରି ପାରିନଥିବା ଯୋଗୁଁ ଚାଷୀଙ୍କ ମନରେ ଆଶଙ୍କା । ମଣ୍ଡିକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ଦେଖିବାକୁ ମିଳିଛି ।

ଧାନବିକାକୁ ନେଇ ଚିନ୍ତାରେ ଚାଷୀ

ଏପଟେ ମଣ୍ଡି ଉଦଘାଟନ ସମୟରେ କିଛି ଚାଷୀ ଟୋକନ ବ୍ୟବସ୍ଥାରେ ଥିବା ତୃଟିକୁ ବିରୋଧ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆଉ ଅନେକ ଚାଷୀ ପଞ୍ଜିକରଣ ଅପେକ୍ଷାରେ ରହିଥିବା ବେଳେ ପ୍ରଶାସନ ତାଲିକା ଭୁକ୍ତ କରିଛି ୮୦୦ ଚାଷୀଙ୍କୁ । ସେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜିକରଣ କରାଯାଇପାରିନାହିଁ । ଚଳିତ ଖରିଫରେ ରାୟଗଡା ଜିଲ୍ଲାରେ ଯଦିଓ ଧାନ ଅମଳ ଆଗୁଆ ହୋଇଛି ତେବେ ମିଲରଙ୍କ ଅନୁରୋଧ ଅନୁସାରେ ମଣ୍ଡି ବିଳମ୍ବରେ ଖୋଲା ଯାଇଛି ।

ଅନେକ ଚାଷୀ ପଞ୍ଜୀକୃତ ହୋଇନଥିବା ବେଳେ ଯେଉଁ ଚାଷୀ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ଜମି ମୁତାବକ କମ୍ ଜମିର ଧାନ ବିକ୍ରି ପାଇଁ ଟୋକନ ମିଳିଛି । ଏନେଇ ଜିଲ୍ଲାପାଳଙ୍କୁ ଘେରିଥିଲେ ଚାଷୀ । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜଳସେଚିତ ଜମିର ଏକର ପିଛା ୧୯ କ୍ବିଣ୍ଟାଲ ଏବଂ ଅଣ ଜଳସେଚିତ ଜମିର ଏକର ପିଛା ୧୩ କ୍ବିଣ୍ଟାଲ ଧାନ ଜଣେ ଚାଷୀ ମଣ୍ଡିରେ ବିକ୍ରି କରିପାରିବ । କିନ୍ତୁ ୩୦ ଏକର ଜମି ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ସମସ୍ତ ଜମିର ଧାନ ଅମଳ ସରିଥିବା ବେଳେ ଏଭଳି ଚାଷୀଙ୍କ ୩ ଏକର ଜମିର ଧାନ ବିକିବା ପାଇଁ ଟୋକନ ମିଳିଛି । ସେ ମଣ୍ଡିକୁ ଧାନ ନେଇ ଆସିଥିବା ବେଳେ ତାଙ୍କଠୁ ସବୁ ଧାନ କିଣିବା ପାଇଁ ଅକ୍ଷମ ପ୍ରକାଶ କରିବା ପରେ ଅସନ୍ତୋଷ ଦେଖା ଦେଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ରାୟଗଡା

Intro:ଧାନ ବିକିବା ନେଇ ଚିନ୍ତାରେ ଚାଷୀ । Body:ରାୟଗଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ ମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏହାର ଶୁଭଉଦଘାଟନ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଚାଷୀ ପଞ୍ଜିକରଣ କରି ପାରିନଥିବା ଯୋଗୁଁ ଚାଷୀଙ୍କ ମନରେ ଛନକା ପସିଛି । ଏପଟେ ମଣ୍ଡି ଉଦଘାଟନ ସମୟରେ କିଛି ଚାଷୀ ଟୋକନ ବ୍ୟବସ୍ଥାରେ ଥିବା ତୃଟିକୁ ବିରୋଧ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆଉ ଅନେକ ଚାଷୀ ପଞ୍ଜିକରଣ ଅପେକ୍ଷାରେ ରହିଥିବା ବେଳେ ପ୍ରଶାସନ ତାଲିକା ଭୁକ୍ତ କରିଛି ୮୦୦ ଚାଷୀଙ୍କୁ । ସେପୁଣି ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜିକରଣ ହୋଇପାରିନାହିଁ । ଚଳିତ ଖରିଫରେ ରାୟଗଡା ଜିଲ୍ଲାରେ ଯଦିଓ ଧାନ ଅମଳ ଆଗୁଆ ହୋଇଛି ତେବେ ମିଲରଙ୍କ ଅନୁରୋଧ ଅନୁସାରେ ମଣ୍ଡି ବିଳମ୍ବରେ ଖୋଲା ଯାଇଛି ।Conclusion:ଅନେକ ଚାଷୀ ପଞ୍ଜୀକୃତ ହୋଇନଥିବା ବେଳେ ଯେଉଁ ଚାଷୀ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ଜମି ମୁତାବକ କମ ଜମିର ଧାନ ବିକ୍ରି ପାଇଁ ଟୋକେନ ମିଳିଛି । ଏନେଇ ଜିଲ୍ଲାପାଳଙ୍କୁ ଘେରିଥିଲେ ଚାଷୀ । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜଳସେଚିତ ଜମିର ଏକର ପିଛା ୧୯ କ୍ବିଣ୍ଟାଲ ଏବଂ ଅଣ ଜଳସେଚିତ ଜମିର ଏକର ପିଛା ୧୩ କ୍ବିଣ୍ଟାଲ ଧାନ ଜଣେ ଚାଷୀ ମଣ୍ଡିରେ ବିକ୍ରିକରିପାରିବ । କିନ୍ତୁ ୩୦ ଏକର ଜମି ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ସବୁତକ ଜମିର ଧାନ ଅମଳ ସରିଥିବା ବେଳେ ଏଭଳି ଚାଷୀଙ୍କ ୩ ଏକର ଜମିର ଧାନ ବିକିବା ପାଇଁ ଟୋକେନ ମିଳିଛି । ସେ ମଣ୍ଡିକୁ ଧାନ ନେଇ ଆସିଥିବା ବେଳେ ତାଙ୍କଠୁ ସବୁ ଧାନ କିଣିବା ପାଇଁ ଅକ୍ଷମ ପ୍ରକାଶ କରିବା ପରେ ଅସନ୍ତୋଷ ଦେଖା ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.